Sunday, October 11, 2026
24.3 C
Odisha

    ନ୍ୟୁଜ୍‌ ରିଲ୍‌: ଆଖି ପାଇଁ ଚର୍ଚ୍ଚାରେ ୱାମିକା

    ଆଗକୁ ପଢନ୍ତୁ

    ନିଜର ଆକର୍ଷଣୀୟ ଆଖି ପାଇଁ ଏବେ ଚର୍ଚ୍ଚାରେ ବଲିଉଡ୍‌ ଅଭିନେତ୍ରୀ ୱାମିକା ଗବ୍ବି। ସାଧାରଣତଃ ନିଜର ଚେହେରା ପାଇଁ ଅଭିନେତ୍ରୀମାନେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟୁଥିବା ବେଳେ ୱାମିକା ନିଜ ଆଖିକୁ ନେଇ ସୋସିଆଲ୍‌ ମିଡିଆରେ ଆଲୋଚନାରେ ରହୁଛନ୍ତି। ସେ ବଲିଉଡ୍‌ ଅଭିନେତ୍ରୀ ଐଶ୍ବର୍ଯ୍ୟା ରାୟ ବଚ୍ଚନ ଓ ଦୀପିକା ପାଦୁକୋନ୍‌ଙ୍କ ମିଶ୍ରଣ ବୋଲି ଲୋକେ ଚର୍ଚ୍ଚା କରିବା ଆରମ୍ଭ କରିଛନ୍ତି। ଗତ କିଛି ବର୍ଷ ଧରି ହିନ୍ଦୀ, ପଞ୍ଜାବୀ, ତେଲୁଗୁ, ତାମିଲ୍‌ ଓ ମଲୟାଲୀ ଫିଲ୍ମରେ ୱାମିକା କାମ କରିଥିଲେ ବି ବର୍ତ୍ତମାନ ‘ବେବି ଜନ୍’ ପାଇଁ ସେ ଲାଇମ୍‌ଲାଇଟ୍‌ରେ ଅଛନ୍ତି।ଚଣ୍ଡିଗଡ଼ର ଏକ ପଞ୍ଜାବୀ ପରିବାରରେ ଜନ୍ମିତ ୱାମିକା ହେଉଛନ୍ତି ପ୍ରସିଦ୍ଧ ଲେଖକ ଗୋବର୍ଦ୍ଧନ ଗବ୍ବିଙ୍କ ଝିଅ। ୨୦୦୭ ମସିହାରେ ୱାମିକା ଗବ୍ବି ଇମ୍‌ତିଆଜ୍ ଅଲିଙ୍କ ରୋମାଣ୍ଟିକ୍ କମେଡି ‘ଜବ୍ ୱି ମେଟ୍‌’ରୁ ଅଭିନୟ କ୍ୟାରିୟର୍‌ ଆରମ୍ଭ କରିଥିଲେ। ସେ ମାତ୍ର ୧୩ ବର୍ଷ ବୟସରେ ଏହି ଫିଲ୍ମରେ କରିନା କପୁରଙ୍କ ସମ୍ପର୍କୀୟ ଭଉଣୀ ଭୂମିକାରେ ଅଭିନୟ କରିଥିଲେ। ଏହାପରେ ତାଙ୍କୁ ‘ଲଭ୍ ଆଜ୍ କଲ୍’, ‘ମୌସମ୍’ ଓ ‘ବିଟ୍ଟୋ ବସ୍’ ଭଳି ହିନ୍ଦୀ ଫିଲ୍ମରେ ସହ-ଅଭିନେତ୍ରୀ ଭୂମିକାରେ ଦେଖିବାକୁ ପାଇଥିଲେ ଦର୍ଶକ। କିଛି ବର୍ଷ ପରେ ୱାମିକା ଫିଲ୍ମ ‘ସିକ୍ସଟିନ୍’ରେ ପ୍ରଥମ କରି ମୁଖ୍ୟନାୟିକା ଭାବେ ନଜର ଆସିଥିଲେ। େତବେ ‘ତୁ ମେରା ୨୨ ମେ ତେରା ୨୨’, ‘ଇସ୍କ ବ୍ରାଣ୍ଡି’, ‘ନିକ୍କା ଜେହଲ୍‌ଦାର’ ଭଳି ପଞ୍ଜାବୀ ଫିଲ୍ମରେ ଅଭିନୟ କରି ସେ ସଫଳତାର ସ୍ବାଦ ଚାଖିଥିଲେ। ଏହା ପରେ ତାଙ୍କୁ ଅନେକ ଦକ୍ଷିଣ ଭାରତୀୟ ଫିଲ୍ମ ସହ ହିନ୍ଦୀ ୱେବ୍‌ ସିରିଜ୍‌ରେ ମଧ୍ୟ ଦେଖିଥିଲେ ଦର୍ଶକ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.3 ° C
    24.3 °
    24.3 °
    76 %
    1.6kmh
    3 %
    Sun
    24 °
    Mon
    30 °
    Tue
    30 °
    Wed
    30 °
    Thu
    30 °

    ସମ୍ବନ୍ଧିତ