Sunday, April 12, 2026
25.3 C
Odisha

    କେଜ୍ରିଓ୍ବାଲଙ୍କୁ ଝଟକା : ଆପ୍ ଛାଡ଼ିଲେ ୭ ବିଧାୟକ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ଆମ୍ ଆଦମୀ ପାର୍ଟିରେ ଅନେକ ଇସ୍ତଫା ଦେଖିବାକୁ ମିଳୁଛି। ଶୁକ୍ରବାର (ଜାନୁଆରୀ ୩୧) ଗୋଟିଏ ଦିନରେ ଦଳର ୭ ଜଣ ବିଧାୟକ ଇସ୍ତଫା ଦେଇଛନ୍ତି। ବିଧାନସଭା ନିର୍ବାଚନରେ ମତଦାନର ମାତ୍ର ୫ ଦିନ ପୂର୍ବରୁ ତ୍ରିଲୋକପୁରୀରୁ ରୋହିତ କୁମାର, ମେହରୌଲିରୁ ନରେଶ ଯାଦବ, କସ୍ତୁରବା ନଗରରୁ ମଦନ ଲାଲ, ପାଲମରୁ ଭାବନା ଗୌଡ ଏବଂ ଜନକପୁରୀରୁ ରାଜେଶ ଋଷି ଆପକୁ ବିଦାୟ ଦେଇଥିଲେ।ଚଳିତ ବିଧାନସଭା ନିର୍ବାଚନ ପାଇଁ ଦଳ ଏହି ବିଧାୟକମାନଙ୍କୁ ଟିକେଟ ଦେଇନଥିଲା । ଏହାବ୍ୟତୀତ ବିଜୱାସନରୁ ବିଏସ୍ ଜୁନ୍ ଏବଂ ଆଦର୍ଶ ନଗରର ପୱନ ଶର୍ମା ମଧ୍ୟ ଇସ୍ତଫା ଦେଇଛନ୍ତି। ଦଳ ଏହି ସମସ୍ତ ସଦସ୍ୟଙ୍କ ଟିକେଟ କାଟିଦେଇଥିଲା, ଯାହା ସେମାନଙ୍କୁ ଅସନ୍ତୁଷ୍ଟ କରିଥିଲା।ଜନକପୁରୀ ବିଧାୟକ ରାଜେଶ ଋଷି ଆପ ବିରୋଧରେ ଗମ୍ଭୀର ଅଭିଯୋଗ ଆଣି ତାଙ୍କ ଇସ୍ତଫାପତ୍ରରେ ଲେଖିଛନ୍ତି, “ଆନ୍ନା ଆନ୍ଦୋଳନରୁ ଜନ୍ମ ନେଇ ଅରବିନ୍ଦ କେଜ୍ରିଓ୍ଵାଲ ଦିଲ୍ଲୀକୁ ଦୁର୍ନୀତିମୁକ୍ତ କରିବା ପାଇଁ ଗଠିତ ଆମ୍ ଆଦମୀ ପାର୍ଟି ଏବେ ଦୁର୍ନୀତିରେ ଭରା ଏକ ଦଳରେ ପରିଣତ ହୋଇଛି ଏବଂ ଭାରି ହୃଦୟ ସହିତ ମୁଁ ଦଳର ପ୍ରାଥମିକ ସଦସ୍ୟତା ଏବଂ ଦଳର ସମସ୍ତ ପଦବୀରୁ ଇସ୍ତଫା ଦେଉଛି।“

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    25.3 ° C
    25.3 °
    25.3 °
    20 %
    1.2kmh
    0 %
    Sun
    39 °
    Mon
    41 °
    Tue
    42 °
    Wed
    44 °
    Thu
    44 °

    ସମ୍ବନ୍ଧିତ