Friday, May 1, 2026
39.9 C
Odisha

    କେଶ ପାଇଁ ରାମବଣ ସଦୃଶ ଭୃଶୁଙ୍ଗା ପତ୍ର

    ଆଗକୁ ପଢନ୍ତୁ

    କଳା ,ମୋଟା ଏବଂ ଲମ୍ବା କେଶ କାହାକୁ ବା ନାପସନ୍ଦ । କିନ୍ତୁ ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନଶୈଳୀରେ ସାଧାରଣତଃ ଲୋକ ନିଜ କେଶର ଧ୍ୟାନ ସଠିକ୍ ଭାବେ ରଖିପାରନ୍ତି ନାହିଁ । ଯାହାଫଳରେ ବ୍ୟକ୍ତି ବିଭିନ୍ନ ପ୍ରକାରର ରସାୟନ ଯୁକ୍ତ ସାମ୍ପୁ, କଣ୍ଡିସନର ଆଦି ବ୍ୟବହାର କରିଥାନ୍ତି । ଏହି ପ୍ରସାଧନିର ବ୍ୟବହାର ଦ୍ବାରା କେଶ ସୁରକ୍ଷିତ ରହିବା ବଦଳରେ ଅଧିକ ଝଡ଼ିଥାଏ ଏବଂ ର୍ଦୁବଳ ହୋଇଯାଇଥାଏ । ଏଣୁ ଆସନ୍ତୁ ଜାଣିବା କେଶ କଳା କରିବାର ଏକ ସାଧାରଣ ଘରୋଇ ଉପଚାର ଭୃଶୁଙ୍ଗା ପତ୍ର ବିଷୟରେ ।

    ଭୃଶୁଙ୍ଗା ପତ୍ର ପ୍ରସ୍ତୁତ ତେଲ  :  କେଶକୁ ଗହଳ କରିବା ପାଇଁ ଭୃଶୁଙ୍ଗା ପତ୍ର ତେଲ ବହୁ ଲାଭକାରୀ ।ଏହାକୁ ପ୍ରସ୍ତୁତ କରିବା ପାଇଁ ଭୃଶୁଙ୍ଗା ପତ୍ରକୁ ଭଲ ଭାବେ ଧୋଇ ଖରାରେ ଶୁଖାଇ ଦିଅନ୍ତୁ ।ପରେ ଏହାକୁ ଗୁଣ୍ଡକରି ପାଉଡ଼ର ପ୍ରସ୍ତୁତ କରି ନଡ଼ିଆ ତେଲରେ ବ୍ୟବହାର କରନ୍ତୁ । ଦେଖିବେ ଏହାକୁ ଦୈନିକ ବ୍ୟବହାର ଦ୍ବାରା ଆପଣ କେଶ କଳା ରହିବା ସହ ଗହଳ ହୋଇଯିବ ।

    ଭୃଶୁଙ୍ଗା ପତ୍ରର ପେଷ୍ଟ  : ଭୃଶୁଙ୍ଗା ପତ୍ରରେ ବହୁ ପରିମାଣର ପୋଷକ ରହିଥାଏ ଯାହା କେଶକୁ ସୁସ୍ଥ ସହ ସୁରକ୍ଷିତ ରଖିଥାଏ । ଏହାକୁ ଆପଣ ବାଟି ପେଷ୍ଟ ଭାବେ ମଧ୍ୟ ବ୍ୟବହାର କରିପାରିବେ । ଏହି ପେଷ୍ଟକୁ ମୁଣ୍ଡ ଧୋଇବାର କିଛି ସମୟ ପୂର୍ବରୁ କେଶରେ ଲଗାଇ ତାହାପରେ ତାହାକୁ ଧୋଇ ଦିଅନ୍ତୁ। ଏହା କେଶର ଚମକ ବଜାୟ ରଖିବା ସହ ଏହାକୁ ସୁରକ୍ଷିତ ରଖିଥାଏ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    39.9 ° C
    39.9 °
    39.9 °
    18 %
    5.2kmh
    0 %
    Fri
    39 °
    Sat
    42 °
    Sun
    41 °
    Mon
    39 °
    Tue
    36 °

    ସମ୍ବନ୍ଧିତ