Sunday, October 4, 2026
24.3 C
Odisha

    ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ଗାୟକ ପବନଦୀପ

    ଆଗକୁ ପଢନ୍ତୁ

    ଉତ୍ତରାଖଣ୍ଡ : ଦୁର୍ଘଟଣାର ଶିକାର ହେଲେ ଲୋକପ୍ରିୟ ଟିଭି ଶୋ’ ଇଣ୍ଡିଆନ୍‌ ଆଇଡଲ ବିଜେତା ଗାୟକ ପବନଦୀପ ରାଜନ୍‌। ଉତ୍ତରାଖଣ୍ଡରୁ ନୋଏଡ଼ା ଯାଉଥିବା ସମୟରେ ସଡ଼କ ଦୁର୍ଘଟଣାର ଶିକାର ହୋଇ ଗୁରୁତର ଭାବେ ଆହତ ହୋଇଛନ୍ତି ପବନଦୀପ। ତାଙ୍କ କାର୍‌ ନିୟନ୍ତ୍ରଣ ହରାଇ ଗଜରୌଲାରେ ରାଜପଥ ପାର୍ଶ୍ୱରେ ଛିଡ଼ା ହୋଇଥିବା ଏକ କ୍ୟାଣ୍ଟରକୁ ପଛ ପଟରୁ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ତାଙ୍କ ଚାଳକ ରାହୁଲ ସିଂହ ଏବଂ ସାଥୀ ଅଜୟ ମେହେରା ମଧ୍ୟ ଆହତ ହୋଇଛନ୍ତି। ଆହତ ତିନି ଜଣଙ୍କୁ ପୁଲିସ ଉଦ୍ଧାର କରି ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରିଛି। ପବନଦୀପଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ସାମାଜିକ ଗଣମାଧ୍ୟମରେ ପବନଙ୍କ ଫଟୋ ଭାଇରାଲ ହୋଇଛି। ଫଟୋରେ ପବନ ହସ୍ପିଟାଲ ବେଡ୍‌ରେ ଶୋଇଥିବା ଏବଂ ତାଙ୍କ ଚିକିତ୍ସା ଚାଲିଥିବା ଦେଖିବାକୁ ମିଳିଛି। ଗାୟକଙ୍କ ଫଟୋ ଦେଖିବାସହ ଦୁର୍ଘଟଣା ଖବର ପାଇ ପ୍ରଶଂସକମାନେ ଚିନ୍ତା ପ୍ରକଟ କରିଛନ୍ତି। ଏଥିସହ ତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.3 ° C
    24.3 °
    24.3 °
    75 %
    1.5kmh
    0 %
    Sun
    24 °
    Mon
    31 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ