Wednesday, September 23, 2026
25.1 C
Odisha

    ଘର ଘର ବୁଲି ପ୍ରଧାନମନ୍ତ୍ରୀ ଆବାସ ସର୍ଭେ

    ଆଗକୁ ପଢନ୍ତୁ

    କନ୍ଧମାଳ : ସରକାରଙ୍କ ତରଫରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହିତାଧିକାରୀଙ୍କୁ ବାସଗୃହ ନିର୍ମାଣ ପାଇଁ ସର୍ଭେ କାର୍ଯ୍ୟ ଆରମ୍ଭ ହୋଇଛି। କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକର ୧୨ ଗୋଟି ପଞ୍ଚାୟତରେ ନୂତନ ମାର୍ଗଦର୍ଶିକା ଅନୁଯାୟୀ ଘର ଘର ବୁଲି ବାଦ୍ ପଡ଼ିଥିବା ଯୋଗ୍ୟ ହିତାଧିକାରୀମାନଙ୍କୁ ଚିହ୍ନଟ କରାଯାଇ ସର୍ଭେ ତାଲିକାରେ ଅନ୍ତର୍ଭୁକ୍ତ କରାଯାଉଛି । ବ୍ଲକରେ ସମୁଦାୟ ୨୩ ଜଣ ଏହି କାର୍ଯ୍ୟରେ ନିୟୋଜିତ ଅଛନ୍ତି। ପ୍ରଥମ ଥର ପାଇଁ ହିତାଧିକାରୀ ନିଜେ ମୋବାଇଲ୍ ଆପ୍ଲିକେସନ୍ ମାଧ୍ୟମରେ ନିଜର ସର୍ଭେ କରିବା ବ୍ୟବସ୍ଥା ରହିଥିବା ବେଳେ ପ୍ରଶାସନ ତରଫରୁ ମଧ୍ୟ ସ୍ୱତନ୍ତ୍ର ଟିମ ଏହି ଆବାସ ସର୍ଭେରେ ପକ୍କା ଘର ନଥିବା ଲୋକଙ୍କୁ ଭେଟି ଆବେଦନ ତାଲିକା ଭୁକ୍ତ କରାଉଛନ୍ତି । ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଏହି ସର୍ଭେ ଚାଲିବାକୁ ଥିବା ବେଳେ ବର୍ତମାନ ସୁଦ୍ଧା ୧୨୮୫ ପରିବାରଙ୍କୁ ଭେଟି ସର୍ଭେ କରାଯାଇଛି । ପ୍ରତ୍ୟେକ ଯୋଗ୍ୟ ପରିବାର ଯେପରି ବାଦ୍ ନ ପଡନ୍ତି ତାକୁ ଦୃଷ୍ଟିରେ ରଖି ଗାଁ ଗାଁ ବୁଲି ସମ୍ପୂର୍ଣ୍ଣ ରିପୋର୍ଟ ପ୍ରସ୍ତୁତ କରାଯାଉଥିବା ରାଇକିଆ ବ୍ଲକ୍ ରୁରାଲ ହାଉସିଂ ବିପିଏମ କମଲ ନାୟକ କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    25.1 ° C
    25.1 °
    25.1 °
    93 %
    3.5kmh
    95 %
    Wed
    26 °
    Thu
    26 °
    Fri
    28 °
    Sat
    28 °
    Sun
    28 °

    ସମ୍ବନ୍ଧିତ