Sunday, September 13, 2026
28.6 C
Odisha

    ଛାତ୍ରଛାତ୍ରୀମାନଙ୍କ ସହ ମତ ବିନିମୟ କଲେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: କେନ୍ଦ୍ର ସୂଚନା ଏବଂ ପ୍ରସାରଣ, ରେଳ ଏବଂ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପୁସ୍ତକ ଦ୍ୱାରା ଅନୁପ୍ରାଣିତ ହୋଇ ଆୟୋଜିତ ନୂଆଦିଲ୍ଲୀ ମ୍ୟୁନିସିପାଲିଟି କାଉନସିଲ୍ (ଏନଡିଏମସି)ର ଏକଜାମ୍ ୱାରିଅର୍ସ ଚିତ୍ରକଳା ମହୋତ୍ସବରେ ଅଂଶଗ୍ରହଣ କରିଛନ୍ତି। ଏହି ପଦକ୍ଷେପର ଉଦ୍ଦେଶ୍ୟ ହେଉଛି ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସକାରାତ୍ମକତା, ଆତ୍ମବିଶ୍ୱାସ ଏବଂ ସୃଜନଶୀଳତା ସୃଷ୍ଟି କରିବାରେ ସାହାଯ୍ୟ କରିବା, ଯାହାଦ୍ୱାରା ସେମାନେ ଶାନ୍ତ ଓ ସନ୍ତୁଳିତ ମାନସିକତାରେ ପରୀକ୍ଷା ଦେଇପାରିବେ।

    ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରେକର୍ଡ ବାର୍ତ୍ତା ଜରିଆରେ ଛାତ୍ରଛାତ୍ରୀଙ୍କୁ ଅନୁପ୍ରାଣିତ କରିଥିଲେ। ସଫଳ ହେବା ପରିବର୍ତ୍ତେ କର୍ମ କରିବା ଲାଗି ସ୍ୱପ୍ନ ଦେଖିବାକୁ ସେ ତାଙ୍କ ବାର୍ତ୍ତାରେ କହିଥିଲେ। ଏହି କାର୍ଯ୍ୟକ୍ରମରେ ଜତିନ୍ ଦାସ (ପଦ୍ମଭୂଷଣ ପୁରସ୍କାର ପ୍ରାପ୍ତ), ଜୟ ପ୍ରକାଶ (ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ), କାଞ୍ଚନ ଚନ୍ଦର, ହର୍ଷବର୍ଦ୍ଧନ, କଲ୍ୟାଣ ଯୋଶୀ, ପ୍ରଦୋଷ ସ୍ୱାଇଁ, ବିଜୟ ଭୋରେ, ରୀନା ସିଂହ, ଅନସ ସୁଲତାନ, ମନୋଜ କୁମାର ମହାନ୍ତି, ନରେନ୍ଦ୍ର ପାଲ୍ ସିଂହ, କାହ୍ନୁ ବେହରା, ଅସିତ କୁମାର ପଟ୍ଟନାୟକ ଏବଂ ଅଙ୍କିତ ଶର୍ମାଙ୍କ ଭଳି ପ୍ରସିଦ୍ଧ କଳାକାରମାନେ ଅଂଶଗ୍ରହଣ କରିଥିଲେ। ସେମାନଙ୍କ କଳାକୃତି ଏବଂ ଭାବ ବିନିମୟ ଛାତ୍ରଛାତ୍ରୀମାନଙ୍କ ମନୋବଳ ବଢ଼ାଇବାରେ ସହାୟକ ହୋଇଥିଲା। ଏହା ସେମାନଙ୍କୁ ଆତ୍ମବିଶ୍ୱାସ ଓ ସକାରାତ୍ମକ ମାନସିକତାର ସହ ପରୀକ୍ଷାର ସମ୍ମୁଖୀନ ହେବାକୁ ଅନୁପ୍ରାଣିତ କରିଥିଲା।
    ଶ୍ରୀ ବୈଷ୍ଣବ ମଧ୍ୟ ବିଦ୍ୟାର୍ଥୀମାନଙ୍କ ସହିତ ଭାବ ବିନିମୟ କରିଥିଲେ ଏବଂ ବିଶିଷ୍ଟ କଳାକାରମାନଙ୍କ ସହିତ ଏକ ଚିତ୍ରକଳା ପ୍ରସ୍ତୁତ କରିଥିଲେ। ପରୀକ୍ଷା ସମୟରେ ଚାପ ଏଡ଼ାଇବା ପାଇଁ ବର୍ଷସାରା ନିରନ୍ତର ଅଧ୍ୟୟନ ଜାରି ରଖିବାକୁ ସେ ପରାମର୍ଶ ଦେଇଥିଲେ।
    ଏହି କାର୍ଯ୍ୟକ୍ରମରେ ଏନଡିଏମସିର ଅଧ୍ୟକ୍ଷ କେଶବ ଚନ୍ଦ୍ର, ଉପାଧ୍ୟକ୍ଷ କୁଳଜିତ ଚହଲ ଏବଂ ସାଂସଦ ସୁଶ୍ରୀ ବାଁସୁରୀ ସ୍ୱରାଜ ମଧ୍ୟ ଉପସ୍ଥିତ ଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    28.6 ° C
    28.6 °
    28.6 °
    76 %
    1.1kmh
    71 %
    Sun
    28 °
    Mon
    30 °
    Tue
    31 °
    Wed
    31 °
    Thu
    31 °

    ସମ୍ବନ୍ଧିତ