Saturday, May 16, 2026
25.9 C
Odisha

    ଜନଗଣନା ପାଇଁ ସରକାରଙ୍କ ୱାର୍ଣ୍ଣିଂ: ଡ୍ୟୁଟି କରିବେ ଘରୋଇ ସ୍କୁଲ ଶିକ୍ଷକ, ମନା କଲେ କାର୍ଯ୍ୟାନୁଷ୍ଠାନ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଜନଗଣନା ପାଇଁ ସରକାରଙ୍କ ୱାର୍ଣ୍ଣିଂ । ଜନଗଣନା ଡ୍ୟୁଟି କରିବେ ଘରୋଇ ସ୍କୁଲ ଶିକ୍ଷକ । ମନା କଲେ ହେବ କାର୍ଯ୍ୟାନୁଷ୍ଠାନ।  ଓଡ଼ିଶାରେ ଚାଲିଥିବା ଜନଗଣନା-୨୦୨୭ କାର୍ଯ୍ୟକୁ ନେଇ ରାଜ୍ୟ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଏଣିକି କେବଳ ସରକାରୀ ନୁହେଁ ବରଂ ସମସ୍ତ ଘରୋଇ ସ୍କୁଲର ଶିକ୍ଷକ ଓ କର୍ମଚାରୀମାନଙ୍କୁ ମଧ୍ୟ ଜନଗଣନା କାର୍ଯ୍ୟରେ ନିୟୋଜିତ ହେବାକୁ ପଡ଼ିବ। ଏଥିରେ କୌଣସି ପ୍ରକାର ଅବହେଳା ବା ବାଧା ସୃଷ୍ଟି କଲେ ସମ୍ପୃକ୍ତ ସ୍କୁଲ କର୍ତ୍ତୃପକ୍ଷଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । କିଛି ଘରୋଇ ସ୍କୁଲ କର୍ତ୍ତୃପକ୍ଷ ନିଜ ଶିକ୍ଷକମାନଙ୍କୁ ଜନଗଣନା କାର୍ଯ୍ୟ ପାଇଁ ଛାଡୁନଥିବା ନେଇ ସରକାରଙ୍କ ପାଖରେ ଅଭିଯୋଗ ହୋଇଥିଲା । ଏହାକୁ ଗମ୍ଭୀରତାର ସହ ନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗର ଅତିରିକ୍ତ ସଚିବ ଦୁର୍ଗା ପ୍ରସାଦ ମହାପାତ୍ର ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି ।

    ସେ ସ୍ପଷ୍ଟ କରିଛନ୍ତି ଯେ, ଜନଗଣନା କାର୍ଯ୍ୟ ହେଉଛି ‘ଜନଗଣନା ଅଧିନିୟମ, ୧୯୪୮’ ଅନୁଯାୟୀ ଏକ ସାମ୍ବିଧାନିକ ଦାୟିତ୍ୱ। ଏଥିରେ ସହଯୋଗ କରିବା ସମସ୍ତ ଶିକ୍ଷାନୁଷ୍ଠାନ ପାଇଁ ବାଧ୍ୟତାମୂଳକ। ଜନଗଣନା ୨୦୨୭ର ପ୍ରଥମ ପର୍ଯ୍ୟାୟ କାର୍ଯ୍ୟ ବର୍ତ୍ତମାନ ଜାରି ରହିଛି। ଯାହା ଆସନ୍ତା ମେ ୧୫ ସୁଦ୍ଧା ଶେଷ ହେବାକୁ ଲକ୍ଷ୍ୟ ରଖାଯାଇଛି। ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ଯେ, ସେମାନେ ନିଜ ନିଜ ଜିଲ୍ଲାର ସମସ୍ତ ସ୍କୁଲ ପରିଚାଳନା କମିଟିକୁ ଏହି ନିୟମ ବିଷୟରେ ଜଣାଇବେ। ଜନଗଣନା ଡ୍ୟୁଟି ପାଇଁ ମନୋନୀତ ହୋଇଥିବା ଶିକ୍ଷକ ଓ କର୍ମଚାରୀମାନଙ୍କୁ ତୁରନ୍ତ ଛାଡ଼ିବାକୁ ସ୍କୁଲଗୁଡ଼ିକୁ କୁହାଯାଇଛି। ଯେପରି ସେମାନେ ନିଜର ସରକାରୀ ଦାୟିତ୍ୱ ଠିକ୍ ସମୟରେ ଶେଷ କରିପାରିବେ। ରାଜ୍ୟ ସରକାରଙ୍କ ଏହି କଠୋର ଆଭିମୁଖ୍ୟ ପରେ ଏବେ ଘରୋଇ ସ୍କୁଲଗୁଡ଼ିକ ଉପରେ ଚାପ ବଢ଼ିଛି। ଜାତୀୟ ଗୁରୁତ୍ୱ ବହନ କରୁଥିବା ଏହି କାର୍ଯ୍ୟରେ ଯେପରି କୌଣସି ତ୍ରୁଟି ନରହେ ସେଥିପାଇଁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ସହିତ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରାଯାଉଛି

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    25.9 ° C
    25.9 °
    25.9 °
    87 %
    1.7kmh
    59 %
    Sat
    41 °
    Sun
    42 °
    Mon
    45 °
    Tue
    46 °
    Wed
    44 °

    ସମ୍ବନ୍ଧିତ