Wednesday, May 6, 2026
36.3 C
Odisha

    କଳିଙ୍ଗ ଷ୍ଟାଡିୟମରେ ନାଭାଲ ଟାଟା ହକି ଗ୍ରୀଷ୍ମକାଳୀନ ଶିବିର ମେ ୨୧ ତାରିଖ ପର୍ଯ୍ୟନ୍ତ ଚାଲିବ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଓଡ଼ିଶା ନାଭାଲ ଟାଟା ହକି ଗ୍ରୀଷ୍ମକାଳୀନ ଶିବିରର ଚତୁର୍ଥ ସଂସ୍କରଣ ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ୍‌ଠାରେ ଆରମ୍ଭ ହୋଇଛି । ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗର ମିଳିତ ସହଯୋଗରେ ଆୟୋଜିତ ଏହି ଶିବିର ଚଳିତ ମେ ୪ ତାରିଖରୁ ଆରମ୍ଭ ହୋଇଛି ଏବଂ ୨୧ ତାରିଖ ପର୍ଯ୍ୟନ୍ତ ଚାଲିବ।

    ଶିବିରରେ ଭାଗ ନେଉଥିବା ୬ରୁ ୧୬ ବର୍ଷ ବୟସର ୮୦ରୁ ଅଧିକ ଖେଳାଳିଙ୍କୁ ହକିର କଳାକୌଶଳ ସହ ଉଚ୍ଚକୋଟୀର ପ୍ରଶିକ୍ଷଣ ପ୍ରଦାନ କରାଯିବ । ଉଦ୍‌ଘାଟନୀ ସମାରୋହରେ କ୍ରୀଡ଼ା ଓ ଯୁବସେବା ବିଭାଗର ଉପଶାସନ ସଚିବ ସୌମ୍ୟ ସାର୍ଥକ ମିଶ୍ର, ଓଆର୍‌ଏସ୍ (ଓଏସ୍‌ଡି) ଆଶିଷ କୁମାର ରାଉତ ଓ ଓଏସ୍‌ଡି ଶାଶ୍ୱତ କୁମାର ରାଉତ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ହକି ପଡ଼ିଆରେ ସଫଳତା ପାଇଁ ଶୃଙ୍ଖଳା, ଦଳଗତ କାର୍ଯ୍ୟ ଏବଂ ନିରନ୍ତର ପ୍ରଚେଷ୍ଟା ଅତ୍ୟନ୍ତ ଜରୁରୀ ବୋଲି ଅତିଥିମାନେ କହିଥିଲେ । ଉଦଘାଟନୀ ସମାରୋହ ପରେ ଖେଳାଳିମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ‘ଷ୍ଟ୍ରେନ୍‌ଥ ଆଣ୍ଡ କଣ୍ଡିସନିଂ’ ଅଧିବେଶନ ଆୟୋଜିତ ହୋଇଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    36.3 ° C
    36.3 °
    36.3 °
    25 %
    2.8kmh
    56 %
    Wed
    36 °
    Thu
    38 °
    Fri
    40 °
    Sat
    40 °
    Sun
    38 °

    ସମ୍ବନ୍ଧିତ