Thursday, September 24, 2026
24.7 C
Odisha

    ଟ୍ରାଇର ନିର୍ଦ୍ଦେଶ : ଭଏସ କଲ, ଏସଏମଏସ ପାଇଁ ଆସିବ ରିଚାର୍ଜ ଭାଉଚର

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଭାରତୀୟ ଟେଲିକମ୍ ନିୟାମକ ପ୍ରାଧିକରଣ (ଟ୍ରାଇ) ଶୁଳ୍କ ବା ତାରିଫ ନିୟମରେ ବଡ଼ ପରିବର୍ତ୍ତନ କରିଛି। ଏବେ ସରକାରୀ ଓ ବେସରକାରୀ ଟେଲିକମ୍ କଂପାନିଗୁଡ଼ିକୁ ମଧ୍ୟ କଲ୍ ଓ ଏସ୍ଏମ୍ଏସ୍ ପାଇଁ ୟୁଜର୍ସଙ୍କୁ ସ୍ୱତନ୍ତ୍ର ପ୍ଲାନ୍ ଦେବାକୁ ପଡ଼ିବ। ଯାହା ଏବେ ସିଧାସଳଖ ଲକ୍ଷ ଲକ୍ଷ ଉପଭୋକ୍ତାଙ୍କୁ ଉପକୃତ କରିବ । ଏହି ଫିଚର ସେହି ଗ୍ରାହକଙ୍କ ପାଇଁ ବହୁତ ସହାୟକ ହେବ ଯେଉଁମାନେ ଫିଚର ଫୋନ ବ୍ୟବହାର କରନ୍ତି ଓ କେବଳ କଲ୍ ଏବଂ ମେସେଜ୍ ବ୍ୟବହାର କରନ୍ତି ଏବଂ ଡାଟା ଆବଶ୍ୟକ କରନ୍ତି ନାହିଁ । କିନ୍ତୁ ଟେଲିକମ କମ୍ପାନିମାନେ ଏମାନଙ୍କ ପାଇଁ କୌଣସି ସ୍ବତନ୍ତ୍ର ପ୍ଲାନ ରଖୁନଥିଲେ । ଫଳରେ ସେମାନେ ବାଧ୍ୟ ହୋଇ ଡାଟା ଥିଲା ରିଚାର୍ଜ ଭାଉଚର ବ୍ୟବହାର କରୁଥିଲେ ।
    କ’ଣ ବଦଳିଲା ନୂଆ ନିୟମ ?

    କୁହାଯାଉଛି ଯେ ବର୍ତ୍ତମାନ ଟେଲିକମ୍ କଂପାନିଗୁଡ଼ିକୁ ୟୁଜର୍ସଙ୍କୁ ଅତି କମରେ ଏଭଳି ଏକ ସ୍ୱତନ୍ତ୍ର ଟାରିଫ ଭାଉଚର ଦେବାକୁ ପଡିବ, ଯାହା କେବଳ ଭଏସ୍ କଲ୍ ଏବଂ ଏସଏମଏସ ସେବା ପାଇଁ ରହିବ । ଏହି ପ୍ଲାନର ବୈଧତା ୩୬୫ ଦିନ ପର୍ଯ୍ୟନ୍ତ ହୋଇପାରିବ । ପୂର୍ବରୁ ସ୍ୱତନ୍ତ୍ର ରିଚାର୍ଜ କୁପନର ସମୟସୀମା ୯୦ ଦିନରେ ସୀମିତ ଥିବା ବେଳେ ଏବେ ଏହାକୁ ୩୬୫ ଦିନକୁ ବୃଦ୍ଧି କରାଯାଇଛି। କେବଳ ଏତିକି ନୁହେଁ ଟେଲିକମ୍ କଂପାନିମାନେ ଯେକୌଣସି ପରିମାଣର ସ୍ୱତନ୍ତ୍ର ରିଚାର୍ଜ ଭାଉଚର ଜାରି କରିପାରିବେ, ବରଂ ସେମାନଙ୍କୁ ଅତି କମରେ ୧୦ ଟଙ୍କାର ଭାଉଚର ମଧ୍ୟ ଜାରି କରିବାକୁ ପଡିବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    moderate rain
    24.7 ° C
    24.7 °
    24.7 °
    95 %
    2kmh
    100 %
    Thu
    25 °
    Fri
    28 °
    Sat
    31 °
    Sun
    28 °
    Mon
    30 °

    ସମ୍ବନ୍ଧିତ