Saturday, April 11, 2026
37.2 C
Odisha

    ଦୁଇ ବର୍ଷ ମଧ୍ୟରେ ତୁଟିବ ରାଜ୍ୟବ୍ୟାପୀ ଜଗନ୍ନାଥଙ୍କ ଜମି ବିବାଦ: ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ରାଜ୍ୟ ସରକାର ତିନି ମାସ ମଧ୍ୟରେ ନୂଆ ୟୁନିଫର୍ମ ଲ୍ୟାଣ୍ଡ ପିଲିସି ଆଣିବାକୁ ଯାଉଛନ୍ତି। ଏହାକୁ କ୍ୟାବିନେଟ ବୈଠକରେ ଅନୁମୋଦନ ଦିଆଯିବ। ରାଜ୍ୟବ୍ୟାପୀ ଜଗନ୍ନାଥଙ୍କ ଜମି ବିବାଦ ଦୁଇ ବର୍ଷ ମଧ୍ୟରେ ତୁଟିବ ବୋଲି ଆଜି ବିଧାନସଭାରେ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ସେ କହିଛନ୍ତି, ଯେଉଁମାନେ ଅଧିକ ବର୍ଷ ଜଗନ୍ନାଥଙ୍କ ଜମି ଜବରଦଖଲ କରିଥିବେ, ସେମାନଙ୍କୁ ୧୦୦ ଡିସିମିଲ ଜାଗା ରିହାତି ଦରରେ ରାଜ୍ୟ ସରକାର ଯୋଗାଇ ଦେବେ।ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଆହୁରି କହିଛନ୍ତି, କୋରାପୁଟ ଜିଲ୍ଲାରେ ଜଗନ୍ନାଥ ଜମି ଯେଉଁଠି ଜବରଦଖଲ ହୋଇଥିଲା ତାକୁ ଜବରଦଖଲ ମୁକ୍ତ କରାଯାଇଛି। ସେଠାରେ ୨୭ ହଜାର ୪୧୦ ଏକର ଜଗନ୍ନାଥ ଜମି ଚିହ୍ନଟ ହୋଇଛି। ୨୪ ଟି ଜିଲ୍ଲାରେ ମୋଟ ୬୦ ହଜାର ୪୨୬.୯୪ ଏକର ଜଗନ୍ନାଥଙ୍କ ଜମି ରହିଛି। ୩୮ ହଜାର ୬୧ ଏକର ଜମିର ସଂଶୋଧିତ ସତ୍ତ୍ବଲିପି ରାଜ୍ୟ ସରକାରଙ୍କ ପାଖରେ ରହିଛି। ଏହାର ଡିଜିଟାଇଜେସନ ପ୍ରକ୍ରିୟା ଜାରି ରହିଛି। ୨୨ ହଜାର ଏକର ଜମିର ଆରୋଆର ଯୋଗାଡ଼ ଚାଲିଛି। ରାଜ୍ୟ ବାହାରେ ୬ଟି ରାଜ୍ୟରେ ୩୯୫.୨୫ ଏକର ଜଗନ୍ନାଥ ଜମି ରହିଛି। ବିଧାନସଭା ପ୍ରଶ୍ନକାଳରେ ଏହି ତଥ୍ୟ ପ୍ରଦାନ କରିଛନ୍ତି ଆଇନ ମନ୍ତ୍ରୀ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    37.2 ° C
    37.2 °
    37.2 °
    13 %
    4kmh
    0 %
    Sat
    38 °
    Sun
    41 °
    Mon
    42 °
    Tue
    43 °
    Wed
    43 °

    ସମ୍ବନ୍ଧିତ