Saturday, May 2, 2026
25.6 C
Odisha

    ନାଗପୁରରେ ବାଂଲାଦେଶୀ ବିମାନର ଜରୁରୀକାଳୀନ ଅବତରଣ, ଅନ୍ୟ ଏକ ବିମାନରେ ଗଲେ ଯାତ୍ରୀ

    ଆଗକୁ ପଢନ୍ତୁ

    ନାଗପୁର: ପ୍ରାୟ ୪୦୦ ଯାତ୍ରୀ ଥିବା ବାଂଲାଦେଶ ଏୟାରଲାଇନ୍ସ ‘ବିମାନ ବାଂଲାଦେଶ’ର ଏକ ବିମାନ ବୁଧବାର ରାତିରେ ମହାରାଷ୍ଟ୍ରର ନାଗପୁର ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କରିଥିଲା। ଏହି ବିମାନରେ ଧୂଆଁ ଦେଖିବା ପରେ ନାଗପୁର ବିମାନ ବନ୍ଦରରେ ଅବତରଣ କରାଯାଇଥିଲା। ବିମାନଟି ବାଂଲାଦେଶର ରାଜଧାନୀ ଢାକାରୁ ଦୁବାଇ ଅଭିମୁଖେ ଉଡ଼ାଣ ଭରିଥିଲା। ଏହି ଘଟଣାର ୧୯ ଘଣ୍ଟା ପରେ ବିମାନର ଯାତ୍ରୀମାନଙ୍କୁ ଆଉ ଏକ ବିମାନରେ ଦୁବାଇ ନିଆଯାଇଥିଲା । ନାଗପୁର ବିମାନ ବନ୍ଦରର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ, ବୈଷୟିକ ସମସ୍ୟା କାରଣରୁ ଏକ ବାଂଲାଦେଶୀ ବିମାନକୁ ଡାଇଭର୍ଟ କରାଯାଇଥିଲା ଏବଂ ବୁଧବାର ରାତି ୧୦ଟା ୪୫ରେ ନାଗପୁର ବିମାନ ବନ୍ଦରରେ ଜରୁରୀ ଅବତରଣ କରିବାକୁ ପଡ଼ିଥିଲା। ତେବେ ଗୁରୁବାର ଅଧିକାରୀମାନେ ସୂଚନା ଦେଇଛନ୍ତି ଯେ ଗଭୀର ଅନୁସନ୍ଧାନ ପରେ ଜଣାପଡିଛି ଯେ ବିମାନରେ କୌଣସି ଅଗ୍ନିକାଣ୍ଡ ଘଟିନାହିଁ ।
    ସୂଚନା ଅନୁଯାୟୀ, ବାଂଲାଦେଶୀ ବିମାନ ଉପରେ ଫାୟାର ଆଲାର୍ମ ବାଜିଥିଲା, ଯାହା ପାଇଲଟଙ୍କୁ ସତର୍କ କରିଥିଲା। ପାଇଲଟ୍ ବିମାନବନ୍ଦର ଅପରେସନ କଣ୍ଟ୍ରୋଲ ସେଣ୍ଟରକୁ ସୂଚନା ଦେବା ସହ ସିଷ୍ଟମ ଅପରେସନ କମାଣ୍ଡ ସେଣ୍ଟରକୁ ମଧ୍ୟ ସତର୍କ କରାଇଥିଲେ। ଏହାପରେ ବିମାନକୁ ନାଗପୁର ଅଭିମୁଖେ ଡାଇଭର୍ଟ କରିବାକୁ ନିଷ୍ପତ୍ତି ନିଆଯାଇଥିଲା ଏବଂ ସମ୍ପୂର୍ଣ୍ଣ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଥିଲା। ସମ୍ପୂର୍ଣ୍ଣ ଜରୁରୀକାଳୀନ ପରିସ୍ଥିତି ଘୋଷଣା ହେବା ପରେ ବିମାନକୁ ନାଗପୁର ବିମାନ ବନ୍ଦରରେ ଅବତରଣ କରାଯାଇଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    25.6 ° C
    25.6 °
    25.6 °
    53 %
    1.5kmh
    25 %
    Sat
    39 °
    Sun
    41 °
    Mon
    41 °
    Tue
    36 °
    Wed
    38 °

    ସମ୍ବନ୍ଧିତ