Friday, May 1, 2026
24.6 C
Odisha

    ନିଆଁରେ ଜଳୁଛି ମିକ୍ସଚର ଫ୍ୟାକ୍ଟ୍ରି

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ସକାଳୁ ସକାଳୁ ବଡ଼ ଧରଣର ଅଗ୍ନିକାଣ୍ଡ। ଭୁବନେଶ୍ୱର ସହିଦନଗରରେ ଥିବା ଏକ ମିକ୍ସଚର ଫ୍ୟାକ୍ଟ୍ରିରେ ଘଟିଛି ଅଗ୍ନିକାଣ୍ଡ । ନିଆଁରେ ଜଳି ପୋଡି ଛାରଖାର ହୋଇଛି ଲକ୍ଷ ଲକ୍ଷ ଟଙ୍କାର ସାମଗ୍ରୀ। ମିକ୍ସଚର ଫ୍ୟାକ୍ଟ୍ରିରେ ନିଆଁ ଲାଗିବା ଯୋଗୁଁ ଦୋକାନ ଭିତରେ ଥିବା ଅନେକ ସାମଗ୍ରୀ ନଷ୍ଟ ହୋଇଯାଇଥିବା ଅନୁମାନ କରାଯାଉଛି।ହେଲେ ନିଆଁ କିପରି ଲାଗିଲା ତାହା ଏବେ ଯାଏଁ ଜଣା ପଡିନାହିଁ। ନିଆଁ ଲିଭା କାର୍ଯ୍ୟରେ ଅଗ୍ନିଶମ କର୍ମଚାରୀ ନିୟୋଜିତ ହୋଇଛନ୍ତି। ନିଆଁକୁ ଆୟତ୍ତ କରିବା ପାଇଁ ଉଦ୍ୟମ ଚଳାଇଛନ୍ତି। ହେଲେ ଏବେ ସୁଦ୍ଧା ସମ୍ପୂର୍ଣ୍ଣ ରୂପରେ ନିଆଁ ଆୟତ୍ତକୁ ଆସିନାହିଁ। ଯେହେତୁ ଫ୍ୟାକ୍ଟ୍ରି ପାଖରେ ଅନେକ ଦୋକାନ ରହିଛି, ନିଆଁ ବ୍ୟାପିବାର ମଧ୍ୟ ସମ୍ଭାବନା ରହିଛି। ଦୋକାନ ଭିତରୁ ପ୍ରବଳ ଧୂଆ ବାହାରୁଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    24.6 ° C
    24.6 °
    24.6 °
    70 %
    0.9kmh
    43 %
    Fri
    38 °
    Sat
    41 °
    Sun
    42 °
    Mon
    39 °
    Tue
    35 °

    ସମ୍ବନ୍ଧିତ