Tuesday, May 19, 2026
34.5 C
Odisha

    ପଡ଼ି ରହିଛି ଟଙ୍କା; ନିଶାମୁକ୍ତ ସମାଜ ଗଠନ ପାଇଁ ଆଗ୍ରହ ଦେଖାଉନାହାନ୍ତି ଅଧିକାରୀ

    ଆଗକୁ ପଢନ୍ତୁ

    ନିଶା ଏବେ ସାମାଜିକ ବ୍ୟଧି ଭାବେ କାୟା ବିସ୍ତାର କରିଚାଲିଛି। ମଦ, ପାନ, ବିଡି, ସିଗାରେଟ୍‍ ପରେ ବ୍ରାଉନସୁଗର, ଗଞ୍ଜେଇ, ଇ-ସିଗାରେଟ, ଡେନ୍‍ଡ୍ରାଇଟ୍‍ ଓ କୋକେନ୍‍ ଭଳି ମାରାତ୍ମକ ନିଶା ପ୍ରେମରେ ପଡ଼ିଛନ୍ତି ନିଶାଡ଼ି। ଆମ ରାଜ୍ୟ ଓଡ଼ିଶାରେ ଦିନକୁ ଦିନ ନିଶା କାରବାର ବଢ଼଼ିଗଲାଣି। ହାତ ପାହାନ୍ତାରେ ଏସବୁ ନିଶାଦ୍ରବ୍ୟ ମିଳୁଥିବାରୁ ସହଜରେ କିଣି ସେବନ କରୁଛନ୍ତି ଲୋକେ। ଏଣୁ ନିଶା କାରବାର ସହ ସେବନକାରୀଙ୍କ ସଂଖ୍ୟା ସବୁଆଡେ ମାଡ଼ିଗଲାଣି। ତେବେ ଏଭଳି ମାରାତ୍ମକ ନିଶାରେ ଅଧିକ ମତୁଆଲା ହେଉଛନ୍ତି ଯୁବପିଢ଼ି। ନିଶା ଉପରେ ନିୟନ୍ତ୍ରଣ ନ ଥିବାରୁ ସ୍ଥିତି ବିଗିଡ଼ିଗଲାଣି ।

    ନିଶା କାରବାର ହଟାଇବା ସହ ନିଶାମୁକ୍ତ ଭାରତ ଓ ନିଶାମୁକ୍ତ ଓଡ଼ିଶା ଗଢ଼ି ତୋଳିବାକୁ ଯୋଜନା କରାଯାଇଛି କିନ୍ତୁ ତାହା ଏବେ କୋମାକୁ ଚାଲିଗଲାଣି। କେବଳ ବିଶ୍ୱ ତମାଖୁ ବର୍ଜନ ଓ ନିଶା ନିବାରଣ ଦିବସ ଆସିଲେ ସଭା, ସମିତି, ରାଲି ଓ ଧାରଣା ଆଦି ଗୋଟିଏ ଦିନ ପାଳନ କରାଯାଇଥାଏ। ହେଲେ ପରେ ସବୁ ବନ୍ଦ ହୋଇଯାଇଥାଏ। ତେବେ ଯଥା ପୂର୍ବଂ ତଥାପରଂ ନାରାରେ ସେଭଳି ନିଶା କାରବାର ଜାରି ରହିଥାଏ। ଏହାରି ଭିତରେ ସବୁଠୁ ବଡ଼ କଥା ହେଉଛି କେନ୍ଦ୍ର ସରକାରଙ୍କ ପକ୍ଷରୁ ନିଶାମୁକ୍ତ ସମାଜ ଗଠନ ପାଇଁ ଦେଶବ୍ୟାପୀ ନିଶା ମୁକ୍ତ ଭାରତ ଅଭିଯାନ (ଏନ୍‌ଏମ୍‌ବିଏ) ନାମରେ ଏକ ଯୋଜନା କାର୍ଯ୍ୟକାରୀ କରାଯାଇଛି। ଏଥିପାଇଁ ଭାରତ ସରକାର ପ୍ରତି ଜିଲ୍ଲାକୁ ୧୦ ଲକ୍ଷ ଟଙ୍କା ଲେଖାଏଁ ଅନୁଦାନ ଦେଇଛନ୍ତି। କିନ୍ତୁ ଏହି ଯୋଜନା କାର୍ଯ୍ୟକାରୀ ପାଇଁ ଜିଲ୍ଲା ସ୍ତରରେ ସାମାଜିକ ସୁରକ୍ଷା ଅଧିକାରୀମାନେ ଆଗ୍ରହ ଦେଖାଉ ନାହାନ୍ତି ଏବଂ ସେମାନଙ୍କ ଜିଲ୍ଲାପାଳମାନେ ମଧ୍ୟ ଏ ନେଇ କିଛି ଖୋଜ ଖବର ନେଉ ନାହାନ୍ତି। ଜିଲ୍ଲାକୁ ଦିଆଯାଇ ଥିବା ୧୦ ଲକ୍ଷ ଟଙ୍କା ବ୍ୟାଙ୍କ ଆକାଉଣ୍ଟରେ ପଡି ରହିଛି। ଯାହାକୁ ନେଇ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ କ୍ଷୋଭ ପ୍ରକାଶ କରିବା ସହିତ ତୁରନ୍ତ ପଦକ୍ଷେପ ନେବା ପାଇଁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    34.5 ° C
    34.5 °
    34.5 °
    30 %
    3kmh
    76 %
    Tue
    36 °
    Wed
    45 °
    Thu
    46 °
    Fri
    45 °
    Sat
    45 °

    ସମ୍ବନ୍ଧିତ