Thursday, May 14, 2026
31.5 C
Odisha

    ପୁଣି ଦୁର୍ଘଟଣା ଘଟାଇଲା ମୋ ବସ, ବାଇକ ଆରୋହୀ ଗୁରୁତର

    ଆଗକୁ ପଢନ୍ତୁ

    କଟକ : କଟକ ପୁରୀଘାଟରୁ ଖାନନଗର ଆସୁଥିବା ମୋ ବସ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି। ସିଟି କଲେଜ ରିଂରୋଡ୍‌‌ରେ ମୋ ବସ ଜଣେ ବାଇକ ଆରୋହୀଙ୍କୁ ଧକ୍କା ଦେଇଥିଲା। ଫଳରେ ବାଇକ ଆରୋହୀ ଗୁରୁତର ଆହତ ହୋଇଥିଲେ। ଗୁରୁତର ବାଇକ ଆରୋହୀଙ୍କୁ ମେଡ଼ିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଦୁର୍ଘଟଣା ଘଟାଇଥିବା ମୋ ବସ ଡ୍ରାଇଭରକୁ ପୁଳିସ ଅଟକ ରଖି ପଚରାଉଚୁରା ଜାରି ରଖିଛି।ମୋ ବସ ଦୁର୍ଘଟଣା ଘଟାଇବା ପରେ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା। ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରିଥିଲେ। ଫଳରେ ରାସ୍ତାର ଉଭୟ ପାର୍ଶ୍ବରେ ବହୁ ସମୟ ଧରି ଯାନବାହନ ଅଟକି ରହିଥିଲା। ମୋ ବସ ଡ୍ରାଇଭରଙ୍କ ବେପରୁଆ ଗାଡ଼ି ଚାଳାନା ଯୋଗୁଁଁ ବାରମ୍ବାର ଏଭଳି ଦୁର୍ଘଟଣା ଘଟୁଥିବା ଉତ୍ୟକ୍ତ ଲୋକେ ଅଭିଯୋଗ କରିଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲା। ଏହାପରେ ବହୁ ସମୟ ଧରି ରାସ୍ତାର ଉଭୟ ପାର୍ଶ୍ବରେ ଅଟକି ରହିଥିବା ଗାଡ଼ି ମଟର ଯାତାୟତ ସ୍ୱାଭାବିକ ହୋଇଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    31.5 ° C
    31.5 °
    31.5 °
    52 %
    3.8kmh
    100 %
    Thu
    34 °
    Fri
    43 °
    Sat
    41 °
    Sun
    43 °
    Mon
    46 °

    ସମ୍ବନ୍ଧିତ