Monday, May 25, 2026
42.7 C
Odisha

    ପୂର୍ବତନ ରାଜ୍ୟ ସଭାପତି ଓ କେନ୍ଦ୍ରମନ୍ତ୍ରୀ ଡ.ଦେବେନ୍ଦ୍ର ପ୍ରଧାନଙ୍କ ସ୍ମୃତିରେ ରାଜ୍ୟସ୍ତରୀୟ ସର୍ବଦଳୀୟ ଶ୍ରଦ୍ଧାଞ୍ଜଳି ସଭା

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ବିଶିଷ୍ଟ ରାଜନେତା, ଭାରତୀୟ ଜନତା ପାର୍ଟିର ପୂର୍ବତନ ରାଜ୍ୟ ସଭାପତି, ରାଷ୍ଟ୍ରୀୟ ଉପସଭାପତି ଓ କେନ୍ଦ୍ରମନ୍ତ୍ରୀ ଡକ୍ଟର ଦେବେନ୍ଦ୍ର ପ୍ରଧାନଙ୍କ ଗତ ୧୭ ତାରିଖ ଦିନ ୮୩ ବର୍ଷ ବୟସରେ ଦିଲ୍ଲୀଠାରେ ଦେହାନ୍ତ ହୋଇଛି । ତାଙ୍କ ପରଲୋକରେ ରାଜ୍ୟ ଓ ଦେଶ ପାଇଁ ଅପୁରଣୀୟ କ୍ଷତି ହୋଇଛି । ୧୯୮୦ରେ ଭାରତୀୟ ଜନତା ପାର୍ଟିରେ ଯୋଗଦେବା ପରେ ଦୃଢ଼ ସଙ୍ଗଠକ ଭାବେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ଦଳକୁ ତୃଣମୂଳସ୍ତରରୁ ମଜ୍‌ଭୁତ କରିବାରେ ତାଙ୍କ ଭୂମିକା ଅତୁଳନୀୟ ବୋଲି ଭୁବନେଶ୍ୱର ଓୟୁଏଟି ବିଶ୍ୱବିଦ୍ୟାଳୟ ପରିସରସ୍ଥିତ “କୃଷି ଶିକ୍ଷା ସଦନ”ରେ ଅନୁଷ୍ଠିତ ସର୍ବଦଳୀୟ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗଦେଇ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ମତବ୍ୟକ୍ତ କରିଛନ୍ତି ।ସଭାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରି କହିଥିଲେ ଯେ, ଡ. ପ୍ରଧାନ ଥିଲେ ଓଡ଼ିଶାର ଜଣେ ସ୍ଥିତପ୍ରଜ୍ଞ ତଥା ଉତ୍ସଗୀକୃତ ରାଜନେତା । ନିଜର ନମ୍ରତା ଓ ଭଳପାଇବା ମାଧ୍ୟମରେ ସମସ୍ତଙ୍କୁ ନିଜର କରିପାରିଥିଲେ । ତାଙ୍କର ନିଷ୍ଠା, କଠିନ ପରିଶ୍ରମ ଓ ପ୍ରତିବଦ୍ଧତା ବଳରେ ଓଡ଼ିଶାରେ ଭାରତୀୟ ଜନତା ପାର୍ଟିକୁ ପ୍ରତିଷ୍ଠିତ କରିବାରେ ଅଗ୍ରଣୀ ଭୂମିକା ନେଇଥିଲେ । ଓଡ଼ିଶାରେ ବିଜେପିର ଅଭ୍ୟୁଦୟରେ ଡ.ପ୍ରଧାନ ଥିଲେ ଭଗୀରଥ । ସେ ହେଲେ ଆମ ସମସ୍ତଙ୍କ ପାଇଁ ପ୍ରେରଣାଦାୟୀ । ଡାକ୍ତରୀ ଭଳି ପେଶାକୁ ଛାଡ଼ି ସମାଜସେବା ପାଇଁ ରାଜନୀତିକୁ ଓହ୍ଲାଇ ବିପରୀତ ପରିସ୍ଥିତିରେ ଦଳକୁ ସୁଦୃଢ଼ କରିଥିଲେ । ଓଡ଼ିଶା ରାଜନୀତିରେ ତାଙ୍କ ଯୋଗଦାନ ସବୁଦିନ ପାଇଁ ଅମର ହୋଇରହିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଥିଲେ ।ଶ୍ରଦ୍ଧାଞ୍ଜଳୀ ସଭାରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ଗିରିରାଜ ସିଂହ କହିଥିଲେ ଯେ, ରାଜନୀତିରେ ରହି ରାଜନୀତିଠାରୁ ଦୂରରେ ଥିବା ବ୍ୟକ୍ତି ଥିଲେ ଡ.ପ୍ରଧାନ । ମଣ୍ଡଳ ସଭାପତିଠାରୁ ଆରମ୍ଭ କରି ରାଜ୍ୟ ସଭାପତି, ରାଷ୍ଟ୍ରୀୟ ଉପସଭାପତି ହୋଇଥିଲେ ମଧ୍ୟ ତାଙ୍କ ସରଳ ବ୍ୟକ୍ତିତ୍ୱ ବଳରେ ସମସ୍ତଙ୍କ ପ୍ରିୟପାତ୍ର ହୋଇପାରିଥିଲେ । ସେ ସମସ୍ତଙ୍କୁ ସାଙ୍ଗରେ ନେଇ ଚାଲିପାରୁଥିଲେ । ତାଙ୍କ ପରି ସନ୍ଥପ୍ରବୃତିର ବ୍ୟକିତ୍ୱ ରାଜନୀତିରେ ବିରଳ ବୋଲି କହି କେନ୍ଦ୍ରମନ୍ତ୍ରୀ ସିଂ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।
    ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ତଥା ପୂର୍ବତନ ରାଜ୍ୟ ପ୍ରଭାରୀ ଶ୍ରୀ ଅରୁଣ ସିଂହ କହିଥିଲେ ଡ. ପ୍ରଧାନ ବିପରୀତ ପରିସ୍ଥିତିରେ ଗୋଟିଏ ଗୋଟିଏ କାର୍ଯ୍ୟକର୍ତାକୁ ଯୋଡି ସଂଗଠନକୁ ମଜବୁତ କରିବାର ମୂଳଦୁଆ ପକାଇଥିବାରୁ ଆଜି ରାଜ୍ୟରେ ବିଜେପି ସରକାର ଗଠନ କରିବାରେ ସଫଳ ହୋଇଛି । ଏହି ଅବସରରେ ଶ୍ରୀ ନଡ୍ଡାଙ୍କ ଶୋକବାର୍ତା ପାଠ କରି ଶ୍ରୀ ସିଂହ ଦିବଂଗତ ଆତ୍ମାର ସଦ୍‌ଗତି କାମନା କରିଥିଲେ ।ଡ.ପ୍ରଧାନ ଜଣେ ସାଲିସବିହୀନ ରାଜନେତା ଥିଲେ । ତୃଣମୂଳସ୍ତରରୁ ନିରନ୍ତର ସଂଗ୍ରାମ କରି ନିଜର ତ୍ୟାଗ ଓ ଉଦ୍ୟମ ବଳରେ ଜନନାୟକ ବନିପାରିଥିଲେ । ସଂଗଠନଠାରୁ ସରକାର ପର୍ଯ୍ୟନ୍ତ ସବୁଠି ନିଖୁଣଭାବେ ଦାୟିତ୍ୱ ସମ୍ପାଦନ କରି ସ୍ୱର୍ଗତଃ ଡ. ପ୍ରଧାନ ସଫଳତାର ଶୀର୍ଷରେ ପହଂଚିପାରିଥିଲେ । ପ୍ରତିକୂଳ ପରିସ୍ଥିତିରେ ଦଳ ପାଇଁ ଚଟାଣ ଭଳି କାର୍ଯ୍ୟକରି ସମସ୍ତ ପାଇଁ ପ୍ରେରଣା ସାଜିଥିଲେ । ଓଡ଼ିଶାର ବିକାଶ ଦିଗରେ ଡ.ପ୍ରଧାନ ନିରନ୍ତର ପ୍ରୟାସ ଜାରି ରଖିଥିଲେ । ସେ ସବୁଦିନ ପାଇଁ ଆମ ସମସ୍ତଙ୍କ ଲାଗି ପ୍ରେରଣାର କେନ୍ଦ୍ର ବିନ୍ଦୁ ହୋଇରହିବେ ବୋଲି ଶ୍ରଦ୍ଧାଞ୍ଜଳୀ ସଭାରେ ଯୋଗ ଦେଇ ବକ୍ତାମାନେ କହିଥିଲେ ।
    ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଶୋକବ୍ୟକ୍ତ କରି କହିଛନ୍ତି ଯେ, ଡ. ପ୍ରଧାନ ଜଣେ ସ୍ନେହୀ ଓ ଅମାୟିକ ବ୍ୟକ୍ତିତ୍ୱ ଥିଲେ । କେବଳ ରାଜ୍ୟ ନୁହେଁ ସାରା ଦେଶର ଲୋଙ୍କଙ୍କ ପାଇଁ ସେ ଜଣେ ଆଦର୍ଶ ବ୍ୟକ୍ତିତ୍ୱ ଅଧିକାରୀ ଥିଲେ । ଦଳ ବିଚାରଧାରର ଡ.ପ୍ରଧାନ ଜଣେ ମୂର୍ତିମନ୍ତ ପ୍ରତୀକ ଥିଲେ ବୋଲି କହି ଡ.ପଣ୍ଡା ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।ଏହି ଅବସରରେ ବାଚସ୍ପତି ଶ୍ରୀମତି ସୁରମା ପାଢ଼ୀ, ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକବର୍ଦ୍ଧନ ସିଂହଦେଓ, ଶ୍ରୀମତି ପ୍ରଭାତୀ ପରିଡ଼ା, ରାଜ୍ୟ ବିଜେପି ପ୍ରଭାରୀ ବିଜୟ ପାଲ ସିଂହ ତୋମାର, ସହ ପ୍ରଭାରୀ ସୁଶ୍ରୀ ଲତା ଉସେଣ୍ଡି, ମନ୍ତ୍ରୀ ସୁରେଶ ପୂଜାରୀ, ପୂର୍ବତନ ରାଜ୍ୟ ସଭାପତି ଶ୍ରୀ ବସନ୍ତ ପଣ୍ଡା, ବିମ୍ବାଧର କୁଅଁର, ବରିଷ୍ଠ କଂଗ୍ରେସ ନେତା ପଂଚାନନ କାନୁନ୍‌ଗୋ, ନିରଞ୍ଜନ ପଟ୍ଟନାୟକ, ବରିଷ୍ଠ ବିଜେଡି ନେତା ପ୍ରଫୁଲ୍ଲ ଘଡେଇ, ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ, ଦେବୀ ପ୍ରସାଦ ମିଶ୍ର, ପ୍ରଫୁଲ୍ଲ ସାମଲ, ଅମର ଶତପଥୀ, ସାଂସଦ ଅନନ୍ତ ନାୟକ, ପ୍ରତାପ ଷଡଙ୍ଗୀ, ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ସରୋଜ ମିତ୍ର, ସୋମ୍ୟରଞ୍ଜନ ପଟ୍ଟନାୟକ, ପୂର୍ବତନ ସାଂସଦ ତଥାଗତ ଶତପଥୀ, ଐର ଖାରବେଳ ସ୍ୱାଇଁ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ବ୍ରଜ ତ୍ରିପାଠୀ, ଆପ ନେତା ନିଶିକାନ୍ତ ମହାପାତ୍ର, ବିଶିଷ୍ଟ ସ୍ତମ୍ଭକାର ପ୍ରଦୁମ୍ନ ଶତପଥୀ, ସାମ୍ବାଦିକ ରାଜାରାମ ଶତପଥୀ, ଶ୍ରମିକ ନେତା କୃଷ୍ଣ ଚନ୍ଦ୍ର ମିଶ୍ର, ପ୍ରମୁଖ ନିଜ ବକ୍ତବ୍ୟ ମାଧ୍ୟମରେ ଡ. ପ୍ରଧାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ପୂର୍ବତନ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ବରିଷ୍ଠ ନେତା ଶ୍ରୀ ସଜ୍ଜନ ଶର୍ମା ଧନ୍ୟବାଦ ଅର୍ପଣ କରିଥିଲେ ।ଅନ୍ୟମାନଙ୍କ ମଧ୍ୟରେ ବିଜେଡି, କଂଗ୍ରେସ, କମ୍ୟୁନିଷ୍ଟ, ଆପ୍ ଦଳର ବରିଷ୍ଠ ଓ ପ୍ରମୁଖ ନେତୃବୃନ୍ଦଙ୍କ ସମେତ ବିଭିନ୍ନ ସାମାଜିକ ସଂଗଠନ, ଧାର୍ମିକ ସଂଗଠନ, ପ୍ରତିଷ୍ଠିତ ବ୍ୟକ୍ତିବିଶେଷ, ସାମ୍ବାଦିକ, ଡାକ୍ତର, ଅଧିବକ୍ତାମାନେ ଏହି ଶ୍ରଦ୍ଧାଞ୍ଜଳି ସଭାରେ ଯୋଗଦେଇ ଡକ୍ଟର ପ୍ରଧାନଙ୍କ ସ୍ମୃତିଚାରଣ କରିବା ସହିତ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    42.7 ° C
    42.7 °
    42.7 °
    13 %
    2.8kmh
    40 %
    Mon
    41 °
    Tue
    45 °
    Wed
    46 °
    Thu
    47 °
    Fri
    45 °

    ସମ୍ବନ୍ଧିତ