Tuesday, April 21, 2026
28.3 C
Odisha

    ପୃଥକ ଦୁର୍ଘଟଣାରେ ୫ ମୃତ

    ଆଗକୁ ପଢନ୍ତୁ

    ଶୁଳିଆପଦା: ଭୀମମେଳା ଦେଖି ବାଇକ୍‌ରେ ମନଖୁସିରେ ଫେରୁଥିଲେ ୩ ସାଙ୍ଗ। ହେଲେ ବାଟରେ ଦୁର୍ଘଟଣା ଘଟି ଚାଲିଗଲା ୩ ଜଣଙ୍କ ଜୀବନ। ମୟୁରଭଞ୍ଜ ଜିଲ୍ଲା ଶୁଳିଆପଦା ଥାନା ଅଞ୍ଚଳରେ ଘଟିଛି ଏହି ମର୍ମନ୍ତୁଦ ଦୁର୍ଘଟଣା। ସୂଚନା ଅନୁଯାୟୀ; ଭୌମୀ ଅମାବାସ୍ୟା ଉପଲକ୍ଷେ ଶୁଳିଆପଦା ବ୍ଲକ୍‌ ସିଙ୍ଗଡ଼ା ଗ୍ରାମରେ ଭୀମମେଳା ପାଇଁ ଆଜିଥିଲା ଘଟ ଉତ୍ତୋଳନ କାର୍ଯ୍ୟକ୍ରମ। ଏଥିରେ ଶହଶହ ଲୋକଙ୍କ ସମାଗମ ହୋଇଥିଲା। କୁଜିଡିହି ପଞ୍ଚାୟତ ଅଧୀନ ଧାତିକା ଗ୍ରାମର ରଞ୍ଜିତ ଦେଓଙ୍କ ପୁଅ ବିଜନ ଦେଓ (୩୧), କାମେଶ୍ବର ଦେଓଙ୍କ ପୁଅ ରବୀନ୍ଦ୍ର ଦେଓ (୨୬) ଓ ସନାତନ ନାଏକଙ୍କ ପୁଅ ବାଦଲ ନାଏକ (୨୮) ଏକ ପଲ୍‌ସର୍‌ ବାଇକ୍‌ରେ ଉକ୍ତ କାର୍ଯ୍ୟକ୍ରମକୁ ଯାଇଥିଲେ। ଘଟ ଉତ୍ତୋଳନ ସରିବା ପରେ ୩ ସାଙ୍ଗ ଘରକୁ ଫେରୁଥିବା ବେଳେ ଡିମିଆ ଗ୍ରାମ ନିକଟରେ ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ଏକ ଗଛରେ ସେମାନଙ୍କ ବାଇକ୍‌ ପିଟି ହୋଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଗଛକୁ ଧକ୍କା ଦେଇ ବାଇକ୍‌ଟି ୨ଖଣ୍ଡ ହୋଇ ଯାଇଥିଲା ଓ ୩ ସାଙ୍ଗ ଘଟଣାସ୍ଥଳରେ ହିଁ ଆଖି ବୁଜି ଦେଇଥିଲେ। ଖବର ପାଇ ଶୁଳିଆପଦା ଥାନା ଆଇଆଇସି ଆଦିତ୍ୟ ପ୍ରସାଦ ଜେନା, ଏଏସ୍‌ଆଇ ରସାନନ୍ଦ ମହାନ୍ତି ପହଞ୍ଚି ଶବ ଜବତ କରିଛନ୍ତି। ଆଜି ସନ୍ଧ୍ୟା ହୋଇଯାଇଥିବାରୁ ଆସନ୍ତାକାଲି ଶବ ବ୍ୟବଚ୍ଛେଦ କରାଯିବ ବୋଲି ପୁଲିସ କହିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    28.3 ° C
    28.3 °
    28.3 °
    34 %
    1.1kmh
    71 %
    Tue
    42 °
    Wed
    43 °
    Thu
    43 °
    Fri
    44 °
    Sat
    43 °

    ସମ୍ବନ୍ଧିତ