Thursday, September 24, 2026
24.5 C
Odisha

    ପ୍ରବଚନ ଆରମ୍ଭ କରିବା ପୂର୍ବରୁ ଲଡ୍ଡୁ ଗୋପାଳଙ୍କ ଆଗରେ ଏହି ପ୍ରାର୍ଥନା କରନ୍ତି ଜୟା କିଶୋରୀ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ପ୍ରସିଦ୍ଧ ପ୍ରବଚିକା ଜୟା କିଶୋରୀ ମାତ୍ର ୬ବର୍ଷର ଥିବା ବେଳେ ତାଙ୍କର ଧାର୍ମିକ ଦିଗ ପ୍ରତି ଦୁର୍ବଳତା ଦେଖା ଦେଇଥିଲା। ପ୍ରଥମ ଥର ପାଇଁ ୭ ବର୍ଷ ବୟସରେ ଜୟା କିଶୋରୀ କୋଲକାତାର ବସନ୍ତ ମହୋତ୍ସବରେ ସୁନ୍ଦରକାଣ୍ଡ ପାଠ କରିଥିଲେ । ଏହାପରଠାରୁ ସେ ଧାର୍ମିକ ଦିଗରେ ଆଗେଇ ଚାଲିଛନ୍ତି। ଜୟା କିଶୋରୀଙ୍କ ପ୍ରେରଣାଦାୟୀ ପ୍ରବଚନ ଓ ଶ୍ରୀମଦ୍ ଭଗବଦ୍ ଗୀତା ପାଠ ପାଇଁ ସାରା ଦେଶରେ ତାଙ୍କର ଲକ୍ଷ ଲକ୍ଷ ପ୍ରଶଂସକ ଅଛନ୍ତି । ଏହି ପ୍ରଶଂସକଙ୍କ ପାଇଁ ସେ ଦେଶ ଓ ବିଦେଶରେ ପ୍ରବଚନ କାର୍ଯ୍ୟକ୍ରମର ଅ‌ାୟୋଜନ କରିଥାନ୍ତି। କାର୍ଯ୍ୟକ୍ରମ ଆରମ୍ଭ କରିବା ପୂର୍ବରୁ ସାମ୍ନାରେ ରଖାଯାଇଥିବା ଲଡ୍ଡୁ ଗୋପାଳଙ୍କୁ ସେ କ’ଣ ପ୍ରାର୍ଥନ କରନ୍ତି ତାହା ଜଣାଇଛନ୍ତି। ତାଙ୍କ କହିବା ମୁତାବକ, “ପ୍ରବଚନ ଆରମ୍ଭ କରିବା ପାଇଁ ମୁଁ ମୋ ସ୍ଥାନରେ ବସିବା ବେଳେ ପ୍ରଭୁଙ୍କୁ କହେ; ପ୍ରଭୁ ମୁଁ ବସୁଛି। ଆଗକୁ ସମୁ ଆପଣ ସମ୍ଭାଳିବେ। ମୋ ହିସାବରେ ମୁଁ ଏହା କରୁନାହିଁ। ସେ ମୋ ଦ୍ବାରା ଏହା କରାଉଛନ୍ତି। ଏଭଳି ଅନେକ କଥା ମୁଁ କହିଦିଏ, ଯାହା ମୁଁ କିଭଳି କହିଲି ବୋଲି ପରେ ଭାବେ। ମୋତେ ଅନୁଭବ ହୁଏ ଯେ, ପ୍ରଭୁ ମୋ ଦ୍ବାରା ଏହା ଲୋକଙ୍କୁ ଜଣାଇଛନ୍ତି। ଅନେକ ସମୟରେ କାର୍ଯ୍ୟକ୍ରମ ଆରମ୍ଭ କରିବା ପୂର୍ବରୁ ମୋତେ ଦୁର୍ବଳ ଲାଗେ। ଭାବେ ଆଜି କାର୍ଯ୍ୟକ୍ରମ ହୋଇପାରିବ ନାହିଁ। ହେଲେ ସେହି ସ୍ଥାନରେ ପ୍ରଭୁଙ୍କ ଆଗରେ ଯାଇ ବସିବା ପରେ କେତେବେଳେ ୩ଘଣ୍ଟା ବିତିଯାଏ ଜଣାପଡ଼େ ନାହିଁ।”

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    24.5 ° C
    24.5 °
    24.5 °
    97 %
    2.7kmh
    100 %
    Thu
    25 °
    Fri
    28 °
    Sat
    29 °
    Sun
    26 °
    Mon
    30 °

    ସମ୍ବନ୍ଧିତ