Sunday, May 31, 2026
26.8 C
Odisha

    ପ୍ରଳୟଙ୍କରୀ ବନ୍ୟା: ୧୯ ମୃତ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଇଣ୍ଡୋନେସିଆର ପଶ୍ଚିମ ସୁମାତ୍ରା ପ୍ରଦେଶର ପେସିସିର ସେଲାତନ୍‌ ରେଜେନ୍ସିଠାରେ ଗତ କିଛି ଦିନ ଧରି ଲଗାତର ବର୍ଷା କାରଣରୁ ବନ୍ୟା ଓ ଭୂସ୍ଖଳନ ପରି ପ୍ରାକୃତିକ ବିପର୍ଯ୍ୟୟ ଘଟି ରବିବାର ସୁଦ୍ଧା ୧୯ ଜଣବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ଏବେ ମଧ୍ୟ ୭ ଜଣ ବ୍ୟକ୍ତି ନିଖୋଜ ଥିବା ସ୍ଥାନୀୟ ଅଧିକାରୀଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଘଟଣାସ୍ଥଳରେ ସ୍ଥାନୀୟ ବିପର୍ଯ୍ୟୟ ପରିଚାଳନା ଏଜେନ୍ସି ପକ୍ଷରୁ ନିଖୋଜ ବ୍ୟକ୍ତିଙ୍କୁ ଖୋଜିବାକୁ ସର୍ଚ୍ଚ ଅପରେଶନ ଜାରି ରହିଛି। ସେହିପରି ଉଦ୍ଧାରକାରୀ ଦଳ ଦ୍ୱାରା ଅନେକ ଲୋକଙ୍କୁ ସୁରକ୍ଷିତ ଭବେ ଉଦ୍ଧାର କରାଯିବା ସହ ଆହତ ବ୍ୟକ୍ତିଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି। ବନ୍ୟା ଯୋଗୁ ସ୍ଥାନୀୟ ଅଞ୍ଚଳର ୨୦ ହଜାରରୁ ଅଧିକ ଗୃହ ଜଳବନ୍ଦୀରେ ପରିଣତ ହୋଇଥିବା ବେଳେ ପ୍ରାୟ ୮୦ ହଜାର ଲୋକଙ୍କୁ ଅସ୍ଥାୟୀ ଆଶ୍ରୟ ସ୍ଥଳୀକୁ ସ୍ଥାନାନ୍ତର କରାଯାଇଛି। ସେହିପରି ଭୂସ୍ଖଳନ ଯୋଗୁ ୧୪ଟି ଘର ପୋତି ହୋଇଯାଇଥିବାବେଳେ ୮ଟି ବ୍ରିଜ୍‌ ଭୁଶୁଡ଼ି ପଡ଼ିଥିବା ସୂଚନା ମିଳିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    26.8 ° C
    26.8 °
    26.8 °
    73 %
    2.4kmh
    49 %
    Sun
    28 °
    Mon
    40 °
    Tue
    40 °
    Wed
    41 °
    Thu
    42 °

    ସମ୍ବନ୍ଧିତ