Tuesday, September 29, 2026
23.8 C
Odisha

    ପ୍ୟାରିସ ଅଲିମ୍ପିକ୍ସ-୨୦୨୪: ୧୦ ମିଟର ଏୟାର ପିସ୍ତଲର ଫାଇନାଲରେ ପ୍ରବେଶ କଲେ ମନୁ ଭାକର

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ:ପ୍ୟାରିସରେ ଚାଲିଥିବା ଅଲିମ୍ପିକ୍ସରୁ ଭାରତ ପାଇଁ ଆସିଛି ଭଲ ଖବର। ଯୁବ ମହିଳା ଶୁଟର ମନୁ ଭାକର ୧ ୦ ମିଟର ଏୟାର ପିସ୍ତଲର ଫାଇନାଲରେ ପ୍ରବେଶ କରିଛନ୍ତି। ଏହାର ଅର୍ଥ ସେ ଭାରତ ପାଇଁ ପଦକ ଜିତିବାର ସୁଯୋଗ ସୃଷ୍ଟି କରିଛନ୍ତି। ଶନିବାର ଅନୁଷ୍ଠିତ ଯୋଗ୍ୟତା ପର୍ଯ୍ୟାୟରେ ସେ ତୃତୀୟ ସ୍ଥାନରେ ରହିବାରୁ ଏପରି ସଫଳତା ପାଇଛନ୍ତି। ସେ ୨୭ଟି ଇନର ୧୦ ଶଟ ମାରିଛନ୍ତି। ଦୁଇ ଭାରତୀୟଙ୍କ ସମେତ ମୋଟ ୪୫ ଜଣ ଖେଳାଳି ଯୋଗ୍ୟତା ପର୍ଯ୍ୟାୟରେ ଭାଗ ନେଇଥିଲେ। ୨୨ ବର୍ଷୀୟ ମନୁ ଭାକରର ଦ୍ୱିତୀୟ ସିରିଜରେ ଦମଦାର ପ୍ରଦର୍ଶନ କରି ୯୭ ପଏଣ୍ଟ ହାସଲ କରିଥିଲା। ୬ ସିରିଜ ଇଭେଣ୍ଟର ହାଫ ଟାଇମ ସୁଦ୍ଧା ସେ ମୋଟ ୩୦୦ରୁ ୨୯୨ ପଏଣ୍ଟ ହାସଲ କରି ନିଜକୁ ଟପ୍‌ ୮ରେ ରଖିବାକୁ ସକ୍ଷମ ହୋଇଥିଲେ। କାରଣ ଟପ୍‌ ୮ରେ ରହୁଥିବା ଖେଳାଳିମାନେ ହିଁ ମେଡାଲ ଦୌଡ଼ରେ ରହିବେ। ହେଲେ ମନୁ ଭାକର ସିଧା ତୃତୀୟ ସ୍ଥାନରେ ରହି ଫାଇନାଲକୁ ଯୋଗ୍ୟତା ଅର୍ଜନ କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.8 ° C
    23.8 °
    23.8 °
    84 %
    1.5kmh
    7 %
    Tue
    24 °
    Wed
    30 °
    Thu
    31 °
    Fri
    31 °
    Sat
    31 °

    ସମ୍ବନ୍ଧିତ