Wednesday, April 22, 2026
29.8 C
Odisha

    ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ, ଆସନ୍ତା ୨୪ ଘଣ୍ଟାରେ ନେବ ଲଘୁଚାପର ରୂପ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ । ଆସନ୍ତା ୨୪ ଘଣ୍ଟାରେ ନେବ ଲଘୁଚାପର ରୂପ । ପ୍ରଭାବରେ ଆସନ୍ତା କାଲିଠାରୁ ୧୬ ତାରିଖ ପର୍ଯ୍ୟନ୍ତ ନିର୍ଧୁମ୍ ବର୍ଷା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ ପୂର୍ବ ବାଂଲାଦେଶ ଉପକୂଳ ଏବଂ ଏହାର ଆଖପାଖରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ଆହୁରି ଘନୀଭୁତ ହୋଇ ଏକ ଲଘୁଚାପରେ ପରିଣତ ହେବ। ପରେ ଏହା ଧିରେଧିରେ ପଶ୍ଚିମ ଉତ୍ତର-ପଶ୍ଚିମ ଦିଗରେ ଗତି କରି ଦୁଇ ଦିନ ମଧ୍ୟରେ ପଶ୍ଚିମବଙ୍ଗର ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଉପକୂଳରେ ଅବପାତରେ ପରିଣତ ହେବ। ଏହାରି ପ୍ରଭାବରେ କାଲିଠାରୁ ରାଜ୍ୟରେ ପୁଣି ବଢିବ ବର୍ଷାର ପରିମାଣ। କାଲି ପ୍ରବଳ ବର୍ଷା ନେଇ କଳାହାଣ୍ଡି ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଥିବାବେଳେ ପ୍ରବଳ ବର୍ଷା ନେଇ ନବରଙ୍ଗପୁର, କୋରାପୁଟ, ମାଲକାନଗିରି,ମୟୁରଭଞ୍ଜ,କେନ୍ଦୁଝର, ସୁନ୍ଦରଗଡ, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ରାୟଗଡା ଏବଂ ଗଜପତି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    29.8 ° C
    29.8 °
    29.8 °
    33 %
    1.3kmh
    97 %
    Wed
    42 °
    Thu
    43 °
    Fri
    45 °
    Sat
    44 °
    Sun
    44 °

    ସମ୍ବନ୍ଧିତ