Sunday, October 18, 2026
29 C
Odisha

    ଆଜି ଓଡ଼ିଶାର ନୂଆ ରାଜ୍ୟପାଳ ଭାବେ ଶପଥ ନେବେ ବ୍ରଜମୋହନ ରାମ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଆଜି ଓଡ଼ିଶାର ନୂଆ ରାଜ୍ୟପାଳ ଭାବେ ଶପଥ ନେବେ ବ୍ରଜମୋହନ ରାମ । ରାଜଧାନୀ ଭୁବନେଶ୍ୱରର ଲୋକଭବନରେ ପୂର୍ବାହ୍ନ ୧୧ଟାରେ ଅନୁଷ୍ଠିତ ହେବ ଶପଥ ଗ୍ରହଣ ସମାରୋହ । ଏଥିପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଗତକାଲି ଭୁବନେଶ୍ୱରରେ ପହଞ୍ଚିଥିଲେ ନୂଆ ରାଜ୍ୟପାଳ । ଏହାପରେ ସେ ପୁରୀ ଗସ୍ତ କରି ଶ୍ରୀମନ୍ଦିରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଥିଲେ ।

    ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗତ ୧୨ ତାରିଖରେ ବ୍ରଜମୋହନ ରାମଙ୍କୁ ଓଡ଼ିଶାର ନୂଆ ରାଜ୍ୟପାଳ ଭାବେ ନିଯୁକ୍ତ କରିଥିଲେ।ଆଜି ଶପଥ ଗ୍ରହଣ ପରେ ବିଧିବଦ୍ଧ ଭାବେ ରାଜ୍ୟର ସାମ୍ବିଧାନିକ ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିବେ ବ୍ରଜମୋହନ ରାମ । ଝାଡ଼ଖଣ୍ଡର ଜଣେ ବରିଷ୍ଠ ବିଜେପି ନେତା ହେଉଛନ୍ତି ବ୍ରଜମୋହନ ରାମ । ୧୯୫୮ ମସିହା ଜାନୁଆରୀ ୧ ତାରିଖରେ ଝାଡ଼ଖଣ୍ଡର ବର୍ତ୍ତମାନର ଲାତେହାର ଜିଲ୍ଲା ଅନ୍ତର୍ଗତ ଚାନ୍ଦୱାରେ ତାଙ୍କର ଜନ୍ମ । ସେ ଲୋହରଦଗାର ବି.ଏସ୍. କଲେଜରୁ ସ୍ନାତକ ଶିକ୍ଷା ସମାପ୍ତ କରିଛନ୍ତି ।

    ୧୯୯୧ ମସିହାରେ ଲାତେହାର ବିଧାନସଭା ଆସନରୁ ନିର୍ବାଚିତ ହୋଇ ତାଙ୍କର ବିଧାନସଭା ରାଜନୈତିକ ଯାତ୍ରା ଆରମ୍ଭ ହୋଇଥିଲା । ସେତେବେଳେ ଝାଡ଼ଖଣ୍ଡ ଅବିଭକ୍ତ ବିହାରର ଅଂଶ ଥିଲା । ଏହାପରେ ୧୯୯୬, ୧୯୯୮ ଏବଂ ୧୯୯୯ ମସିହାରେ ଲଗାତାର ତିନି ଥର ପଲାମୁ ଲୋକସଭା ଆସନରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ୨୦୦୪ ପର୍ଯ୍ୟନ୍ତ ସେ ଲୋକସଭା ସଦସ୍ୟ ରହିଥିଲେ । ସାଂସଦ ଥିବା ସମୟରେ ସେ ଗୃହ ବ୍ୟାପାର, ଶକ୍ତି, ପରିବହନ ଓ ପର୍ଯ୍ୟଟନ ସମେତ ବିଭିନ୍ନ ସଂସଦୀୟ କମିଟିରେ କାର୍ଯ୍ୟ କରିଛନ୍ତି ।

    ଏହାସହ ବିଜେପିର ଅନୁସୂଚିତ ଜାତି ମୋର୍ଚ୍ଚାରେ ମଧ୍ୟ ସାଂଗଠନିକ ଦାୟିତ୍ୱ ତୁଲାଇଛନ୍ତି । ଦୀର୍ଘ ରାଜନୈତିକ ଅଭିଜ୍ଞତା ଥିବା ବ୍ରଜମୋହନ ରାମ ଏବେ ଓଡ଼ିଶାର ରାଜ୍ୟପାଳ ଭାବେ ନୂଆ ଦାୟିତ୍ୱ ଗ୍ରହଣ କରିବାକୁ ଯାଉଛନ୍ତି । ଶିକ୍ଷା, ବେକାରୀ ସମସ୍ୟା, କୃଷକଙ୍କ ସମସ୍ୟା ଏବଂ ରାଜ୍ୟର ବିକାଶକୁ ପ୍ରାଥମିକତା ଦେବେ ବୋଲି ସେ ପୂର୍ବରୁ କହିଛନ୍ତି ।

    ନୂଆ ରାଜ୍ୟପାଳ ବ୍ରଜମୋହନ ରାମଙ୍କ ଆଗରେ ୫ ବଡ଼ ଚ୍ୟାଲେଞ୍ଜ:
    ୧. ରାଜନୈତିକ ନିରପେକ୍ଷତା ବଜାୟ ରଖିବା
    .ସାମ୍ବିଧାନିକ ନିରପେକ୍ଷତା ବଜାୟ ରଖିବା ନୂଆ ରାଜ୍ୟପାଳଙ୍କ ପାଇଁ ବଡ଼ ଆହ୍ବାନ
    .ବ୍ରଜମୋହନ ରାମ ଦୀର୍ଘବର୍ଷ ଧରି ବିଜେପି ରାଜନୀତି ସହ ଜଡ଼ିତ ଥିଲେ
    .ରାଜନୈତିକ ଦଳଠାରୁ ଊର୍ଦ୍ଧ୍ୱରେ ରହି ସମ୍ବିଧାନ ଅନୁସାରେ କାମ କରିବା ତାଙ୍କ ପାଇଁ ବଡ଼ ପରୀକ୍ଷା
    .ଶାସକ ଓ ବିରୋଧୀ ଦଳ ସହ ସମାନ ସାମ୍ବିଧାନିକ ଦୂରତା ବଜାୟ ରଖିବା
    .ଲୋକଭବନର ନିରପେକ୍ଷ ଭୂମିକା ଉପରେ ଜନସାଧାରଣଙ୍କ ଆସ୍ଥା ଅତୁଟ ରଖିବା ଚ୍ୟାଲେଞ୍ଜ

    ୨. ବିଶ୍ୱବିଦ୍ୟାଳୟରେ ଶିକ୍ଷା ବ୍ୟବସ୍ଥାର ସୁଧାର
    .ଦ୍ୱିତୀୟ ବଡ଼ ଆହ୍ୱାନ ହେଉଛି ଉଚ୍ଚଶିକ୍ଷା କ୍ଷେତ୍ରରେ ଉନ୍ନତି
    .ଓଡ଼ିଶାର ବିଭିନ୍ନ ବିଶ୍ୱବିଦ୍ୟାଳୟର କୁଳାଧିପତି ଭାବେ ରାଜ୍ୟପାଳଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା
    .ବିଶ୍ୱବିଦ୍ୟାଳୟରେ ପ୍ରଶାସନିକ ସ୍ୱଚ୍ଛତା, ଶିକ୍ଷାର ମାନ ବୃଦ୍ଧି, ଗବେଷଣାକୁ ପ୍ରୋତ୍ସାହନ
    .ଗୁରୁତ୍ୱପୂର୍ଣ୍ଣ ନିଯୁକ୍ତି ପ୍ରକ୍ରିୟାରେ ତାଙ୍କ ଭୂମିକା ଉପରେ ନଜର ରହିବ
    .ସରକାର ଓ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ସହ ସମନ୍ୱୟ ରକ୍ଷା କରିବା ବଡ଼ ଆହ୍ୱାନ

    ୩. ଆଦିବାସୀ ଅଞ୍ଚଳର ବିକାଶ ଓ ଅଧିକାର ସୁରକ୍ଷା

    .ଆଦିବାସୀ ଅଞ୍ଚଳର ବିକାଶ ଏବଂ ସାମ୍ବିଧାନିକ ଅଧିକାରର ସୁରକ୍ଷା
    .ଆଦିବାସୀ ସମ୍ପ୍ରଦାୟର ଶିକ୍ଷା, ସ୍ୱାସ୍ଥ୍ୟ, ଜୀବିକା ଓ ଜମି ଅଧିକାର ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ
    .ଅନୁସୂଚିତ ଅଞ୍ଚଳର ପ୍ରଶାସନ ସମ୍ପର୍କରେ ରାଜ୍ୟପାଳଙ୍କ ସ୍ୱତନ୍ତ୍ର ଦାୟିତ୍ୱ ରହିଛି
    .ସରକାରୀ ଯୋଜନାର ସୁଫଳ ଲୋକଙ୍କ ପାଖରେ ପହଞ୍ଚୁଛି କି ନାହିଁ?

    ୪. ବେକାରୀ, କୃଷକ ସମସ୍ୟା ଓ ମୌଳିକ ସୁବିଧା
    .ଚତୁର୍ଥ ଆହ୍ୱାନ ହେଉଛି ରାଜ୍ୟର ସାମାଜିକ ଓ ଆର୍ଥିକ ସମସ୍ୟା ପ୍ରତି ଧ୍ୟାନ ଦେବା
    .ନିଯୁକ୍ତି ସୁଯୋଗ, କୃଷକଙ୍କ ସମସ୍ୟା, ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟସେବାକୁ ପ୍ରାଥମିକତା ଦେଇଛନ୍ତି
    .ରାଜ୍ୟପାଳ ସାମ୍ବିଧାନିକ ସୀମା ମଧ୍ୟରେ ପ୍ରସଙ୍ଗଗୁଡ଼ିକ ପ୍ରତି ଧ୍ୟାନ ଆକର୍ଷଣ କରିପାରିବେ
    .ଲୋକଙ୍କ ସମସ୍ୟା ଓ ସରକାର ସହ ଗଠନମୂଳକ ସମନ୍ୱୟ ରକ୍ଷା କରିବା ଗୁରୁତ୍ୱପୂର୍ଣ୍ଣ

    . ରାଜ୍ୟ ସରକାର ସହ ସମନ୍ୱୟ ଓ ସାମ୍ବିଧାନିକ ଦାୟିତ୍ୱ

    .ସରକାରଙ୍କ ସହ ସୁସମ୍ପର୍କ ବଜାୟ ରଖିବା
    .ନିଜର ସାମ୍ବିଧାନିକ ଦାୟିତ୍ୱ ନିର୍ବାହ କରିବା
    .ବିଭିନ୍ନ ସାମ୍ବିଧାନିକ ଓ ବୈଧାନିକ ସଂସ୍ଥା ସମ୍ପର୍କିତ ଦାୟିତ୍ୱ

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    29 ° C
    29 °
    29 °
    61 %
    1.9kmh
    46 %
    Sun
    30 °
    Mon
    30 °
    Tue
    30 °
    Wed
    30 °
    Thu
    29 °

    ସମ୍ବନ୍ଧିତ