Monday, January 5, 2026
13.5 C
Odisha

    ବନ୍ୟା ପାଣିରେ ଖସି ପଡ଼ିଲା ବାୟୁସେନା ହେଲିକପ୍ଟର

    ଆଗକୁ ପଢନ୍ତୁ

    ପାଟଣା: ବିହାରର ମୁଜାଫରପୁରରେ ଏକ ବଡ଼ ଦୁର୍ଘଟଣା ଘଟିଛି। ବାୟୁସେନାର ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ବିହାରର ବନ୍ୟା ପ୍ରଭାବିତ ଅଞ୍ଚଳରେ ଆଜି ଆକାଶ ମାର୍ଗରୁ ରିଲିଫ ସାମଗ୍ରୀ ପକାଇବାକୁ ଯାଇଥିବା ଭାରତୀୟ ବାୟୁ ସେନାର ଏକ ହେଲିକପ୍ଟର ବିପଜ୍ଜନକ ଭାବେ ବନ୍ୟା ପାଣିରେ ଅବତରଣ କରିବାକୁ ବାଧ୍ୟ ହୋଇଛି। ହେଲିକପ୍ଟରରେ ଦୁଇ ଜଣ ପାଇଲଟଙ୍କ ସମେତ ୩ ଜଣ କର୍ମଚାରୀ ଥିଲେ । ତେବେ ସମସ୍ତେ ସୁରକ୍ଷିତ ଥିବା ବାୟୁସେନା ପକ୍ଷରୁ ସୂଚନା ରହିଛି। ବାୟୁସେନା ପକ୍ଷରୁ କୁହାଯାଇଛି ଯେ, ବିହାରରେ ଏବେ ବନ୍ୟା ସ୍ଥିତି ଲାଗିରହିଛି । ଏନେଇ ସୀତାମଢୀ ସେକ୍ଟରରେ ବନ୍ୟା ସହାୟତା କାର୍ୟ୍ୟରେ ରିଲିଫ ବଣ୍ଟନ ସମୟରେ ହେଲିକ୍ୟାପ୍ଟରଟିକୁ ଅବତରଣ କରିବାକୁ ପଡିଥିଲା । ଏହି ସମୟରେ ପାଣି ଭିତରେ ଗଳିପଡିଥିଲା । ହେଲିକ୍ୟାପ୍ଟରରେ ଦୁଇ ଜଣ ପାଇଲଟଙ୍କ ସମେତ ତିନି ଜଣ କର୍ମଚାରୀ ସୁରକ୍ଷିତ ଅଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    13.5 ° C
    13.5 °
    13.5 °
    91 %
    0.9kmh
    0 %
    Mon
    27 °
    Tue
    27 °
    Wed
    27 °
    Thu
    27 °
    Fri
    27 °

    ସମ୍ବନ୍ଧିତ