Saturday, May 2, 2026
38.1 C
Odisha

    ବିଏସଏଫରେ ଯୋଡ଼ିହେବ ୧୬ ନୂଆ ବାଟାଲିଅନ, ସୃଷ୍ଟି ହେବ ୧୭ ହଜାର ପଦବୀ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ସୀମା ସୁରକ୍ଷା ବଳ (ବିଏସଏଫ)ରେ ଯୋଡ଼ି ହେବ ୧୬ ନୂଆ ବାଟାଲିଅନ। ଏଥିପାଇଁ ସୃଷ୍ଟି ହେବ ୧୭ ହଜାର ନୂଆ ପଦବୀ। ପାକିସ୍ତାନ ଏବଂ ବାଂଲାଦେଶ ପଟୁ ଭାରତ ପ୍ରତି ଅଧିକ ବିପଦ ସୃଷ୍ଟି ହେଉଥିବାରୁ ବିଏସଏଫ ପକ୍ଷରୁ ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏହା ସହିତ ପଶ୍ଚିମାଞ୍ଚଳ ଏବଂ ପୂର୍ବାଞ୍ଚଳରେ ୨ଟି ନୂଆ ଫରଓ୍ବାର୍ଡ ହେଡ୍‌କ୍ଵାର୍ଟର୍ସ ପ୍ରତିଷ୍ଠା ଲାଗି ମଧ୍ୟ ଯୋଜନା ରହିଛି। ଏହି ଦୁଇଟି ନୂଆ ଫରଓ୍ବାର୍ଡ ହେଡ୍‌କ୍ଵାର୍ଟର୍ସ ଅଧୀନରେ ୧୬ ବାଟାଲିଅନ ରହିବେ, ଯେଉଁମାନେ ପାକିସ୍ତାନ ଏବଂ ବାଂଲାଦେଶ ସୀମାରେ ସୁରକ୍ଷା ବ୍ୟବସ୍ଥା ଉପରେ ନଜର ରଖିବା ଲାଗି ମୁତୟନ ହେବେ। ଗୋଟିଏ ଫରଓ୍ବାର୍ଡ ହେଡ୍‌କ୍ଵାର୍ଟର୍ସ ଜାମ୍ମୁରେ ଏବଂ ଅନ୍ୟଟି ମିଜୋରମରେ ପ୍ରତିଷ୍ଠା ହେବ। ଏଥିପାଇଁ ସରକାରଙ୍କ ତରଫରୁ ପ୍ରାରମ୍ଭିକ ଅନୁମୋଦନ ମିଳିସାରିଛି। ଚୂଡ଼ାନ୍ତ ଅନୁମୋଦନ ପାଇଁ ଅପେକ୍ଷା ରହିଥିବା ସୂଚନା ମିଳିଛି।ବିଏସଏଫର ସମ୍ପ୍ରସାରଣ ପ୍ରସ୍ତାବକୁ କେନ୍ଦ୍ର ସରକାର ଗ୍ରହଣ କରିଛନ୍ତି। ବର୍ତ୍ତମାନ ୧୯୩ ବାଟାଲିଅନ ରହିଛି। ପ୍ରତି ବାଟାଲିଅନରେ ୧୦୦୦ ଲେଖାଏ ଯବାନ ରହିଛନ୍ତି। ଅତିରିକ୍ତ ୧୬ ବାଟାଲିଅନ ଅନ୍ତର୍ଭୁକ୍ତ ହେବା ପରେ ଉଭୟ ପାକିସ୍ତାନ ଏବଂ ବାଂଲାଦେଶ ସୀମାରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି ପାଇବ। ଏହି ପ୍ରସ୍ତାବକୁ ସ୍ଵରାଷ୍ଟ୍ର ମନ୍ତ୍ରଣାଳୟ ସମର୍ଥନ ଜଣାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    38.1 ° C
    38.1 °
    38.1 °
    18 %
    7.1kmh
    73 %
    Sat
    40 °
    Sun
    42 °
    Mon
    41 °
    Tue
    33 °
    Wed
    38 °

    ସମ୍ବନ୍ଧିତ