Sunday, April 12, 2026
25.3 C
Odisha

    ବିଚାରଧାରା, ସଙ୍ଗଠନର ଶକ୍ତି ଓ ସମର୍ପଣ ଭାବକୁ ସ୍ମରଣ କରି ଦଳକୁ ଅଧିକ ସୃଦୁଢ଼ କରିବା: ଡ.ଯତୀନ ମହାନ୍ତି

    ଆଗକୁ ପଢନ୍ତୁ

    ଭୁବନେଶ୍ୱର,ତା.୦୬/୦୪: ରାଜ୍ୟ ଉପସଭାପତି ଡ.ଯତୀନ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସ୍ଥାପନା ଦିବସ ଅବସରରେ ଆଜି ରାଜ୍ୟ କାର୍ଯ୍ୟାଳୟରେ ରାଜ୍ୟର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଏବଂ ରାଜ୍ୟ ପ୍ରଭାରୀ ଶ୍ରୀ ବିଜୟ ପାଲ ସିଂହ ତୋମାର ଦଳୀୟ ପତକା ଉତୋଳନ କରିଥିଲେ । ଏହା ପରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା ।
    ରାଷ୍ଟ୍ରବାଦୀ ବିଚାରକୁ ଆଧାର କରି ୧୯୮୦ ମସିହାରେ ଗଠନ ହୋଇଥିବା ଭାରତୀୟ ଜନତା ପାର୍ଟି ଆଜି ୪୭ତମ ପ୍ରତିଷ୍ଠା ଦିବସ ପାଳନ କରୁଛି । ଆଜିର ଦିନଟି ଆମ ସମସ୍ତଙ୍କ ପାଇଁ ଗର୍ବର ଦିନ । ଏହି ଦଳ ଆମ ଜୀବନର ଏକ ଅଙ୍ଗ ଏବଂ ‘ଦଳର ପରିଚୟ ହିଁ ମୋର ପରିଚୟ’ ଏହି ପ୍ରତିବଦ୍ଧତା ମନେ ପକାଇବା ପାଇଁ ଆମେ ପ୍ରତିବର୍ଷ ଏହି ଦିବସ ପାଳନ କରିଆସୁଛୁ । ୧୯୮୦ ମସିହାରୁ ଆଜି ପର୍ଯ୍ୟନ୍ତ ବିଜେପି ଦଳରେ ଅନେକ ଉତ୍‌ଥାନ ପତନ ହୋଇଛି । ଭାରତୀୟ ଜନସଂଘର ନୀତି, ଆଦର୍ଶ, ବିଚାରଧାରା ଏବଂ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ତ୍ୟାଗ, ତପସ୍ୟା ଓ ସାଧନାରୁ ଆରମ୍ଭ ହୋଇଥିବା ଏହି ପାର୍ଟି ପାଇଁ ଅନେକ କାର୍ଯ୍ୟକର୍ତା ବଳିଦାନ ଦେଇଛନ୍ତି । ଏହି ପାର୍ଟି ଆମର ଜୀବନଶୈଳୀ ପାଲଟିଯାଇଛି । ଭାରତୀୟ ଜନତା ପାର୍ଟି ବିଚାରଧାରା ରାଷ୍ଟ୍ରୀବାଦୀ ବିଚାର ଉପରେ ଆଧାରିତ । ସଙ୍ଗଠନ ଆମ ସମସ୍ତଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ । ଆମ ସଂଗଠନ ଓ ବିଚାର ପରିପୂରକ ଭାବେ ଦଳକୁ ଆଜି ଶୀର୍ଷରେ ପହଂଚାଇଛନ୍ତି । ଏହି ବିଚାରଧାରା, ସଂଗଠନର ଶକ୍ତି ଓ ସମର୍ପଣ ଭାବକୁ ସ୍ମରଣ କରି ଦଳକୁ ଅଧିକ ସୃଦୁଢ଼ କରିବ ବୋଲି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ସ୍ଥାପନା ଦିବସରେ ରାଜ୍ୟ ଉପସଭାପତି ଡ. ଯତୀନ ମହାନ୍ତି କହିଛନ୍ତି ।
    ବିଜେପି ଏକ କାର୍ଯ୍ୟକର୍ତା ଆଧାରିତ ଦଳ । ନିରନ୍ତର କାର୍ଯ୍ୟ ଜାରି ରଖିଲେ ସଫଳତା ନିଶ୍ଚୟ ମିଳିବ । ବିଜେପି ଏଭଳି ଏକ ଦଳ ଯେଉଁଠାରେ ଜଣେ ସାଧାରଣ କାର୍ଯ୍ୟକର୍ତା ଶୀର୍ଷରେ ପହଂଚିପାରନ୍ତି । ଆମ ଦଳର ପଂଚନିଷ୍ଠା ହେଉଛି ପ୍ରତ୍ୟେକ କାର୍ଯ୍ୟର ମୂଳ । ଆମ କାର୍ଯ୍ୟଧାରା, କାର୍ଯ୍ୟପଦ୍ଧତି, ଅନ୍ତ୍ୟୋଦୟକୁ ନେଇ ଆମେ ଆଗକୁ ବଢ଼ି ଚାଲିଛୁ । ପୂର୍ବଦ୍ୟୋୟରୁ ସ୍ୱର୍ଯ୍ୟୋଦୟ ହେବା ପାଇଁ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଯେଉଁ ସ୍ୱପ୍ନ ଦେଖିଛନ୍ତି ତାହା ଆମ କାର୍ଯ୍ୟକର୍ତାଙ୍କ ଦ୍ୱାରା ହିଁ ପୂରଣ ହୋଇପାରିବ ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା କହିଛନ୍ତି ।
    ଏହି ଦଳ କେବଳ ରାଜନୀତି ପାଇଁ ନୁହେଁ ବରଂ ବିଚାରଧାରା ପାଇଁ ସ୍ଥାପନ କରାଯାଇଥିଲା । ଅନେକ ଭାଷାର ଲୋକେ ରହିବା ସତ୍ୱେ ସମଗ୍ର ଦେଶକୁ ଏକାତ୍ମମାନବବାଦ ଓ ସାଂସ୍କୃତିକ ରାଷ୍ଟ୍ରବାଦ ସୂତ୍ରରେ ବାନ୍ଧି ରଖିବା ପାଇଁ ଏହି ଦଳ ଗଠନ କରାଯାଇଥିଲା । ଏଥିରେ ଡ. ଶ୍ୟାମା ପ୍ରସାଦ ମୁଖାର୍ଜୀ ଓ ପଣ୍ଡିତ ଦିନଦୟାଲ ଉପାଧ୍ୟାୟ, କୁଶାଭାଇ ଠାକରେ, ଅଟଳବିହାରୀ ବାଜପେୟୀ, ଲାଲକୃଷ୍ଣ ଆଡ୍‌ଭାନୀ ପ୍ରମୁଖଙ୍କ ଅତୁଳନୀୟ ଅବଦାନ ରହିଛି । ବହୁ ସଂଘର୍ଷ ପରେ ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ବିଚାରଧାରା ଅନ୍ତ୍ୟୋଦୟକୁ ଆଧାର କରି ଭାରତୀୟ ଜନତା ପାର୍ଟି ଗଠନ କରାଯାଇଥିଲା । ତୃଣମୂଳସ୍ତରରୁ ଜାତୀୟସ୍ତର ପର୍ଯ୍ୟନ୍ତ ଦଳର ସବୁସ୍ତରରେ ଯେପରି ଲୋକତନ୍ତ୍ର, ନିରପେକ୍ଷତା ରହିବ ସେ ଉପରେ ଗୁରତ୍ୱ ଦିଆଯାଇଥିଲା । ବିଜେପିରେ ବ୍ୟକ୍ତି ମହତ ନୁହେଁ, ସଂଗଠନ ହିଁ ମୂଳ ଆଧାର । ଏହି ଦଳର କାର୍ଯ୍ୟକର୍ତା ଲୋକତନ୍ତ୍ର, ରାଷ୍ଟ୍ରବାଦ, ନିରପେକ୍ଷତା, ସର୍ବଧର୍ମ ସମଭାବନା, ମୂଲ୍ୟବୋଧ ଅଧାରିତ ରାଜନୀତି ଉପରେ କାର୍ଯ୍ୟ କରନ୍ତି । ରାଷ୍ଟ୍ର ସର୍ବୋପରି ପରେ ପରିବାର ବୋଲି ବିଜେପି ପାର୍ଟିରୁ ଶିକ୍ଷା ମିଳେ । ଗତ ୨ ବର୍ଷରେ ବିଜେପି ସରକାରଙ୍କ କାର୍ଯ୍ୟଶୈଳୀ ଉପରେ ଓଡ଼ିଶାବାସୀଙ୍କ ଆସ୍ଥା ଓ ବିଶ୍ୱାସ ବଢ଼ିଚାଲିଛି । ସଶକ୍ତ ଓ ସମୃଦ୍ଧ ରାଷ୍ଟ୍ର ଗଢି ତୋଳିବା ପାଇଁ ପାର୍ଟିର ବିଚାରଧାରାକୁ ଆଗକୁ ନେଇ କାର୍ଯ୍ୟ କରିବାକୁ ପଡ଼ିବ ବୋଲି ରାଜ୍ୟ ପ୍ରଭାରୀ ଶ୍ରୀ ବିଜୟପାଲ ସିଂହ ତୋମାର କହିଛନ୍ତି ।
    ପୂର୍ବତନ ରାଜ୍ୟ ସଭାପତି ତଥା ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ଓ ସ୍ଥାପନା ଦିବସ କେନ୍ଦ୍ରୀୟ ଟୋଲିର ସଦସ୍ୟ ଶ୍ରୀ ସମୀର ମହାନ୍ତି କହିଛନ୍ତି ଯେ, ୪୭ ବର୍ଷର ଏହି ଯାତ୍ରାରେ ଅନେକ କାର୍ଯ୍ୟକର୍ତାଙ୍କ ତ୍ୟାଗ, ତପସ୍ୟା ଓ ବଳିଦାନ ରହିଛି । ଭାରତୀୟ ଜନତା ପାର୍ଟି ଏକ ସାଧାରଣ ରାଜନୈତିକ ଦଳ ନୁହେଁ, ଏହା ଏକ ଆନ୍ଦୋଳନ । ବିଜେପି ଦେଶରେ ଏକ ନୂତନ ରାଜନୈତିକ ସଂସ୍କୃତିକୁ ପରିପ୍ରକାଶ କରିଛି । ସମାଜକୁ ସଂଗଠିତ କରି “ସବ୍‌କା ସାଥ, ସବ୍‌କା ବିକାଶ, ସବ୍‌କା ବିଶ୍ୱାସ, ସବ୍‌କା ପ୍ରୟାସ”କୁ ମୁଳମନ୍ତ୍ର କରି ରାଷ୍ଟ୍ରହିତ ଓ ସମାଜର ସବୁବର୍ଗର ଉନ୍ନତି ପାଇଁ ବିଜେପି କାର୍ଯ୍ୟ କରୁଛି । ଏବେ ସାମଗ୍ରିକ ଓ ସନ୍ତୁଳିତ ବିକାଶ ସମେତ ସାମାଜିକ ଆନ୍ଦୋଳନକୁ ଆଗକୁ ନେବାକୁ ସମୟ ଆସିଛି । ବିଜେପି ହେଉଛି ବିଶ୍ୱର ସବୁଠାରୁ ବଡ଼ ରାଜନୈତିକ ଦଳ । ଯଶସ୍ୱୀ ପ୍ରଧାନମନ୍ତ୍ରୀ ମୋଦିଜୀ ହେଉଛନ୍ତି ବିଶ୍ୱର ସର୍ବାଧିକ ଜନପ୍ରିୟ ନେତା । ତାଙ୍କ ନେତୃତ୍ୱରେ ବିକଶିତ ରାଷ୍ଟ୍ର ଗଢ଼ିବା ପାଇଁ ଯେଉଁ ଲକ୍ଷ୍ୟ ସ୍ଥିର କରାଯାଇଛି ସେଥିପାଇଁ ଅଗଣିତ କାର୍ଯ୍ୟକର୍ତା ନିଜକୁ ସାମିଲ କରିଛନ୍ତି ।
    ଅନେକ କାର୍ଯ୍ୟକର୍ତାଙ୍କ ଉଦ୍ୟମ ଯୋଗୁ ବିଜେପି ଆଜି ବିରାଟ ବଡ଼ ଦ୍ରୁମରେ ପରିଣତ ହୋଇପାରିଛି । ଆଗକୁ ଦଳକୁ ତୃଣମୂଳସ୍ତରରେ ଅଧିକ ସୁଦୃଢ଼ କରିବାକୁ ହେବ । ସମୃଦ୍ଧ ଓ ବିକଶିତ ଓଡ଼ିଶା ଗଠନ ପାଇଁ କାର୍ଯ୍ୟକର୍ତାଙ୍କ ତପସ୍ୟା ଅପରିହାର୍ଯ୍ୟ ବୋଲି ବରିଷ୍ଠ ନେତା ତଥା ରାଜସ୍ୱ ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ କହିବା ସହିତ ସ୍ଥାପନା ଦିବସ ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ।
    ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ସୀମାଂଚଳ ଖଟେଇ କାର୍ଯ୍ୟକ୍ରମରେ ସଂଯୋଜନା କରିଥିବାବେଳେ ରାଜ୍ୟ ସାଧାରଣ ସମ୍ପାଦକ (ସଂଗଠନ) ଶ୍ରୀ ମାନସ କୁମାର ମହାନ୍ତି, ପୂର୍ବତନ ରାଜ୍ୟ ସଭାପତି ଶ୍ରୀ ବିମ୍ବାଧର କୁଅଁର, ଭୁବନେଶ୍ୱର ଜିଲ୍ଲା ସଭାପତି ଶ୍ରୀ ନିରଞ୍ଜନ ମିଶ୍ର ପ୍ରମୁଖଙ୍କ ସମେତ ବହୁ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ । ଏହି ଅବସରରେ ଉଲ୍ଲେଖନୀୟ ସାଂଗଠନିକ କାର୍ଯ୍ୟ ପାଇଁ ମଧୁସ୍ମିତା ରାଉତ, ହେମନ୍ତ ମହାନ୍ତି, କୃଷ୍ଣଚନ୍ଦ୍ର ଦତ, ସୁରେନ୍ଦ୍ରନାଥ ଜେନା ଓ ଅଭିମନ୍ୟୁ ଗିରିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଅଭିଳାଷ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    25.3 ° C
    25.3 °
    25.3 °
    20 %
    1.2kmh
    0 %
    Sun
    39 °
    Mon
    41 °
    Tue
    42 °
    Wed
    44 °
    Thu
    44 °

    ସମ୍ବନ୍ଧିତ