Sunday, May 31, 2026
28.8 C
Odisha

    ବୃନ୍ଦାବନରେ ପ୍ରେମାନନ୍ଦ ଜି ମହାରାଜାଙ୍କ ଶରଣରେ ବିରୁଷ୍କା, ଭକ୍ତିଭାବରେ ହେଲେ ଲୀନ

    ଆଗକୁ ପଢନ୍ତୁ

    ବୃନ୍ଦାବନରେ ପହଞ୍ଚିଛନ୍ତି ବିରାଟ କୋହଲି ଏବଂ ଅନୁଷ୍କା ଶର୍ମା । ଅକ୍ଷୟ ତୃତୀୟା ଅବସରରେ ଦୁହେଁ ପ୍ରେମାନନ୍ଦ ମହାରାଜାଙ୍କ ଦର୍ଶନ କରିବାକୁ ପହଞ୍ଚିଛନ୍ତି । ଏହି ସମୟରେ ଦୁହେଁ ଭକ୍ତିରେ ଲୀନ ହୋଇଛନ୍ତି । ପ୍ରବଚନ ଶୁଣି ଅନୁଷ୍କା ଇମୋସନାଲ ହୋଇଛନ୍ତି । ଦୁହିଁଙ୍କ ଭିଡିଓ ଭାଇରଲ ହେବାରେ ଲାଗିଛି ।

    ବିରାଟ କୋହଲି ଏବେ ଆଇପିଏଲରେ ବ୍ୟସ୍ତ । ଆଇପିଏଲରେ ଚମତ୍କାର ପ୍ରଦର୍ଶନ କରୁଥିବା ବେଳେ ଏବେ ପତ୍ନୀଙ୍କୁ ଧରି ବୃନ୍ଦାବନ ପହଞ୍ଚିଛନ୍ତି ବିରୁଷ୍କା । ଅକ୍ଷୟ ତୃତୀୟା ଅବସରରେ ବିରୁଷ୍କା ପହଞ୍ଚିଥିଲେ ପ୍ରେମାନନ୍ଦ ଜି ମହାରଜାଙ୍କ ଶରଣରେ । ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଜୋରରେ ଭାଇରଲ ହେବାରେ ଲାଗିଛି ।

    ଭିଡିଓରେ ଦେଖିବାକୁ ମିଳିଛି କି, ଯେଉଁଥିରେ ଦୁଇଜଣ ଏକ ଆଶ୍ରମରେ ବସିଥିବାର ଦେଖାଯାଉଛି । ଜୀବନର ରହସ୍ୟ, କ୍ଷମାର ଗୁରୁତ୍ୱ ଓ ଏକ ସୁଖୀ ଦାମ୍ପତ୍ୟ ଜୀବନ ପାଇଁ ମନ୍ତ୍ର ଶିଖିବା ପାଇଁ ପ୍ରାୟତଃ ମହାରାଜ ଜୀଙ୍କୁ ଦର୍ଶନ କରି ପ୍ରବଚନ ଶୁଣୁଛନ୍ତି । ସେ ପ୍ରେମାନନ୍ଦ ଜୀ ମହାରାଜଙ୍କ ସହିତ ଏକ ଗଭୀର ଆଧ୍ୟାତ୍ମିକ ଆଲୋଚନା କରିଥିଲେ । ଗତ ପାଞ୍ଚ ମାସ ମଧ୍ୟରେ ଏହା ସେମାନଙ୍କର ତୃତୀୟ ଥର ଗସ୍ତ।

    ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ଶେଷ ମ୍ୟାଚ୍ ଶନିବାର ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଥିଲା । ଯେଉଁଠାରେ କୋହଲି ୧୩ ବଲ୍ ରୁ ମାତ୍ର ୧୯ ରନ୍ କରିପାରିଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    28.8 ° C
    28.8 °
    28.8 °
    68 %
    1.6kmh
    17 %
    Sun
    37 °
    Mon
    40 °
    Tue
    41 °
    Wed
    43 °
    Thu
    44 °

    ସମ୍ବନ୍ଧିତ