Wednesday, January 7, 2026
26.3 C
Odisha

    ଭରତପୁର ଘଟଣା : ରୋଡ ରୋମିଓଙ୍କୁ ମିଳିଗଲା ଜାମିନ୍‌

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ମେଜରଙ୍କ ବାନ୍ଧବୀଙ୍କୁ ଚନ୍ଦକା ରାସ୍ତାରେ ମାଡ଼ ଅଭିଯୋଗ ଘଟଣାରେ ଶନିବାର ୭ଜଣ ରୋଡ୍‌ ରୋମିଓଙ୍କୁ ଗିରଫ କରାଯାଇଥିଲା। କିନ୍ତୁ ବନ୍ଧା ହେବାର ୪ଘଣ୍ଟା ନ ପୂରୁଣୁ ସେମାନଙ୍କୁ ଜାମିନ୍‌ ମିଳିଛି। ଭୁବନେଶ୍ବର JMFC କୋର୍ଟରୁ ସେମାନଙ୍କୁ ମିଳିଛି ଜାମିନ।
    ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀଙ୍କୁ ରାସ୍ତାରେ ହଇରାଣ କରିବା ଘଟଣାରେ ୭ ଜଣ ରୋଡ ରୋମିଓଙ୍କୁ ଶେଷରେ ଗିରଫ କରିଥିଲା ପୋଲିସ । ଚନ୍ଦକା ପୋଲିସ ୭ ଜଣଙ୍କୁ ମହିଳାଙ୍କ ଉପରକୁ ହାତ ଉଠାଇଥିବା ଘଟଣାରେ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଏଥିସହିତ ସେମାନଙ୍କ ମୋବାଇଲ ଓ ତା ମଧ୍ୟରୁ ଗୋଟେ ଭିଡିଓ ଓ ଗୋଟେ ଅଡିଓ ଜବତ କରିଛି ପୋଲିସ । ତେବେ ୭ ଜଣ ସମସ୍ତେ ଛାତ୍ର ବୋଲି ଜଣାପଡିଛନ୍ତି । ହେଲେ ସେଦିନ ସେମାନେ ଏତେ ରାତିରେ ସେଠି କ’ଣ କରୁଥିଲେ ସେନେଇ କିଛି ଜଣା ପଡିନି ।ତେବେ ୭ ଜଣ ଅଭିଯୁକ୍ତଙ୍କ କହିବା ଅନୁସାରେ, ଆମେ କେହି ହାତ ଉଠାଇ ନାହୁଁ। ମେଜରଙ୍କ ବାନ୍ଧବୀ ଜଣଙ୍କ ଆଗ ତାଙ୍କୁ ଦୁର୍ବ୍ୟବହାର କରିବା ପରେ ସେ ତାଙ୍କ ସହ ଯୁକ୍ତି ତର୍କ କରିଥିଲେ। ସେମାନେ ନିଶାରେ ଥିଲେ ଆମ ସହ ଆଗୁଆ ଯୁକ୍ତିତର୍କ କରିଥିଲେ। ଭିଡିଓରେ ଦେଖିପାରିବେ ମେଜର ଜଣକ ଆମକୁ ଠେଲାପେଲା କରିଥିଲେ। ଭରତପୁର ଥାନାରେ କ’ଣ ଘଟିଛି ଆମେ ଜାଣିନୁ। ଏସମ୍ପର୍କରେ ମାଡାମ ଗଣମାଧ୍ୟମରେ ମତ ଦେଇଛନ୍ତି।
    ତେବେ ଗତ ୧୫ ତାରିଖରେ ୨୨ ଶିଖ ରେଜିମେଣ୍ଟର ସେନା ଅଧିକାରୀ ମେଜର ଗୁରୁବଂଶ ସିଂ ଓ ତାଙ୍କ ବାନ୍ଧବୀ ଗତ ଶନିବାର ବିଳମ୍ବିତ ରାତିରେ ପଟିଆରୁ କାରରେ ଯାଉଥିବା ସମୟରେ ମଝି ରାସ୍ତାରେ ୨ଟି କାରରେ କିଛି ରୋଡ ରୋମିଓ ସେମାନଙ୍କୁ ସାଇଡ ମାରିବା ସହ ଦୁର୍ବ୍ୟବହାର କରିଥିଲେ। ଯାହାକୁ ନେଇ ଦୁହେଁ ଅଭିଯୋଗ କରିବା ପାଇଁ ଭରତପୁର ଥାନାକୁ ଯାଇଥିଲେ। ହେଲେ ଥାନା ଅଧିକାରୀ ଏନେଇ କାର୍ଯ୍ୟନୁଷ୍ଠାନ ନଗ୍ରହଣ କରି ଲିଖିତ ଅଭିଯୋଗ କରିବାକୁ କହିଥିଲେ

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    26.3 ° C
    26.3 °
    26.3 °
    14 %
    3.1kmh
    59 %
    Wed
    24 °
    Thu
    27 °
    Fri
    26 °
    Sat
    26 °
    Sun
    28 °

    ସମ୍ବନ୍ଧିତ