Friday, September 25, 2026
25.3 C
Odisha

    ଭୁବନେଶ୍ୱର-ବିଶାଖାପାଟଣା ମଧ୍ୟରେ ଗଡ଼ିଲା ବନ୍ଦେ ଭାରତ ଏକ୍ସପ୍ରେସ୍‌

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ଭୁବନେଶ୍ୱର ଏବଂ ବିଶାଖାପାଟନମ୍ ମଧ୍ୟରେ ଦୈନିକ ଯାତ୍ରୀବାହୀ ଟ୍ରେନ୍ ସେବା ପାଇଁ ପୂର୍ବ ତଟ ରେଳବାଇର ବିଭିନ୍ନ ବର୍ଗର ଲୋକମାନେ ଦାବି କରିଆସୁଥିଲେ। ଆଉ ଶେଷରେ ଆଜି ସେହି ଦାବି ପୂରଣ ହୋଇଛି। କାରଣ ଭୁବନେଶ୍ୱର-ବିଶାଖାପାଟନମ୍ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ୍ ସେବା ଆଜି ଭୁବନେଶ୍ୱର ରେଳ ଷ୍ଟେସନରୁ ଆରମ୍ଭ ହୋଇଛି। ତେବେ ସୋମବାର ବ୍ୟତୀତ ଏହି ଟ୍ରେନ୍ ସେବା ସବୁ ଦିନ ଉପଲବ୍ଧ ହେବ। ପୂର୍ବତଟ ରେଳବାଇ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଟ୍ରେନ୍‌‌ଟି ଭୁବନେଶ୍ୱରରୁ ସକାଳ ୫ଟା ୧୫ ମିନିଟ୍‌‌ରେ ବାହାରି ବିଶାଖାପାଟଣାରେ ପୂର୍ବାହ୍ନ ୧୧ଟାରେ ପହଞ୍ଚିବ। ସେହିଭଳି ବିଶାଖାପାଟଣାରୁ ଅପରାହ୍ଣ ୩ଟା ୩୦ରେ ବାହାରି ଭୁବନେଶ୍ୱରରେ ରାତି ୯ଟା ୩୦ରେ ପହଞ୍ଚିବ। ଏହି ସମୟ ମଧ୍ୟରେ ଟ୍ରେନ୍‌‌ଟି ଖୋର୍ଦ୍ଧା ରୋଡ଼, ବାଲୁଗାଁ, ବ୍ରହ୍ମପୁର, ଇଚ୍ଛାପୁରମ, ପଲାସା, ଶ୍ରୀକାକୁଲମରୋଡ଼, ବିଜୟନଗରମ ଷ୍ଟେସନରେ ଅଟକିବ ବୋଲି ପୂର୍ବତଟ ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    25.3 ° C
    25.3 °
    25.3 °
    89 %
    4.1kmh
    100 %
    Fri
    25 °
    Sat
    29 °
    Sun
    29 °
    Mon
    30 °
    Tue
    30 °

    ସମ୍ବନ୍ଧିତ