Friday, October 2, 2026
30.6 C
Odisha

    କଟକ ବଡ଼ ମେଡ଼ିକାଲରେ ଗୋଦରା ଗୋଡର ସଫଳ ଅସ୍ତ୍ରୋପଚାର

    ଆଗକୁ ପଢନ୍ତୁ

    କଟକ: ଗୋଦରା ଗୋଡ ପାଇଁ ଅସୁବିଧାର ସମ୍ମୁଖୀନ ହେଉଥିବା ଲୋକଙ୍କ ପାଇଁ ଭଲ ଖବର। କାରଣ କଟକ ଏସ୍.ସି.ବି ମେଡିକାଲରେ ଗୋଦରା ଗୋଡର ଅସ୍ତ୍ରୋପଚାର କରି ସ୍ୱାଭାବିକ କରିବା ପାଇଁ ଆରମ୍ଭ ହୋଇଛି ଭାସ୍କୁଲାରାଇଜ୍ଡ ଲିମ୍ଫନୋଡ ଟ୍ରାନ୍ସପ୍ଲାଣ୍ଟ। ତେବେ ରାଜ୍ୟରେ ପ୍ରଥମ ଥର ପାଇଁ ଏଭଳି ଅଭିନବ ଅସ୍ତ୍ରୋପଚାର ଏସ୍.ସି.ବି ମେଡିକାଲରେ ଆରମ୍ଭ କରାଯାଇଛି। ପୂର୍ବରୁ ଯଦିଓ ଅସ୍ତ୍ରୋପଚାର କରି ଗୋଦରା ଗୋଡକୁ ଠିକ୍ କରିବା ପାଇଁ ଚିକିତ୍ସା ହେଉଥିଲା, କିନ୍ତୁ ଗୋଦରା ହେବାର ମୂଳ କାରଣର ନିରାକରଣ ପ୍ରୟାସ ହେଉନଥିଲା ବୋଲି ଏସ୍.ସି.ବି ମେଡିକାଲର ପ୍ଲାଷ୍ଟିକ ସର୍ଜରୀ ବିଭାଗର ମୁଖ୍ୟ ଡାକ୍ତର ବିଭୂତି ଭୂଷଣ ନାୟକ କହିଛନ୍ତି। ତେବେ ବର୍ତ୍ତମାନ ଯାଜପୁର ଜିଲ୍ଲା ସଦର ଥାନା ଅନ୍ତର୍ଗତ ମହମ୍ମଦଜାମାପୁର ଗାଁର ରୀତାରାଣୀ ସ୍ୱାଇଁଙ୍କ ଗୋଦରା ଗୋଡର ଭାସ୍କୁଲାରାଇଜ୍ଡ ଲିମ୍ଫନୋଡ ଟ୍ରାନ୍ସପ୍ଲାଣ୍ଟ ଅପରେସନ ଏସ୍.ସି.ବି ରେ ସଫଳତାର ସହ କରାଯାଇଛି। ଅସ୍ତ୍ରୋପଚାରର ୧୫ଦିନ ପରେ ଆକ୍ରାନ୍ତଙ୍କ ଗୋଡ ସ୍ୱାଭାବିକ ହେବା ଆରମ୍ଭ ହୋଇଛି। ଭାରତରେ ଏହି ଅସ୍ତ୍ରୋପଚାର ଦୁଇ ବର୍ଷ ହେବ ଆରମ୍ଭ ହୋଇଥିବା ବେଳେ ବର୍ତ୍ତମାନ ରାଜ୍ୟରେ ପ୍ରଥମ ଥର ପାଇଁ ଏସ୍.ସି.ବି ରେ ଆରମ୍ଭ ହୋଇଛି। ଉକ୍ତ ମହିଳା ରୋଗୀ ଜଣକ ଗତ ପ୍ରାୟ ୧୫ବର୍ଷ ହେବ ଏହି ଗୋଦରା ଗୋଡ ଯୋଗୁଁ ଅସୁବିଧାର ସମ୍ମୁଖୀନ ହେଉଥିଲେ। ତେବେ ଅସ୍ତ୍ରୋପଚାର ପରେ ବର୍ତ୍ତମାନ ଧିରେ ଧିରେ ଗୋଡ ସ୍ୱାଭାବିକ ଅବସ୍ଥାକୁ ଫେରୁଥିବା ମହିଳା କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    30.6 ° C
    30.6 °
    30.6 °
    57 %
    2.7kmh
    31 %
    Fri
    30 °
    Sat
    30 °
    Sun
    30 °
    Mon
    31 °
    Tue
    31 °

    ସମ୍ବନ୍ଧିତ