Tuesday, April 21, 2026
29.4 C
Odisha

    ଭୋଟର ତାଲିକା ପ୍ରସଙ୍ଗ ଉଠାଇଲେ ରାହୁଲ: ରାଜ୍ୟସଭାରେ ବିରୋଧୀଙ୍କ କକ୍ଷତ୍ୟାଗ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ବଜେଟ୍‌ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ ଆଜିଠୁ ଆରମ୍ଭ ହୋଇଛି। ପ୍ରଥମ ଦିନରୁ ଉଭୟ ଗୃହରେ ହଟ୍ଟଗୋଳ ହୋଇଛି। ତାମିଲନାଡୁରେ ଜାତୀୟ ଶିକ୍ଷା ନୀତି (ଏନ୍‌ଇପି) କାର୍ଯ୍ୟକାରିତାକୁ ନେଇ ଡିଏମ୍‌କେ ସାଂସଦମାନେ ସମାଲୋଚନା କରିବା ପରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉତ୍ତର ରଖିଥିଲେ। ଡିଏମ୍‌କେ ସାଂସଦମାନେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳୁଛନ୍ତି ବୋଲି କହିବା ସହିତ ରାଜନୀତି କରୁଛନ୍ତି ବୋଲି ମନ୍ତବ୍ୟ ଦେଇଥିଲେ। କେନ୍ଦ୍ରମନ୍ତ୍ରୀଙ୍କ ଏହି ମନ୍ତବ୍ୟକୁ ଡିଏମ୍‌କେ ସାଂସଦମାନେ ବିରୋଧ କରିବା ସହ ହଟ୍ଟଗୋଳ କରିବା କାରଣରୁ ଲୋକସଭା ପ୍ରାୟ ଅଧଘଣ୍ଟା ପାଇଁ ମୁଲତବୀ ହୋଇଥିଲା। ମଧ୍ୟାହ୍ନ ୧୨ଟାରେ ଲୋକସଭାର କାର୍ଯ୍ୟ ପୁନର୍ବାର ଆରମ୍ଭ ହେବା ପରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଭୋଟର ତାଲିକାରେ ହେରଫେର ହୋଇଥିବା ଅଭିଯୋଗ କରିଥିଲେ। ଦେଶବ୍ୟାପୀ ଏହି ପ୍ରସଙ୍ଗକୁ ନେଇ ଚିନ୍ତାବ୍ୟକ୍ତ କରାଯାଉଛି ବୋଲି ସେ ଅଭିଯୋଗ କରିଥିଲେ। ତେଣୁ ଏହା ଉପରେ ଆଲୋଚନା ପାଇଁ ସମସ୍ତ ବିରୋଧୀ ଦଳ ଦାବି କରୁଛନ୍ତି ବୋଲି ରାହୁଲ କହିଥିଲେ। ଅନ୍ୟପକ୍ଷରେ ରାଜ୍ୟସଭାରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡା କହିଥିଲେ ଯେ ବିରୋଧୀ ମାନେ ନିୟମ ୨୬୭ ଅନୁଯାୟୀ ଆଲୋଚନା ପାଇଁ ବାରମ୍ବାର ଦାବି କରୁଛନ୍ତି। ରାଜ୍ୟସଭା ନେତା ଏଭଳି ବିବୃତି ପରେ ବିରୋଧୀ ସାଂସଦମାନେ କକ୍ଷତ୍ୟାଗ କରିଥିଲେ। ବିରୋଧୀମାନେ ସଂସଦୀୟ କାର୍ଯ୍ୟକୁ ଦୁର୍ବଳ କରିବାକୁ ଚେଷ୍ଟା କରୁଛନ୍ତି ବୋଲି ଅଭିଯୋଗ କରି ନଡ୍ଡା କହିଛନ୍ତି, ସଂସଦ ଭଳି ଅନୁଷ୍ଠାନକୁ ଅପମାନିତ କରିବା ନିନ୍ଦନୀୟ। ସେମାନେ ବିତର୍କରେ ଆଗ୍ରହୀ ନୁହନ୍ତି କିନ୍ତୁ ଏକ ଧାରଣା ଦେବାକୁ ଚାହାନ୍ତି ଯେ ସରକାର ବିତର୍କରେ ପ୍ରବେଶ କରିବାକୁ ଚାହୁନାହାନ୍ତି। ଏକାଧିକ ବିବାଦୀୟ ପ୍ରସଙ୍ଗ ରାଜନୈତିକ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି କରିଥିଲା। ଭୋଟର ତାଲିକାରେ ଅନିୟମିତତା, ମଣିପୁରରେ ଚାଲିଥିବା ହିଂସା ଏବଂ ସଂସଦୀୟ ନିର୍ବାଚନ ମଣ୍ଡଳୀର ସୀମା ନିର୍ଦ୍ଧାରଣ ପ୍ରସଙ୍ଗ ସରକାର ଓ ବିରୋଧୀଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି। ସରକାରଙ୍କ ଏଜେଣ୍ଡାର ମୂଳରେ ୱକଫ୍ ସଂଶୋଧନ ବିଲ୍ ସମେତ ଗୁରୁତ୍ୱପୂର୍ଣ୍ଣ ବିଲ୍ ପାଇଁ ସଂସଦୀୟ ଅନୁମୋଦନ ହାସଲ  ଏବଂ ବଜେଟ୍ ପ୍ରକ୍ରିୟା ସମ୍ପୂର୍ଣ୍ଣ କରିବା ରହିଛି। ବଜେଟ୍ ଅଧିବେଶନର ଦ୍ୱିତୀୟ ଭାଗ ମାର୍ଚ୍ଚ ୧୦ରୁ ଆରମ୍ଭ ହୋଇ ଏପ୍ରିଲ ୪ରେ ଶେଷ ହେବ। ପ୍ରଥମ ପର୍ଯ୍ୟାୟ ଜାନୁଆରି ୩୧ରୁ ଫେବ୍ରୁଆରି ୧୩ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    29.4 ° C
    29.4 °
    29.4 °
    31 %
    2.3kmh
    96 %
    Mon
    30 °
    Tue
    42 °
    Wed
    43 °
    Thu
    43 °
    Fri
    44 °

    ସମ୍ବନ୍ଧିତ