Sunday, October 11, 2026
22.8 C
Odisha

    ଭୂପେଶ ବଘେଲଙ୍କ ଘରେ ଇଡି ଚଢ଼ଉ: ମିଳିଲା ନଗଦ ୩୩ ଲକ୍ଷ, ଇଡି ଟିମ୍‌କୁ ପିଟିଲେ ଲୋକେ

    ଆଗକୁ ପଢନ୍ତୁ

    ଭୋପାଳ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଆଜି ସକାଳେ ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଭୂପେଶ ବଘେଲ ଓ ତାଙ୍କ ପୁଅ ଚୈତନ୍ୟ ବଘେଲଙ୍କ ସହ ଜଡ଼ିତ ଅନେକ ସ୍ଥାନରେ ଚଢ଼ଉ କରିଛି। ଦୁର୍ଗ ଜିଲ୍ଲାର ଭିଲାଇ ସହରରେ ଥିବା ବଘେଲ ଦମ୍ପତିଙ୍କ ଘର ସମେତ ସେମାନଙ୍କ ସହ ଜଡିତ ଅତି କମ୍‌ରେ ୧୪ଟି ସ୍ଥାନରେ ଇଡି ଅଧିକାରୀମାନେ ପ୍ରିଭେନସନ୍ ଅଫ୍ ମନି ଲଣ୍ଡରିଂ ଆକ୍ଟ (ପିଏମ୍‌ଏଲ୍‌ଏ) ଅଧୀନରେ ଚଢ଼ଉ କରିଥିଲେ। ଚଢ଼ଉ ବେଳେ ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଯାଞ୍ଚ କରାଯାଇଛି। ଏହି ଖବର ପ୍ରଚାରିତ ହେବା ପରେ ଇଡିକୁ ଟାର୍ଗେଟ୍ କରି ଶ୍ରୀ ବଘେଲ କହିଛନ୍ତି ଯେ ୭ ବର୍ଷ ଧରି ଚାଲିଥିବା ଏକ ମିଥ୍ୟା ମାମଲାକୁ ଖାରଜ କରିବା ପାଇଁ ଅଦାଲତଙ୍କ ନିଷ୍ପତ୍ତି ପରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ମନି ଲଣ୍ଡରିଂ ମାମଲାରେ ଚୈତନ୍ୟ ବଘେଲଙ୍କ ଘନିଷ୍ଠ ସହଯୋଗୀଙ୍କ ସହ ସଂପୃକ୍ତ ସ୍ଥାନରେ ଚଢ଼ଉ କରାଯାଇଥିଲା। ଏହି ତଦନ୍ତ ଏକ ମଦ ଦୁର୍ନୀତି ସହ ଜଡ଼ିତ ଯାହା ରାଜ୍ୟ ରାଜକୋଷକୁ ବ୍ୟାପକ କ୍ଷତି ପହଞ୍ଚାଇଛି ବୋଲି କେନ୍ଦ୍ରୀୟ ଏଜେନ୍ସି ବିଶ୍ୱାସ କରୁଛି। ମଦ ସିଣ୍ଡିକେଟରେ ସଂପୃକ୍ତ ବ୍ୟକ୍ତିମାନେ ବିଭିନ୍ନ ଯୋଜନା ମାଧ୍ୟମରେ ପ୍ରାୟ ୨୧୬୧ କୋଟି ଟଙ୍କା ହଡ଼ପ କରିଥିବା ସେମାନେ କହିଛନ୍ତି। ଅଧିକାରୀଙ୍କ କହିବା ଅନୁସାରେ ଚୈତନ୍ୟ ବଘେଲ ଏହି ଦୁର୍ନୀତିରୁ ମିଳିଥିବା ଅର୍ଥ ପାଇଥିଲେ।

    ତେବେ ବଘେଲ କହିଛନ୍ତି ଇଡି ଅଧିକାରୀମାନେ ତାଙ୍କ ଘରୁ ନଗଦ ୩୩ ଲକ୍ଷ ଟଙ୍କା ପାଇଛନ୍ତି। ତାଙ୍କ ପରିବାରରେ ପୁଅ, ଝିଅ, ପତ୍ନୀ ଆଦି ରହୁଛନ୍ତି। ଏଥିସହିତ ୧୪୦ ଏକର ଜମି ରହିଛି। ତେଣୁ ଏହି ଅର୍ଥ ବେଶି କିଛି ନୁହେଁ ବୋଲି ବଘେଲ କହିଛନ୍ତି। ଚଢ଼ଉ ପାଇଁ ଇଡି ପାଖରେ କୌଣସି ‌ସର୍ଚ୍ଚ ୱାରେଣ୍ଟ୍‌ ନାହିଁ ବୋଲି ଭୂପେଶ ଦାବି କରିଛନ୍ତି। ବିରୋଧୀଙ୍କୁ ହଇରାଣ କରିବା ପାଇଁ ବିଜେପିର ଏହା ଷଡ଼୍‌ଯନ୍ତ୍ରପୂର୍ଣ୍ଣ ରାଜନୀତି। ଭୂପେଶଙ୍କୁ ଇଡି ଆଜି ବିଧାନସଭାକୁ ଯିବାପାଇଁ କିମ୍ବା ଫୋନ୍‌ରେ କଥାହେବା ପାଇଁ ଅନୁମତି ଦେଇନଥିବା ସେ ଦାବି କରିଛନ୍ତି। ଚଢ଼ଉ ପାଇଁ ଯାଇଥିବା ଅଧିକାରୀମାନଙ୍କୁ କିଛି କଂଗ୍ରେସ ଲୋକ ଆକ୍ରମଣ କରିଥିବା କୁହାଯାଉଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.8 ° C
    22.8 °
    22.8 °
    82 %
    0.9kmh
    0 %
    Sat
    22 °
    Sun
    30 °
    Mon
    29 °
    Tue
    30 °
    Wed
    30 °

    ସମ୍ବନ୍ଧିତ