Tuesday, April 21, 2026
29.4 C
Odisha

    ମହାକୁମ୍ଭରେ ପୁଣି ଅଗ୍ନିକାଣ୍ଡ: ଜାନୁଆରି ୧୯ରେ ବି ବଡ଼ ଅଗ୍ନିକାଣ୍ଡ ଘଟିଥିଲା

    ଆଗକୁ ପଢନ୍ତୁ

    ପ୍ରୟାଗରାଜ: ପ୍ରୟାଗରାଜ ମହାକୁମ୍ଭ ମେଳାରେ ଆଜି ପୁଣି ଅଗ୍ନିକାଣ୍ଡ ଯୋଗୁ ସେକ୍ଟର ୧୯ର ୭ଟି ଟେଣ୍ଟ ଜଳି ଯାଇଛି। ଅଗ୍ନି ନିର୍ବାପକ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିନେବାରୁ ବଡ଼ ଅଘଟଣ ଟଳିଯାଇଛି। ପ୍ରୟାଗରାଜ ଏଡିଜି ଭାନୁ ଭାସ୍କର କହିଛନ୍ତି, ଅଗ୍ନିକାଣ୍ଡ ଘଟଣାରେ କେହି ମୃତାହତ ହୋଇନାହାନ୍ତି। ଏହି ଅଗ୍ନିକାଣ୍ଡର କାରଣ ଜଣାପଡ଼ିନି ଏବଂ ଅଧିକ ତଦନ୍ତ ଜାରି ରହିଛି। ଉଲ୍ଳେଖଯୋଗ୍ୟ, ଗୁରୁବାର ମହାକୁମ୍ଭରେ ୨ଟି ପୃଥକ୍‌ ସ୍ଥାନରେ ଅଗ୍ନିକାଣ୍ଡ ହେବାପରେ ଆଜି ପୁଣି ଏକ ଅଗ୍ନିକାଣ୍ଡ ହୋଇଛି।
    ଗୁରୁବାର ପୁଲିସ ଲାଇନ୍‌ କ୍ୟାମ୍ପ୍‌ରେ ନିଆଁ ଲାଗି ୨ଟି ଟେଣ୍ଟ୍‌ ସମ୍ପୂର୍ଣ୍ଣ ଜଳି ଯାଇଥିଲା। କିନ୍ତୁ କେହି ମୃତାହତ ହୋଇନଥିଲେ। ମହାକୁମ୍ଭ ମୁଖ୍ୟ ଅଗ୍ନି ଅଧିକାରୀ ପ୍ରମୋଦ ଶର୍ମା କହିଛନ୍ତି, ସର୍ଟ ସର୍କିଟ୍‌ ଯୋଗୁଁ ପୁଲିସ ଲାଇନ କ୍ୟାମ୍ପ୍‌ରେ ନିଆଁ ଲାଗିଥିଲା। ଗତ ସପ୍ତାହରେ ମଧ୍ୟ ସେକ୍ଟର ୧୯ର ‘କଳ୍ପବାସୀ ଟେଣ୍ଟ୍‌’ରେ ନିଆଁ ଲାଗି ଯାଇଥିଲା। ଗ୍ୟାସ୍‌ ଲିକ୍‌ ଯୋଗୁଁ ଏହି ନିଆଁ ଲାଗିଥିବା କୁହାଯାଇଥିଲା। ଜାନୁଆରି ୧୯ ତାରିଖରେ ବି ସେକ୍ଟର ୧୯ରେ ସିଲିଣ୍ଡର ବି‌ସ୍ଫୋରଣ ଯୋଗୁଁ ଅନେକ ଶିବିର ଜଳି ଯାଇଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    29.4 ° C
    29.4 °
    29.4 °
    31 %
    2.3kmh
    96 %
    Mon
    30 °
    Tue
    42 °
    Wed
    43 °
    Thu
    43 °
    Fri
    44 °

    ସମ୍ବନ୍ଧିତ