Thursday, April 30, 2026
41.9 C
Odisha

    ମିସନ ଶକ୍ତିକୁ ଭାଙ୍ଗିବାକୁ ଚାହୁଁଛନ୍ତି ସରକାର: ବିଜେଡ଼ି

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ମିସନ ଶକ୍ତିକୁ ସରକାର ଭାଙ୍ଗିବାକୁ ଚାହୁଁଛନ୍ତି ବୋଲି ବିରୋଧୀ ଦଳ ବିଜେଡ଼ି ପକ୍ଷରୁ ଶାସକ ଦଳ ବିରୋଧରେ ଅଭିଯୋଗ ଅଣାଯାଇଛି।  ମିସନ ଶକ୍ତି ମହିଳାଙ୍କୁ ଭ୍ରମିତ କରାଯାଉଛି ବୋଲି ବିଜେଡ଼ି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ଵାଇଁ କହିଛନ୍ତି। ମିସନ ଶକ୍ତି ଇସି ସଦସ୍ୟଙ୍କୁ ନେଇ ରଣେନ୍ଦ୍ର କହିନ୍ତି କେନ୍ଦ୍ର ସରକାର ୧୯୯୯ ମସିହା ଏପ୍ରିଲ ପହିଲାରୁ  ସ୍ୱର୍ଣ୍ଣ ଜୟନ୍ତୀ ଗ୍ରାମ୍ୟ ସ୍ୱରୋଜଗାର ଯୋଜନା ଆରମ୍ଭ କରିଥିଲେ।ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ନେଇ ଅଙ୍ଗନବାଡି କର୍ମୀ ଇସି ସଦସ୍ୟଙ୍କୁ ବଛା ଯାଇ ମହିଳା ମହାସଂଘକୁ କାର୍ଯ୍ୟଭାର ଦିଆଯାଇଥିଲା । ଏମାନେ ନିର୍ବାଚିତ ଲୋକ ପ୍ରତିନିଧି ନୁହନ୍ତି । ତୃଣମୂଳସ୍ତରର ମହିଳାଙ୍କୁ ଆତ୍ମନିର୍ଭରଶୀଳ ଓ ଆର୍ଥିକ ଦୃଷ୍ଟିରୁ ସଶକ୍ତ କରାଇବା କାର୍ଯ୍ୟ  ମିସନ ଶକ୍ତି କରିଆସୁଛି। ମିସନ ଶକ୍ତିର ଇସିମାନେ ବୈଠକ ବାବଦରେ ସିଟିଂ ଆଲାଉନ୍ସ ପାଉଥିଲେ । ଏହା ବ୍ୟତୀତ ମାସିକ ୧ ହଜାର ଟଙ୍କା ଫିକ୍ସଡ୍ ଟ୍ରାଭେଲିଂ ଆଲାଉନ୍ସ ସେମାନଙ୍କୁ ଦିଆଯାଉଥିଲା । ଇସି ମହିଳାଙ୍କୁ ବିନା ସୁଧରେ ପୂର୍ବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସରକାର ସ୍କୁଟି ପ୍ରଦାନ କରିଥିଲେ ।

    ମିସନ ଶକ୍ତି ଇସି ମହିଳାଙ୍କୁ ହଟେଇବାକୁ ରାଜ୍ୟ ସରକାର ଯୋଜନା କରୁଥିବା ସେ ଅଭିଯୋଗ କରିଛନ୍ତି। ସରକାର ଏଭଳି କରିବା ପରିବର୍ତ୍ତେ ମିସନ ଶକ୍ତିକୁ ଅଧିକ ସଶକ୍ତ କରାଯିବାକୁ ସେ ଦାବି କରିଛନ୍ତି । ସରକାର ନିଜର କାର୍ଯ୍ୟଧାରାରେ ପରିବର୍ତ୍ତନ ନକଲେ ରାଜ୍ୟର ୩୧୪ ବ୍ଲକରେ ବିଜେଡ଼ି ପକ୍ଷରୁ ପ୍ରତିବାଦ କରାଯିବ ବୋଲି ସେ କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    41.9 ° C
    41.9 °
    41.9 °
    13 %
    5kmh
    0 %
    Thu
    43 °
    Fri
    40 °
    Sat
    41 °
    Sun
    42 °
    Mon
    39 °

    ସମ୍ବନ୍ଧିତ