Monday, October 5, 2026
21.7 C
Odisha

    ମୁଖ୍ୟମନ୍ତ୍ରୀ ପୁଷ୍କର ଧାମୀଙ୍କ ହାତରେ ୮୦୦ ପୃଷ୍ଠାର ୟୁସିସି ଡ୍ରାଫ୍ଟ । ଜାଣନ୍ତୁ ଏଥିରେ କ’ଣ ରହିଛି ବ୍ୟବସ୍ଥା

    ଆଗକୁ ପଢନ୍ତୁ

    ୟୁସିସି ଡ୍ରାଫ୍ଟକୁ ୟୁସିସି ଡ୍ରାଫ୍ଟ କମିଟି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀଙ୍କୁ ହସ୍ତାନ୍ତର କରିଛନ୍ତି। ଏବେ ଏହାକୁ ବିଧାନସଭାରେ ଉପସ୍ଥାପନ କରାଯିବ। ଏହି ୟୁସିସିକୁ କାର୍ୟ୍ୟକାରୀ କରିବାରେ ଉତ୍ତରାଖଣ୍ଡ ଦେଶର ପ୍ରଥମ ରାଜ୍ୟ ହେବ। ଡ୍ରାଫ୍ଟ ପାଇବା ପରେ ପୁଷ୍କର ସିଂ ଧାମି କହିଛନ୍ତି, ଆମେ ସମସ୍ତେ ଦୀର୍ଘ ଦିନ ଧରି ଅପେକ୍ଷା କରିଥିଲୁ, ଆଜି ଡ୍ରାଫ୍ଟ ମିଳିଛି। ନିର୍ବାଚନ ପୂର୍ବରୁ ଏଥିପାଇଁ ଉତ୍ତରାଖଣ୍ଡର ଲୋକଙ୍କୁ ପ୍ରତିଶ୍ରୁତି ଦିଆଯାଇଥିଲା। ଏବେ ଆମେ ଏହି ଡ୍ରାଫ୍ଟକୁ ଅନୁଧ୍ୟାନ କରି ବିଲରେ ପରିଣତ କରିବୁ । ଫେବୃଆରୀ ୬ରେ ଏହାକୁ ଉତ୍ତରାଖଣ୍ଡ ବିଧାନସଭାରେ ଉପସ୍ଥାପନ କରାଯିବାର ସୂଚନା ରହିଛି ।ସମାନ ନାଗରିକ ସଂହିତା ଲାଗୁ ହେଲେ ବହୁ ବିବାହ ଉପରେ ରୋକ୍ ଲାଗିବ । ଝିଅ ମାନଙ୍କ ବିବାହର ଆଇନଗତ ବୟସ ୨୧ ବର୍ଷ ହେବ ।

    ଲିଭ୍ ଇନ୍ ରିଲେସନସିପରେ ରହୁଥିବା ବ୍ୟକ୍ତିଙ୍କୁ ନିଜର ସମସ୍ତ ତଥ୍ୟ ଦେବା ଅନିବାର୍ଯ୍ୟ ହେବ । ଏଭଳି ସମ୍ପର୍କରେ ରହୁଥିବା ବ୍ୟକ୍ତିଙ୍କୁ ନିଜ ବାପା, ମା’ଙ୍କୁ ମଧ୍ୟ ଏ ବାବଦରେ ସମସ୍ତ ତଥ୍ୟ ଦେବା ଜରୁରୀ ହେବ । ଏହା ସହ ଏହି ସମ୍ପର୍କରେ ରହୁଥିବା ବ୍ୟକ୍ତି ପୋଲିସ ନିକଟରେ ରେଜିଷ୍ଟ୍ରେସନ କରାଇବେ ।
    ବିବାହ ପରେ ଆବଶ୍ୟକ ପଞ୍ଜିକରଣ କରାଇବା ଜରୁରୀ ହେବ । ବିନା ପଞ୍ଚିକରଣରେ ବିବାହକୁ ଅମାନ୍ୟ ବିଚାର କରାଯିବ । କେବଳ ସେତିକି ନୁହେଁ ବିବାହ ପଞ୍ଜିକରଣ ନକରାଇଲେ ସମସ୍ତ ସରକାରୀ ସୁବିଧାରୁ ମଧ୍ୟ ବଞ୍ଚିତ ହେବେ ବ୍ୟକ୍ତି ।

    ମୁସଲମାନ ମହିଳା ପୋଷ୍ୟ ସନ୍ତାନ ଗ୍ରହଣ କରିପାରିବେ, ଯାହାର ପ୍ରକ୍ରିୟା ସରଳ ହେବ । ଝିଅ ମାନଙ୍କୁ ପୁଅମାନଙ୍କ ଭଳି ସମାନ ଅଧିକାର ମିଳିବ । ଘର ଚଳାଉଥିବା ପୁଅର ମୃତ୍ୟୁ ପରେ ବାପେ, ମା’ଙ୍କ ଭରଣପୋଷଣର ଦାୟିତ୍ୱ ବୋହୂ ଉପରେ ରହିବ । ଏବଂ ମୃତ ବ୍ୟକ୍ତିଙ୍କ ପତ୍ନୀଙ୍କୁ କ୍ଷତିପୂରଣ ମିଳିବ । ସ୍ୱାମୀଙ୍କ ମୃତ୍ୟୁ ପରେ ଯଦି ସ୍ତ୍ରୀ ଅନ୍ୟତ୍ୟ ବିବାହ କରେ ତେବେ ତାଙ୍କୁ ମିଳିଥିବା କ୍ଷତିପୂରଣ ଟଙ୍କାରୁ ଅଧା ମୃତକଙ୍କ ବାପା, ମା’ଙ୍କୁ ଦିଆଯିବ । ଏବଂ ଯଦି ବାପା, ମା’ ଶାରୀରିକ ଭାବେ ଅକ୍ଷମ ହୋଇଥିବେ ତେବେ ସେମାନଙ୍କୁ ଦେଖାରଖା ଦାୟିତ୍ୱ ବୋହୂର ଦ୍ୱିତୀୟ ସ୍ୱାମୀ ଗ୍ରହଣ କରିବାକୁ ବଧ୍ୟ ହେବେ । କହିବାକୁ ଗଲେ ନାଗରିକ ସମାନତା ସଂହିତା ଆଇନରେ ମହିଳାଙ୍କୁ ଗୁରୁତ୍ୱ ଦିଆଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    21.7 ° C
    21.7 °
    21.7 °
    75 %
    1.2kmh
    0 %
    Mon
    31 °
    Tue
    31 °
    Wed
    31 °
    Thu
    29 °
    Fri
    31 °

    ସମ୍ବନ୍ଧିତ