Friday, September 18, 2026
25 C
Odisha

    ଯିଏ ୨୪ ବର୍ଷରେ ପାଣି ଯୋଗାଇ ପାରିଲେନି, ସିଏ ପୁଣି କହିବେ ବିଜେପି ମିଛ କହୁଛି

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ନବୀନ ପଟ୍ଟନାୟକଙ୍କ ଭିଡିଓ ବାର୍ତ୍ତାକୁ କଡ଼ା ଭାଷାରେ ସମାଲୋଚନା କରିଛି ବିଜେପି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧ‌ର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ତାଙ୍କୁ କିଏ ଲେଖା ଧରାଇ ଦେଇଥିବ ଓ ସେ ଅଜାଣତରେ ପଢ଼ି ଦେଇଥିବେ। ଯିଏ ନିଜ ବାପାଙ୍କ ଜନ୍ମମାଟିରେ ୨୪ ବର୍ଷରେ ପାଣି ଯୋଗାଇ ପାରିଲେ ନାହିଁ, ସିଏ ପୁଣି କହିବେ ବିଜେପି ମିଛ କହୁଛି। ଏଣେ ବିଜେପି ମୁଖପାତ୍ର ବିରଞ୍ଚି ନାରାୟଣ ତ୍ରିପାଠୀ ନବୀନଙ୍କୁ କଟାକ୍ଷ କରି କହିଛନ୍ତି, ଚବିଶ ବର୍ଷ ଧରି ବୋଧେ ମିଛ ସ୍ଲୋଗାନ ତିଆରି କରୁଥିଲା ବିଜେଡି ସେଥିପାଇଁ ପରାଜୟ ପରେ ନବୀନ ଏଭଳି କହୁଛନ୍ତି। ଓଡ଼ିଶାବାସୀ ବିଜେପିକୁ ବିପୁଳ ସମର୍ଥନ ଦେଇଛନ୍ତି। ଓଡିଶାବାସୀଙ୍କ ଠାରୁ ପ୍ରତ୍ୟାଖ୍ୟାତ ହେବା ପରେ କିଛି ତ ଲୋକମାନଙ୍କୁ କହିବାକୁ ପଡ଼ିବ। ବିଜେପି ଯେଉଁ ପ୍ରତିଶ୍ରୁତି ଦେଇଥିଲା, ତାକୁ ଅକ୍ଷରେ ଅକ୍ଷରେ ପାଳନ କରୁଛି।
    ସେ ଆହୁରି କହିଛନ୍ତି, ଶହେ ବର୍ଷ ନୁହେଁ, ଆଗାମୀ ଶହେ ଦିନ ଦେଖନ୍ତୁ ନବୀନ। ବିଜେଡି ନେତାମାନେ ବିଜେଡି ହାରିବାର ଦୁଇ ଶହ ଦିନ ହୋଇନାହିଁ, ସାଂସଦ ଏବଂ ନିର୍ବାଚିତ ପ୍ରତିନିଧିମାନେ ବିଜେପିରେ ମିଶୁଛନ୍ତି। ନୂଆ ସରକାରଙ୍କ ସଫଳତା ଦେଖିକି ବିଜେଡି ହତୋତ୍ସାହିତ ହୋଇ ପଡିଛି। ସେଥିପାଇଁ ବିଳିବିଳେଇବା ଆରମ୍ଭ କରିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    25 ° C
    25 °
    25 °
    87 %
    1.2kmh
    98 %
    Thu
    25 °
    Fri
    31 °
    Sat
    31 °
    Sun
    31 °
    Mon
    31 °

    ସମ୍ବନ୍ଧିତ