Thursday, September 24, 2026
24 C
Odisha

    ରହସ୍ୟମୟ ରୋଗ ପାଇଁ ଜମ୍ମୁ-କଶ୍ମୀରର ସମସ୍ତ ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀଙ୍କ ଛୁଟି ବାତିଲ୍‌

    ଆଗକୁ ପଢନ୍ତୁ

    ରାଜୌରି: ଜମ୍ମୁ-କଶ୍ମୀରର ରାଜୌରିରେ ଏକ ରହସ୍ୟମୟ ରୋଗ ଦେଖା ଦେଇଥିବା ହେତୁ ଡାକ୍ତରମ‌ାନଙ୍କ ଛୁଟିକୁ ବାତିଲ୍‌ କରାଯାଇଛି। ଏହି ରହସ୍ୟମୟ ରୋଗରେ ଏବେ ସୁଦ୍ଧା ୧୭ ଜଣଙ୍କ ମୃତ୍ୟୁ ହେଇ ସାରିଲାଣି। ଅଚାନକ ଲୋକେ ଅସୁସ୍ଥ ହୋଇ ମୃତ୍ୟୁ ବରଣ କରୁଥିବା ଘଟଣା ଏବେ ସଂପୃକ୍ତ ଅଞ୍ଚଳରେ ଭୟର ବାରାବରଣ ସୃଷ୍ଟି କରିଛି। ସେଥିପାଇଁ ଡାକ୍ତରମାନଙ୍କୁ ସକ୍ରିୟ ରହି ଏହି ବିପଦପୂର୍ଣ୍ଣ ସମୟରେ ସମସ୍ୟାର ସାମ୍ନା କରିବାକୁ କୁହାଯାଇଛି। ତେବେ ଏବେ ସୁଦ୍ଧା ୨୩୦ ଜଣ ଲୋକଙ୍କୁ କ୍ବାରେଣ୍ଟାଇନ୍‌ରେ ରଖାଯାଇ ସାରିଲାଣି।

    ଏନେଇ କେନ୍ଦ୍ର ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ କହିଛନ୍ତି ଯେ ‘‘ଲକ୍ଷ୍ନୌର ଟକ୍ସିକୋଲୋଜି ଲାବୋରେଟୋରି ଦ୍ୱାରା କରାଯାଇଥିବା ପ୍ରାରମ୍ଭିକ ତଦନ୍ତରୁ ଜଣାପଡିଛି ଯେ ଏହାର କାରଣ କୌଣସି ସଂକ୍ରମଣ, ଭାଇରସ କିମ୍ବା ଜୀବାଣୁ ନୁହେଁ ବରଂ ଏକ ବିଷ ଥିଲା।

    ରାଜୌରୀ ସରକାରୀ ମେଡିକାଲ କଲେଜ (ଜିଏମ୍‌ସି) ହସ୍ପିଟାଲର ଅଧ୍ୟକ୍ଷ ଡାକ୍ତର ଅମରଜିତ ସିଂହ ଭାଟିଆ ଶୁକ୍ରବାର ରାଜୌରୀରେ ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି ଯେ ‘‘ସମସ୍ତ ଡାକ୍ତର ଏବଂ ପାରାମେଡିକ୍ କର୍ମଚାରୀଙ୍କର ସମସ୍ତ ଛୁଟି ବାତିଲ କରାଯାଇଛି। ଗତ ଦେଢ଼ ମାସ ମଧ୍ୟରେ ତିନୋଟି ପରିବାରର ୧୭ ଜଣଙ୍କ ରହସ୍ୟମୟ ଅବସ୍ଥାରେ ମୃତ୍ୟୁ ପରେ ପରିସ୍ଥିତିର ମୁକାବିଲା ପାଇଁ ଶୀତକାଳୀନ ଛୁଟି ମଧ୍ୟ ବାତିଲ କରାଯାଇଛି।’’

    ସେ ଆହୁରି କହିଛନ୍ତି ଯେ ଜମ୍ମୁ ଏବଂ କଶ୍ମୀର ସରକାର ଜାରି ରହିଥିବା ସ୍ୱାସ୍ଥ୍ୟ ପରିସ୍ଥିତି ମଧ୍ୟରେ ମେଡିକାଲ ସେଟଅପ୍‌କୁ ସହାୟତା କରିବା ପାଇଁ ଜିଏମ୍‌ସିରେ ୧୦ ଜଣ ଅତିରିକ୍ତ ଡାକ୍ତରୀ ଛାତ୍ରଙ୍କୁ ନିଯୁକ୍ତ କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    24 ° C
    24 °
    24 °
    97 %
    4.3kmh
    100 %
    Thu
    24 °
    Fri
    27 °
    Sat
    29 °
    Sun
    29 °
    Mon
    30 °

    ସମ୍ବନ୍ଧିତ