Thursday, September 24, 2026
24.7 C
Odisha

    ରିମାଣ୍ଡରେ ଗଲା ମଣପ୍ପୁରମ ଲୁଟ ମାଷ୍ଟରମାଇଣ୍ଡ

    ଆଗକୁ ପଢନ୍ତୁ

    ସମ୍ବଲପୁର : ମଣପ୍ପୁରମ ଲୁଟ ମାଷ୍ଟରମାଇଣ୍ଡ ଉତ୍ତମ ପାଶୱାନକୁ ୩ ଦିନିଆ ରିମାଣ୍ଡରେ ପୁଲିସ ନେଇଛି। ଗତ ୪ ତାରିଖରେ ଉତ୍ତମ ପାଶୱାନକୁ ପୁଲିସ ଗୌହାଟିରୁ ଗିୁରଫ କରିଥିଲା। ଅଧିକ ତଥ୍ୟ ଜାଣିବା ପାଇଁ ଗିରଫ ହୋଇଥିବା ଉତ୍ତମ ପାଶୱାନକୁ ରିମାଣ୍ଡରେ ନିଆଯାଇଛି ବୋଲି ପୁଲିସ ସୂଚନା ଦେଇଛି।ସମ୍ବଲପୁର ସହରର ବ୍ୟସ୍ତବହୁଳ ରାସ୍ତା କଡରେ ଥିବା ମଣପ୍ପୁରମ ଗୋଲ୍ଡ ଲୋନ ସମ୍ବଲପୁର ଶାଖାରୁ ସ୍ପଷ୍ଟ ଦିବାଲୋକରେ ପୂର୍ବାହ୍ନ ପ୍ରାୟ ୧୦ଟା ସମୟରେ ମାତ୍ର କେଇ ମିନିଟ ମଧ୍ୟରେ ପ୍ରାୟ ୨୮ କିଗ୍ରା ସୁନା ଓ ୪ ଲକ୍ଷ ୭୧ ହଜାର ଟଙ୍କା ଲୁଟ ହୋଇଥିଲା। ମାତ୍ର କିଛି ମିନିଟ ମଧ୍ୟରେ ହୋଇଥିବା ଏହି ଲୁଟ ଘଟଣାରେ ପ୍ରାୟ ୭ ଜଣ ଅଭିଯୁକ୍ତ ସାମିଲ ରହିଥିବାର ଭାଇରାଲ ହୋଇଥିବା ସିସିଟିଭି ଓ ପୁଲିସ ସୁତ୍ରରୁ ଜଣାପଡ଼ିଥିଲା। ଅଧିକ ତଥ୍ୟ ଜାଣିବା ପାଇଁ ଗିରଫ ହୋଇଥିବା ୨ଜଣଙ୍କୁ ରିମାଣ୍ଡରେ ଆଣିପାରେ ବୋଲି ପୁଲିସ ସୂଚନା ଦେଇଥିଲା । ତେବେ ଆଜି ପୁଲିସ ମଣପ୍ପୁରମ ଲୁଟ ମାଷ୍ଟରମାଇଣ୍ଡ ଉତ୍ତମ ପାଶୱାନକୁ ୩ ଦିନିଆ ରିମାଣ୍ଡରେ ଆଣିଥିବା ସୂଚନା ମିଳିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    moderate rain
    24.7 ° C
    24.7 °
    24.7 °
    95 %
    2kmh
    100 %
    Thu
    25 °
    Fri
    28 °
    Sat
    31 °
    Sun
    28 °
    Mon
    30 °

    ସମ୍ବନ୍ଧିତ