Monday, March 9, 2026
31.7 C
Odisha

    ରେଳ କର୍ମଚାରୀଙ୍କ ପାଇଁ ଖୁସି ଖବର, ଦରମା ଏବଂ ପେନସନ ବୃଦ୍ଧି ପୂର୍ବରୁ ରେଳବାଇ ଆରମ୍ଭ କଲା ପ୍ରସ୍ତୁତି

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ  :  ଅଷ୍ଟମ ବେତନ କମିଶନ ୨୦୨୮ ପ୍ରାରମ୍ଭରେ କାର୍ଯ୍ୟକାରୀ ହେବାର ଆଶା କରାଯାଉଛି। ଏହା ଫଳରେ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ଦରମାରେ ୩୦-୩୪ ପ୍ରତିଶତ ବୃଦ୍ଧି ଘଟିବ ବୋଲି ଆଶା କରାଯାଉଛି। ଭାରତୀୟ ରେଳବାଇ ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରିସାରିଛି । ୮ମ ବେତନ ଲାଗୁ ହେବା ପୂର୍ବରୁ ରେଳବାଇ ନିଜକୁ ଆର୍ଥିକ ଭାବରେ ଏତେ ମଜବୁତ କରିପାରିବ ଯେପରିକି ତା ‘ଉପରେ ଗୁରୁତ୍ୱପୂର୍ଣ୍ଣ ଆର୍ଥିକ ବୋଝ ଏତେଟା ଲଦି ହେବନି । ୮ମ ବେତନ କମିଶନ ଯୋଗୁଁ କର୍ମଚାରୀଙ୍କ ଉପରେ ଖର୍ଚ୍ଚ ବୃଦ୍ଧି ପାଇବ । ତେଣୁ ରେଳବାଇ ଏବେଠାରୁ ରକ୍ଷଣାବେକ୍ଷଣ, କ୍ରୟ ଏବଂ ଶକ୍ତି କ୍ଷେତ୍ରରେ ଖର୍ଚ୍ଚ ହ୍ରାସ କରିବା ପାଇଁ ପଦକ୍ଷେପ ନେଉଛି। ଯଦ୍ଵାରା ତା’ର ଆର୍ଥିକ ଅବସ୍ଥା ସ୍ଵଚ୍ଛଳ ହେବ ।

    ସରକାର ଏପର୍ଯ୍ୟନ୍ତ ସ୍ପଷ୍ଟ କରିନାହାଁନ୍ତି ଯେ ଅଷ୍ଟମ ବେତନ କମିଶନ ୧ ଜାନୁଆରୀ, ୨୦୨୬ ରୁ ଲାଗୁ ହେବ କି ନାହିଁ। ଅଷ୍ଟମ ବେତନ କମିଶନ ପାଇଁ ଗଠିତ କମିଟି ବିଜ୍ଞପ୍ତି ପ୍ରକାଶ ପାଇବା ତାରିଖ (୩ ନଭେମ୍ବର, ୨୦୨୫) ଠାରୁ ୧୮ ମାସ ପର୍ଯ୍ୟନ୍ତ ସମୟ ନେଇପାରେ। କେବଳ ସେତେବେଳେ ଏହାକୁ କେବେ ଲାଗୁ କରାଯିବ ସେ ବିଷୟରେ ନିଷ୍ପତ୍ତି ନିଆଯିବ। ଏହି ସମୟ ମଧ୍ୟରେ, ରେଳବାଇକୁ କର୍ମଚାରୀଙ୍କ ଦରମା ଉପରେ ଅତିରିକ୍ତ ଖର୍ଚ୍ଚକୁ ଗୁରୁତ୍ୱପୂର୍ଣ୍ଣ ଚାପ ସୃଷ୍ଟି ନକରି ଗ୍ରହଣ କରିବା ପାଇଁ ତାର ବାଲାନ୍ସ ସିଟ୍ ଉନ୍ନତ କରିବାକୁ ପଡିବ। ସରକାର ପୂର୍ବରୁ ଘୋଷଣା କରିସାରିଛନ୍ତି ଯେ ଅଷ୍ଟମ ବେତନ କମିଶନର ସର୍ତ୍ତାବଳୀ ୩ ନଭେମ୍ବର, ୨୦୨୫ରେ ଅଧିସୂଚିତ ହେବ। ଏହି କମିଶନର ସୁପାରିଶ ପରେ ସାରା ଦେଶରେ ୫୦.୧୪ ଲକ୍ଷ କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପ୍ରାୟ ୬୯ ଲକ୍ଷ ପେନସନଭୋଗୀ ଦରମା ବୃଦ୍ଧିରୁ ସିଧାସଳଖ ଲାଭ ପାଇବେ।

    ଭାରତୀୟ ରେଳବାଇ ସପ୍ତମ ବେତନ କମିଶନ ସହିତ ଏହାର ଅତୀତର ଅଭିଜ୍ଞତାରୁ ଶିକ୍ଷା ଗ୍ରହଣ କରୁଛି। ୨୦୧୬ରେ କାର୍ଯ୍ୟକାରୀ ହୋଇଥିବା ଏହି ବେତନ କମିଶନ ରେଳ କର୍ମଚାରୀମାନଙ୍କୁ ୧୪ ରୁ ୨୬ ପ୍ରତିଶତ ଦରମା ବୃଦ୍ଧି ପ୍ରଦାନ କରିଥିଲା। ପେନସନ ଏବଂ ଦରମା ବୃଦ୍ଧି ପାଇଁ ଖର୍ଚ୍ଚ ପ୍ରାୟ ୨୨ ହଜାର କୋଟି ଥିଲା। ସପ୍ତମ ବେତନ କମିଶନର କାର୍ଯ୍ୟକାଳ ୩୧ ଡିସେମ୍ବର, ୨୦୨୫ରେ ଶେଷ ହେଉଛି। ଫଳସ୍ୱରୂପ, ପରବର୍ତ୍ତୀ ବେତନ କମିଶନରେ ଦରମା ଏବଂ ପେନସନ ବୃଦ୍ଧି ପାଇଁ ଖର୍ଚ୍ଚ ୩୦ ହଜାର କୋଟି ବୃଦ୍ଧି ହେବ ବୋଲି ଆକଳନ କରାଯାଉଛି। ଜଣେ ବରିଷ୍ଠ ରେଳ ଅଧିକାରୀ କହିଛନ୍ତି, “ଆମେ ଅତିରିକ୍ତ ପାଣ୍ଠିର ଆବଶ୍ୟକତାକୁ ପୂରଣ କରିବା ପାଇଁ ଏକ ଯୋଜନା ପ୍ରସ୍ତୁତ କରିଛୁ। ଏହା ସଞ୍ଚୟ ବୃଦ୍ଧି କରିବାରେ ସାହାଯ୍ୟ କରିବ।”

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    31.7 ° C
    31.7 °
    31.7 °
    43 %
    1.3kmh
    4 %
    Mon
    37 °
    Tue
    38 °
    Wed
    39 °
    Thu
    39 °
    Fri
    40 °

    ସମ୍ବନ୍ଧିତ