Tuesday, May 12, 2026
38.8 C
Odisha

    ରୋହିତ୍‌ଙ୍କ ପ‌ରେ ଏବେ ଟେଷ୍ଟ ମ୍ୟାଚ୍‌ରୁ ସନ୍ନ୍ୟାସ ନେବେ ବିରାଟ?

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ହିଟ୍ ମ୍ୟାନ୍ ତଥା ଭାରତୀୟ ଅଧିନାୟକ ରୋହିତ ଶର୍ମା ବୁଧବାର ଟେଷ୍ଟ୍ କ୍ରିକେଟ୍‌ରୁ ସନ୍ନ୍ୟାସ ନେଇଛନ୍ତି। ଇଂଲଣ୍ଡ ଗସ୍ତରେ ତାଙ୍କୁ ଅଧିନାୟକ ପଦରୁ ହଟାଇବାକୁ ଚୟନକର୍ତ୍ତା ନୀତିଗତ ନିଷ୍ପତ୍ତି ନେଇ ସାରିଥିବାର ଖବର ପଦାକୁ ଆସିବାର କିଛି ସମୟ ଭିତରେ ହିଁ ରୋହିତ ନିଜ ଇନ୍‌ଷ୍ଟାଗ୍ରାମ ପୃଷ୍ଠାରେ ଲେଖି ଟେଷ୍ଟ୍‌ରୁ ଅବସର ଘୋଷଣା କରିଥିଲେ। ତେବେ ପୂର୍ବଭଳି ସେ ଦିନିକିଆ କ୍ରିକେଟ୍ ଖେଳିବା ଜାରି ରଖିବେ ବୋଲି ଜଣାପଡ଼ିଛି।

    ଏବେ ଆଉ ଏକ ବଡ଼ ଖବରକୁ ନେଇ ଚର୍ଚ୍ଚା ହେଉଛି। ରୋହିତଙ୍କ ପରେ ବିରାଟ କୋହଲି ମଧ୍ୟ ଟେଷ୍ଟ୍ କ୍ରିକେଟ୍‌ରୁ ସନ୍ନ୍ୟାସ ନେବେ ବୋଲି ଚର୍ଚ୍ଚା ହେଉଛି।। କୁହାଯାଉଛି ଯେ, ୩୬ବର୍ଷୀୟ ବ୍ୟାଟସମ୍ୟାନ୍ ଟେଷ୍ଟ ଫର୍ମାଟକୁ ଅଲବିଦା କହିବାକୁ ନିଷ୍ପତ୍ତି କରିଛନ୍ତି। ସେ ଏହି ପ୍ରସଙ୍ଗରେ ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ ସହିତ ମଧ୍ୟ କଥା ହୋଇସାରିଛନ୍ତି। କିନ୍ତୁ ବିସିସିଆଇର କିଛି ଉଚ୍ଚ ପଦାଧିକାରୀ ତାଙ୍କୁ ପୁଣି ଥରେ ଏହି ନିଷ୍ପତ୍ତି ବିଷୟରେ ଚିନ୍ତା କରିବାକୁ ପରାମର୍ଶ ଦେଇଛନ୍ତି। କାରଣ ଟିମ୍ ଇଣ୍ଡିଆକୁ ଶୀଘ୍ର ଇଂଲଣ୍ଡରେ ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ ଖେଳିବାର ଅଛି।

    ଆସନ୍ତା ମାସରେ ଇଂଲଣ୍ଡ ଗସ୍ତ କରିବ ଟିମ୍ ଇଣ୍ଡିଆ, ଯେଉଁଠାରେ ଏକ ଗୁରୁତ୍ୱପୂର୍ଣ୍ଣ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳାଯିବ। ଆଗାମୀ ସିରିଜ୍ ପୂର୍ବରୁ ନିୟମିତ ଅଧିନାୟକ ରୋହିତ ଶର୍ମା ଟେଷ୍ଟ ଫର୍ମାଟକୁ ଅଲବିଦା କହିସାରିଛନ୍ତି। ଏପରି ପରିସ୍ଥିତିରେ, ଯଦି ବିରାଟ କୋହଲି ମଧ୍ୟ ଟେଷ୍ଟ ଫର୍ମାଟରୁ ନିଜକୁ ଦୂରେଇ ରଖନ୍ତି, ତେବେ ଦଳ ପାଇଁ ଜିତିବା ବହୁତ କଷ୍ଟକର ହୋଇଯିବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    38.8 ° C
    38.8 °
    38.8 °
    20 %
    1.6kmh
    34 %
    Tue
    38 °
    Wed
    41 °
    Thu
    43 °
    Fri
    45 °
    Sat
    44 °

    ସମ୍ବନ୍ଧିତ