Friday, May 8, 2026
33.7 C
Odisha

    ଦୁଃଖରେ ଭାଙ୍ଗିପଡିଲେ ବିରାଟ କୋହଲି, ଚାଲିଗଲେ ଅନ୍ତରଙ୍ଗ ବନ୍ଧୁ ଅମନପ୍ରୀତ

    ଆଗକୁ ପଢନ୍ତୁ

    ଭାଙ୍ଗିପଡିଲେ ବିରାଟ କୋହଲି । ଚାଲିଗଲେ ବିରାଟଙ୍କ ଅନ୍ତରଙ୍ଗ ବନ୍ଧୁ । ପୂର୍ବତନ ପଞ୍ଜାବ ଦ୍ରୁତ ବୋଲର ଏବଂ ବିରାଟ କୋହଲିଙ୍କ ସହିତ ୧୯ ବର୍ଷରୁ କମ୍ ଖେଳରେ ଖେଳିଥିବା ଖେଳାଳି ଅମନପ୍ରୀତ ସିଂହ ଗିଲଙ୍କ ଦେହାନ୍ତ ହୋଇଛି । ମାତ୍ର ୩୬ ବର୍ଷ ବୟସରେ ଅମନପ୍ରୀତଙ୍କର ଦେହାନ୍ତ ହୋଇଛି । ପଞ୍ଜାବ କ୍ରିକେଟ୍ ଆସୋସିଏସନ୍ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ତାଙ୍କ ପରଲୋକ ସୂଚନା ଦେବା ସହିତ ଏବଂ ଗଭୀର ଶୋକ ପ୍ରକାଶ କରିଛି ।

    ଚଣ୍ଡିଗଡ଼ରେ ଜନ୍ମିତ ଅମନପ୍ରୀତ ସିଂହ ଗିଲ୍ ପଞ୍ଜାବ କ୍ରିକେଟ୍ ଦଳ ପାଇଁ ଘରୋଇ କ୍ରିକେଟ୍ ଖେଳିଥିଲେ । ସେ ୨୦୦୭ ମସିହାରେ ଶ୍ରୀଲଙ୍କାରେ ଅନୁଷ୍ଠିତ ୧୯ ବର୍ଷରୁ କମ୍ ଟ୍ରାଇ-ସିରିଜରେ ଭାରତକୁ ପ୍ରତିନିଧିତ୍ୱ କରିଥିଲେ, ଯେଉଁଠାରେ ସେ ବିରାଟ କୋହଲି ଏବଂ ମନୀଷ ପାଣ୍ଡେ ଭଳି ଖେଳାଳିଙ୍କ ସହ ଖେଳିଥିଲେ । ସେହି ସିରିଜରେ ଅମନପ୍ରୀତ ୫ଟି ମ୍ୟାଚରେ ୯ଟି ୱିକେଟ୍ ନେଇଥିଲେ ।

    ଅମନପ୍ରୀତ ପଞ୍ଜାବ ପାଇଁ ୬ଟି ପ୍ରଥମ ଶ୍ରେଣୀ ମ୍ୟାଚ୍ ମଧ୍ୟ ଖେଳିଥିଲେ । ଅମନପ୍ରୀତ ଆଇପିଏଲ ମ୍ୟାଚ୍ ମଧ୍ୟ ଚୟନ ହୋଇଛନ୍ତି । ସେ ପଞ୍ଜାବ ସିନିୟର ଚୟନ କମିଟିର ସଦସ୍ୟ ଭାବରେ କାର୍ଯ୍ୟ କରିଥିଲେ । ଅମନପ୍ରୀତ ଗିଲଙ୍କ ମୃତ୍ୟୁରେ ବିରାଟ କୋହଲିଙ୍କୁ ବହୁତ ବଡ଼ ଝଟକା ଲାଗିଛି । ବିରାଟ କୋହଲି ଅମନପ୍ରୀତଙ୍କ ମୃତ୍ୟୁରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ବିରାଟ ସୋସିଆଲ ମିଡିଆରେ ପୋଷ୍ଟ କରି ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ।

    ବିରାଟ କୋହଲି ଅମନପ୍ରୀତଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରି କହିଛନ୍ତି, ‘ଅମନପ୍ରୀତ ଗିଲଙ୍କ ନିଧନ ଖବର ଶୁଣି ବଡ଼ ଝଟକା ଲାଗିଛି । ତାଙ୍କ ପରିବାର ଏବଂ ସଂପର୍କୀୟଙ୍କ ପାଇଁ ପ୍ରାର୍ଥନା କରୁଛି, ଏଭଳି ଦୁଃଖ ସହିବାର ଶକ୍ତି ମିଳୁ । ତାଙ୍କ ଆତ୍ମାକୁ ଶାନ୍ତି ମିଳୁ । ଓମଃ ଶାନ୍ତି’

    ଅମନପ୍ରୀତ ସିଂହ ଗିଲଙ୍କ ପରଲୋକରେ ପଞ୍ଜାବ କ୍ରିକେଟ୍ ଆସୋସିଏସନ୍ ଗଭୀର ଶୋକ ପ୍ରକାଶ କରିଛି । ସେହିପରି ଶିଖର ଧୱନଙ୍କ ମଧ୍ୟ ଅମନପ୍ରୀତଙ୍କ ପରଲୋକରେ ଶୋକ ପ୍ରକାଶ କରିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    33.7 ° C
    33.7 °
    33.7 °
    43 %
    2.1kmh
    84 %
    Fri
    38 °
    Sat
    40 °
    Sun
    39 °
    Mon
    38 °
    Tue
    39 °

    ସମ୍ବନ୍ଧିତ