Saturday, March 14, 2026
28.9 C
Odisha

    ଲିଙ୍ଗରାଜ ଷ୍ଟେସନର ଟ୍ରାକରୁ ଯୁବକଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ଉଦ୍ଧାର, କେହି ହତ୍ୟା କରି ଫିଙ୍ଗି ଦେଇଥିବା ଅଭିଯୋଗ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଯୁବକଙ୍କୁ ମାରିଲା କିଏ ? ବିଲଡରଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର । ଲିଙ୍ଗରାଜ ଷ୍ଟେସନର ଟ୍ରାକରୁ ବିଲଡରଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ଉଦ୍ଧାର କଲା ଜିଆରପି ପୋଲିସ । ମୃତକ ହେଲେ ବୋତଣ୍ଡାର ପପୁ ବେହେରା । ଜମି ଓ ପ୍ଲଟ ବିକ୍ରି କାରବାର କରୁଥିଲେ ପପୁ ।

    ଗତକାଲି ବିଳମ୍ବିତ ରାତିରେ ଟ୍ରାକରୁ ତାଙ୍କ ମୃତଦେହ ଉଦ୍ଧାର ପରେ ତାଙ୍କୁ କେହି ହତ୍ୟା କରି ଫିଙ୍ଗି ଦେଇଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି । ସେ ୨ ଦିନ ତଳେ ୧୫ଲକ୍ଷ ଟଙ୍କା ପାଇଥିଲେ । ଟଙ୍କା ହଡ଼ପ ପାଇଁ ତାଙ୍କୁ କେହି ହତ୍ୟା କରିଥିବା ଅଭିଯୋଗ ହୋଇଛି । ଜିଆରପି ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି । ଏହା ହତ୍ୟା ନା ଜୀବନ ହାରିଛନ୍ତି ସେନେଇ ପୋଲିସର ତଦନ୍ତ ଆରମ୍ଭ । ସିସିଟିଭି ଓ ଅନ୍ୟାନ୍ୟ ପ୍ରତ୍ୟକ୍ଷଦର୍ଶୀଙ୍କ ତଥ୍ୟ ଆଧାରରେ ତଦନ୍ତ ଚଳାଇଛି ପୋଲିସ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    28.9 ° C
    28.9 °
    28.9 °
    23 %
    2.9kmh
    0 %
    Sat
    31 °
    Sun
    38 °
    Mon
    37 °
    Tue
    38 °
    Wed
    38 °

    ସମ୍ବନ୍ଧିତ