Thursday, September 24, 2026
23.9 C
Odisha

    ଶ୍ରୀମନ୍ଦିର ରତ୍ନଭଣ୍ଡାରେ ଦେଖାଗଲାଣି ପୁଳା ପୁଳା ମୂଷା ଗାତ

    ଆଗକୁ ପଢନ୍ତୁ

    ପୁରୀ: ଓଡିଶା ନିର୍ଦ୍ଦେଶ ପରେ ଡିସେମ୍ବର ୧୭ ତାରିଖରୁ ଆରମ୍ଭ ହେଲାଣି ରତ୍ନଭଣ୍ଡାର ମରାମତି କାମ। ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ(ଏଏସ୍‌ଆଇ) ଏହି କାମ କରୁଛି। ଭଙ୍ଗା ଓ ଫାଟିଯାଇଥିବା ପଥର ସବୁକୁ କଢ଼ାଯାଇ ନୂଆ ଖୋଣ୍ଡଲାଇଟ୍ ଓ ଖିଚିଂର କଳା ମୁଗୁନିପଥର (ବାସଲ୍ ଷ୍ଟୋନ୍) ଲଗାଯାଉଛି। ଗ୍ରାଉଟିଂ କାମ ବି ଜାରି ରହିଛି। ମରାମତି କାମ ସରିବା ପରେ ରତ୍ନଭଣ୍ଡାର ଅଳଙ୍କାର ଗଣତି ଓ ମଣତି ହେବ।

    କିନ୍ତୁ ନୀତିକାନ୍ତି ବିଳମ୍ବ କାରଣରୁ ମରାମତି କାମରେ ସେତେଟା ଅଗ୍ରଗତି ଦେଖିବାକୁ ମିଳୁନି। ଦୁଇ ମାସରେ ସରିବା କଥା, ଦେଢ଼ ମାସ ବିତିଥିଲେ ବି ୨୫ ପ୍ରତିଶତ କାମ ସରିନି। ଦିନକୁ ଅତିବେଶିରେ ୨ ଘଣ୍ଟା ମରାମତି ପାଇଁ ମିଳୁଛି। ଅପରପକ୍ଷେ ରତ୍ନଭଣ୍ଡାର କାନ୍ଥରେ ମୂଷା ଗାତ ସବୁ ରହିଛି। ଏହାର ବି ମରାମତି କରାଯିବ।ଆଗକୁ ରଥଯାତ୍ରା। ଏହା ପୂର୍ବରୁ ରଥଯାତ୍ରାର ଅନେକ ନୀତିକାନ୍ତି ଚାଲିବା ଶୀଘ୍ର ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଯିବ। ଯଦି ଏଭଳି ବିଳମ୍ବିତ ପ୍ରକ୍ରିୟାରେ ରତ୍ନଭଣ୍ଡାର ମରାମତି କାମ ଚାଲେ, ରଥଯାତ୍ରା ପୂର୍ବରୁ ବି ମରାମତି କାମ ସରିବା ଆଶଙ୍କା ଦେଖାଦେଇଛି।ଏହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛି ଏଏସ୍‌ଆଇ। ଯଦି ଆମକୁ ଅଧିକ ସମୟ ମିଳନ୍ତା, ଆମେ ସମୟ ଅନୁସାରେ କାମ ସାରି ପାରନ୍ତୁ ବୋଲି ଅଧିକାରୀମାନେ ମତ ଦେଇଛନ୍ତି। ନୀତିକାନ୍ତିରେ ଶୃଙ୍ଖଳା ଆଣି ମରାମତି ପାଇଁ ଅଧିକ ସମୟ ଦେବା ଦିଗରେ ପ୍ରଶାସନ ଗୁରୁତ୍ଵ ଦେବାକୁ ସେବାୟତ ଓ ପୂର୍ବତନ ପରିଚାଳନା କମିଟି ସଦସ୍ୟ ଦାବି କରିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    moderate rain
    23.9 ° C
    23.9 °
    23.9 °
    98 %
    3kmh
    100 %
    Wed
    24 °
    Thu
    25 °
    Fri
    28 °
    Sat
    28 °
    Sun
    23 °

    ସମ୍ବନ୍ଧିତ