Thursday, May 14, 2026
27.2 C
Odisha

    ସରୁନି ‘ଆୟୁଷ୍ମାନ’ ଯନ୍ତ୍ରଣା: ଚିକିତ୍ସା ଦେବାକୁ ହସ୍ପିଟାଲ କର୍ତ୍ତୃପକ୍ଷ କୁନ୍ଥକୁନ୍ଥ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ରାଜ୍ୟରେ ‘ଆୟୁଷ୍ମାନ ଭାରତ’ ଯୋଜନାର ଶୁଭାରମ୍ଭକୁ ପ୍ରାୟ ୨୦ଦିନ ହେବାକୁ ବସିଲାଣି। ଆରମ୍ଭ ଦିନଠାରୁ ଏହି ଯୋଜନାଟି ବିବାଦ ଭିତରେ ରହିଛି। ଚିକିତ୍ସା ପାଇଁ ଡାକ୍ତରଖାନା ଯାଉଥିବା ରୋଗୀଙ୍କୁ ହନ୍ତସନ୍ତ ହେବାକୁ ପଡ଼ୁଛି। ଚିକିତ୍ସା ଦେବାକୁ ଥିବା ଘରୋଇ ହସ୍ପିଟାଲମାନେ ମଧ୍ୟ ନାକେଦମ ହୋଇପଡ଼ିଲେଣି। ରାଜ୍ୟ ସରକାରଙ୍କ ସହ ଆଲୋଚନା ପରେ ବି ସମାଧାନର ବାଟ ବାହାରିପାରୁନି। ଅପରପକ୍ଷରେ ରାଜ୍ୟ ସରକାର ଘରୋଇ ହସ୍ପିଟାଲମାନଙ୍କୁ କାର୍ଯ୍ୟାନୁଷ୍ଠାନ ଲାଗି ତାଗିଦ୍ କରିଛନ୍ତି। ‘ଆୟୁଷ୍ମାନ ଭାରତ’ ଏକ କେନ୍ଦ୍ରୀୟ ଯୋଜନା। ଦେଶବ୍ୟାପୀ ଏହି ଯୋଜନା ଲାଗୁ ହୋଇଥିବାରୁ ଏହାର ଏକ ସ୍ବତନ୍ତ୍ର ସଫଟ୍‌ୱେୟାର ହୋଇଛି। ରାଜ୍ୟ ସରକାରଙ୍କ ନିଜସ୍ବ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା(ଜିଜେଏୱାଇ) ପାଇଁ ଯେଉଁ ସଫ୍‌ଟୱେୟାର ଥିଲା ଆୟୁଷ୍ମାନ ଭାରତ ଏହାଠାରୁ ବହୁମାତ୍ରାରେ ଭିନ୍ନ। ଏହି ନୂଆ ସଫ୍‌ଟୱେୟାର ହିଁ ରାଜ୍ୟରେ ରୋଗୀ ଚିକିତ୍ସାରେ ବହୁ ସମସ୍ୟା ସୃଷ୍ଟି କରୁଥିବା ଘରୋଇ ହସ୍ପିଟାଲମାନେ ଅଭିଯୋଗ କରୁଛନ୍ତି। ହସ୍ପିଟାଲମାନେ ବାରମ୍ବାର ଅଭିଯୋଗ କଲା ପରେ ରାଜ୍ୟ ସରକାର ଯଦିଓ ଏଥିରେ କିଛିଟା ପରିବର୍ତ୍ତନ କରିଛନ୍ତି, ତଥାପି ଏହା ପୂର୍ଣ୍ଣମାତ୍ରାରେ ସମାଧାନ ହୋଇପାରିନି।

    ଅଲ୍‌ ଓଡ଼ିଶା ଘରୋଇ ହସ୍ପିଟାଲ ଏଷ୍ଟାବ୍ଲିସମେଣ୍ଟ ଫୋରମ୍‌ର କୋଷାଧ୍ୟକ୍ଷ ଡା. ଦେବଦତ୍ତ ସାହୁ କହିଛନ୍ତି, ପୂର୍ବରୁ ବିଏସ୍‌କେୱାଇ ଯୋଜନାରେ କିଛି ସମସ୍ୟା ଉପୁଜିଲେ ବୈଷୟିକ ଟିମ୍ ତୁରନ୍ତ ସମାଧାନ କରୁଥିଲେ। ମାତ୍ର ଆୟୁଷ୍ମାନ ଭାରତ କେନ୍ଦ୍ରୀୟ ଯୋଜନା କାରଣରୁ ଏଥିରେ ପରିବର୍ତ୍ତନ ଆଣିବା ପାଇଁ ସମୟ ଲାଗୁଥିବା ସରକାରୀ ସ୍ତରରେ କୁହାଯାଉଛି। ତେବେ ଏଥିରେ ସମାଧାନ ହେବ ବୋଲି ଆଶା ରହିଛି।
    ଅପରପକ୍ଷରେ ‘ଆୟୁଷ୍ମାନ ଭାରତ’ରେ ଥିବା ପ୍ୟାକେଜ୍ ଦରକୁ ନେଇ ଘରୋଇ ହସ୍ପିଟାଲମାନେ ବାରମ୍ବାର ପ୍ରଶ୍ନ ଉଠାଉଛନ୍ତି। ଇମ୍‌ପ୍ଲାଣ୍ଟକୁ ନେଇ ଯେଉଁ ଦର‌ ରହିଛି ତହିଁରେ ରୋଗୀ ଚିକିତ୍ସା କରିବା ସମ୍ଭବ ନୁହେଁ ବୋଲି କହୁଛନ୍ତି। ଏହାସହ ଅନେକ ରୋଗ ପାଇଁ ଏହି ଯୋଜନାରେ କୌଣସି ସୁବିଧା ନାହିଁ। ଏଥିରେ କିଭଳି ରୋଗୀଙ୍କ ଚିକିତ୍ସା ହେବ ତାହାକୁ ନେଇ ହସ୍ପିଟାଲ କର୍ତ୍ତୃପକ୍ଷ ଦ୍ବନ୍ଦ୍ବରେ ପଡ଼ିଛନ୍ତି।

    ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ସଫ୍‌ଟୱେୟାର ସମସ୍ୟାର ଅନେକାଂଶରେ ସମାଧାନ ହୋଇଛି। ଆଗକୁ ଏହି ପ୍ରକ୍ରିୟା ଜାରି ରହିବ। ଆୟୁଷ୍ମାନ ଭାରତ ସଫ୍‌ଟୱେୟାରରେ ଅନେକ ସୁରକ୍ଷା ଫିଚର ରହିଛି। ଯାହାଫଳରେ ଏହା ସାମାନ୍ୟ ଧିମା ରହିଛି। ଘରୋଇ ହସ୍ପିଟାଲମାନେ ପ୍ୟାକେଜ୍ ଦର କମିବା ନେଇ ଯେଉଁ ଅଭିଯୋଗ କରୁଛନ୍ତି ତାହା ଠିକ୍ ନୁହେଁ। ତେବେ ଇମ୍‌ପ୍ଲାଣ୍ଟରେ କିଛି ଦରରେ ପରିବର୍ତ୍ତନ ନେଇ ଆଲୋଚନା ଚାଲୁ ରହିଛି। ଜିଜେଏୱାଇରେ ସଂପୂର୍ଣ୍ଣ ଏନ୍‌ଏବିଏଚ୍‌ ହସ୍ପିଟାଲକୁ ୩୦% ଓ ପ୍ରାଥମିକ ସ୍ତରରେ ଥିବା ହସ୍ପିଟାଲକୁ ୨୦% ପ୍ରୋତ୍ସାହନ ରାଶି ମିଳୁଥିଲା। ଆୟୁଷ୍ମାନ ଭାରତରେ ଏନ୍‌ଏବିଏଚ୍‌କୁ ୧୫% ଓ ଏଣ୍ଟ୍ରି ଲେଭଲରେ ୧୦% ରହିଛି। ଏହି ଦୁଇ ବର୍ଗର ହସ୍ପିଟାଲମାନଙ୍କୁ ହୁଏତ ଏହି ଇନ୍‌ସେଣ୍ଟିଭ୍ କମ୍ ଲାଗୁଥାଇପାରେ ବୋଲି ଅଧିକାରୀ ଜଣକ କହିଛନ୍ତି।

    ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି, ଯେଉଁ ଘରୋଇ ହସ୍ପିଟାଲମାନେ ସେବା ଦେବାରେ ଅବହେଳା ପ୍ରଦର୍ଶନ କରିବେ ଆଇନ ଅନୁଯାୟୀ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଆୟୁଷ୍ମାନ ଭାରତରେ ଯେଉଁ ସମସ୍ୟା ରହିଛି ତାହାକୁ ସମାଧାନ କରିବା ଲାଗି ଚେଷ୍ଟା କରାଯାଉଛି। ପ୍ୟାକେଜ୍ ଦର ବଢ଼ାଇବା ନେଇ ବିଭାଗରେ ଆଲୋଚନା ଜାରି ରହିଥିବା ଶ୍ରୀ ମହାଲିଙ୍ଗ ସୂଚନା ଦେଇଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    27.2 ° C
    27.2 °
    27.2 °
    72 %
    3.1kmh
    28 %
    Wed
    27 °
    Thu
    43 °
    Fri
    44 °
    Sat
    43 °
    Sun
    43 °

    ସମ୍ବନ୍ଧିତ