Saturday, March 14, 2026
28.9 C
Odisha

    ସୀମାନ୍ତରେ ୩୫ ମାଓବାଦୀଙ୍କ ଆତ୍ମସମର୍ପଣ

    ଆଗକୁ ପଢନ୍ତୁ

    କ୍ରମାଗତ ଭାବେ ଭୁସଡ଼ିବାରେ ଲାଗିଛି ମାଓ ଗଡ଼। ସୀମାନ୍ତରେ ଲୋନ ବାରାତୁ ତଥା ଘରକୁ ଫେର ଅଭିଯାନ ମାଧ୍ୟମରେ ସହ ସହ ସଂଖ୍ୟାରେ ମାଓବାଦୀ ମାନେ ଆତ୍ମସମର୍ପଣ କରିଥିବା ବେଳେ ଆଜି ଛତିଶଗଡ଼ ପୋଲିସକୁ ଆଉ ଏକ ବଡ଼ ସଫଳତା ମିଳିଛି। ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ଦନ୍ତେୱାଡା ପୁଲିସ ନିକଟରେ ୩୫ ଜଣ ମାଓବାଦୀଙ୍କ ଆତ୍ମସମର୍ପଣ। ଦୀର୍ଘବର୍ଷ ଧରି ମାଓ ସଂଗଠନରେ ଏହି ମାଓବାଦୀ ମାନେ କାର୍ଯ୍ୟ କରି ଆସୁଥିବା ବେଳେ ଏମାନେ ସଙ୍ଗଠନ ଛାଡ଼ି ମୁଖ୍ୟସ୍ରୋତରେ ସାମିଲ ହୋଇଛନ୍ତି।
    ସୂଚନା ଅନୁଯାୟୀ ଆଜି ଦନ୍ତେୱାଡ଼ା ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଏହି ମାଓବାଦୀମାନେ ଆତ୍ମସମର୍ପଣ କରିଛନ୍ତି। ବିଭିନ୍ନ ଏରିଆ କମିଟିରେ ସଦସ୍ୟ ଏବଂ ମିଲିସିଆ ଭାବେ କାମ କରୁଥିବା ଏହି ମାଓବାଦୀମାନେ ସଂଗଠନରେ ହେଉଥିବା ସାଧାରଣ ଲୋକଙ୍କ ଉପରେ ଅତ୍ୟାଚାର ଏବଂ ବଡ଼ କ୍ୟାଡ଼ର ମାଓବାଦୀଙ୍କ ଦ୍ଵାରା ଅନ୍ୟ ମାଓବାଦୀଙ୍କୁ ନିର୍ଯାତନା ଯୋଗୁଁ ସଂଗଠନ ଛାଡିଥିବା କହିଛନ୍ତି। ସମସ୍ତ ଆତ୍ମସମର୍ପଣ ନକ୍ସଲଙ୍କୁ ୨୫ ହଜାର ଟଂକା ଲେଖାଏଁ ପ୍ରଦାନ କରାଯିବା ସହ ଆଗାମୀ ଦିନରେ ଏହି ମାଓବାଦୀ ମାନଙ୍କୁ ସରକାରୀ ନିୟମ ଅନୁଯାୟୀ ସହାୟତା ପ୍ରଦାନ କରାଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି। ତେବେ ଗତ କିଛି ମାସ ମଧ୍ୟରେ ଶତାଧିକ ମାଓବାଦୀ ଆତ୍ମସମର୍ପଣ କରିଥିବା ବେଳେ ଅନ୍ୟ ମାଓବାଦୀ ମାନଙ୍କୁ ମଧ୍ୟ ଆତ୍ମସମର୍ପଣ କରିବାକୁ ପୋଲିସ ପକ୍ଷରୁ ଅପିଲ କରାଯାଇଛି। ଏହି ଅବସରରେ ପୋଲିସ ବିଭାଗର ବହୁ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    28.9 ° C
    28.9 °
    28.9 °
    23 %
    2.9kmh
    0 %
    Sat
    31 °
    Sun
    38 °
    Mon
    37 °
    Tue
    38 °
    Wed
    38 °

    ସମ୍ବନ୍ଧିତ