Tuesday, March 17, 2026
31.5 C
Odisha

    ବ୍ରିଟେନରେ ବଦଳିଲା ୧୪ ବର୍ଷର ସରକାର : ଲେବର ପାର୍ଟିକୁ ବହୁମତ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ; ବ୍ରିଟେନ ନିର୍ବାଚନରେ କେର୍ ଷ୍ଟାରମରଙ୍କ ଲେବର ପାର୍ଟିକୁ ମିଳିଛି ବହୁମତ । ୧୪ ବର୍ଷ ପରେ ବ୍ରିଟେନରେ କ୍ଷମତାଚ୍ୟୁତ ହେଲା କଞ୍ଜରଭେଟିଭ୍ ପାର୍ଟି । ନିର୍ବାଚନରେ ଋଷି ସୁନକଙ୍କ ଦଳ ପରାଜୟ ହେବା ପରେ ବିଜୟୀ କେର୍ ଷ୍ଟାରମରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ନିର୍ବାଚନରେ କଞ୍ଜରଭେଟିଭ୍ ପାର୍ଟିର ପରାଜୟ ପାଇଁ ନିଜକୁ ମଧ୍ୟ ଦାୟୀ କରିଛନ୍ତି ନେତା ଋଷି ସୁନକ । ଦୀର୍ଘ ୧୪ ବର୍ଷ ପରେ ବ୍ରିଟେନରେ ବଦଳିଲା ସରକାର । ଗତକାଲି ବ୍ରିଟେନରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହୋଇଥିବା ବେଳେ ଆଜି ଭୋଟ୍ ଗଣତି ହୋଇଥିଲା। ନିର୍ବାଚନ ଜିତିବା ପରେ ଲେବର ପାର୍ଟି ନେତା କେର୍ ଷ୍ଟାରମର ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ହେବେ। ଇଂଲଣ୍ଡ, ସ୍କଟଲାଣ୍ଡ, ୱେଲ୍ସ ଓ ଉତ୍ତର ଆୟର୍ଲାଣ୍ଡର ୬୫୦ଟି ସଂସଦୀୟ ନିର୍ବାଚନ ମଣ୍ଡଳୀ ପାଇଁ ମତଦାନ ହୋଇଥିଲା । ନିର୍ବାଚନରେ ଲେବର ପାର୍ଟି ୩୭୮ ଆସନରେ ବିଜୟ ସହ ପୂର୍ଣ୍ଣ ବହୁମତ ପାଇଥିବାବେଳେ ସୁନକଙ୍କୁ ୯୨ଟି ଆସନ ମିଳିଛି ଏବଂ ଅନ୍ୟାନ୍ୟ ପାଇଛନ୍ତି ୯୦ଟି ଆସନ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    31.5 ° C
    31.5 °
    31.5 °
    30 %
    5.1kmh
    80 %
    Tue
    32 °
    Wed
    36 °
    Thu
    36 °
    Fri
    35 °
    Sat
    33 °

    ସମ୍ବନ୍ଧିତ