Friday, April 17, 2026
37.6 C
Odisha

    ସୁଭଦ୍ରା ଯୋଜନା ପରେ ଇ-କେୱାଇସି ବଣ୍ଡାଘାଟିରେ ପଛୁଆ

    ଆଗକୁ ପଢନ୍ତୁ

    ଜିଲ୍ଲାରେ ସୁଭଦ୍ରା ଯୋଜନା ପରେ ବଣ୍ଡାଘାଟିରେ ମଧ୍ୟ ଇ-କେୱାଇସି କରିବାରେ ବଣ୍ଡା ଜନଜାତି ବହୁ ପଛରେ। କେବଳ ବଣ୍ଡା ଜନଜାତି ନୁହଁ, ରାଜ୍ୟରେ ମାଲକାନଗିରି ଜିଲ୍ଲା ତଳଆ଼ଡ଼ୁ ଦ୍ବିତୀୟ ସ୍ଥାନରେ ରହିଛି। ମୋବାଇଲ ନେଟୱର୍କ ସମସ୍ୟା, ଉପାନ୍ତ ଅଂଚଳକୁ ଯୋଗାଯୋଗ ନଥିବା ଯୋଗୁଁ ଏଭଳି ସ୍ଥିତି ଉପୁଜିଛି। ଯୋଗାଣ ବିଭାଗ କହିଛି ଏ ଦିଗରେ ଦୃଷ୍ଟି ଦିଆଯାଉଛି, କିଭଳି ଇ-କେୱାଇସି ସମସ୍ତ ହିତାଧିକାରୀ ସାମିଲ ହେବେ ସେନେଇ ଚେଷ୍ଟା କରାଯାଉଛି। ବଣ୍ଡାଘାଟିରେ ଥିବା ତାଜାବେଡା ଗ୍ରାମର ସୋନୁ ଶିଶାଙ୍କ ସମସ୍ୟା ହେଲା ଅବଧି ପରେ ଅବଧି ବଢୁଥିଲେ ମଧ୍ୟ ତାଂକ ପରିବାରର ହୋଇପାରିନି ଇ-କେୱାଇସି। କେବଳ ସୋନୁର ହିଁ ନୁହେଁ ବରଂ ଘାଟିର ଡମ୍ବରୁ ଏବଂ ନନ୍ଦ ଭଳି ଦୁଇ ଜଣଙ୍କର ମଧ୍ୟ ହୋଇ ନାହିଁ ଇ-କେଵାଇସି। ବଣ୍ଡାଘାଟିର କଥା ଯଦି କହିବା ମୁଦୁଲିପଡା ପଞ୍ଚାୟତରେ ମୋଟ ୪୦୫୫ ଜଣ ହିତାଧିକାରୀ ଥିବା ବେଳେ ଇ-କେଵାଇସିରେ ମାତ୍ର ୨୩୯୪ ଜଣ ସାମିଲ ହୋଇପାରିଛନ୍ତି।
    ସେହିପରି ମାଲକାନଗିରି ଜିଲ୍ଲାର ଯଦି କଥା କହିବା ତେବେ ଜିଲ୍ଲାରେ ମୋଟ ୫ଲକ୍ଷ ୩୮ ହଜାର ୪୭୩ ଜଣ ହିତାଧିକାରୀ ଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ୪ ଲକ୍ଷ ୫୫ ହଜାର ୬୯୫ ଜଣଙ୍କର ଇ-କେୱାଇସି ହୋଇପାରିଛି। ଯାହାକି ୮୫ ପ୍ରତିଶତ ହୋଇଛି। ଏବେ ବି ୮୨ ହଜାର ୭୭୮ ହିତାଧିକାରୀ ଇ-କେୱାଇସି କରିନାହାନ୍ତି। ରାଜ୍ୟ କଥା ଯଦି କହିବା ଇ-କେୱାଇସିରେ ମାଲକାନଗିରି ୨୯ ନମ୍ବରରେ ଥିବା ବେଳେ ଯାହାକି ଶେଷ ଆଡୁ ଦ୍ବିତୀୟରେ ରହିଛି। ଇ-କେୱାଇସିକୁ ନେଇ ଚିନ୍ତାରେ ପଡିଛନ୍ତି ହିତାଧିକାରୀ। ଯୋଗାଣ ବିଭାଗ କହିଛି ଜିଲ୍ଲାରେ କିଛି ଉପାନ୍ତ ଅଂଚଳରେ ମୋବାଇଲ ସେବା ନରହିବା, ଗାଁକୁ ଯୋଗାଯୋଗର ବ୍ୟବସ୍ଥା ନଥିବା ଯୋଗୁଁ ଏପରି ବାଧା ସୃଷ୍ଟି ହୋଇଛି। ଆଗାମୀ ଦିନରେ ଯୋଗାଣ ବିଭାଗ ପକ୍ଷରୁ ସେଗୁଡିକ ଚିହ୍ନଟ କରାଯାଇ ସବୁ ହିତାଧିକାରୀମାନଙ୍କୁ କିପରି ଏଥିରେ ସାମିଲ କରାଯିବ ସେନେଇ ପଦକ୍ଷେପ ନିଆଯାଉଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    37.6 ° C
    37.6 °
    37.6 °
    21 %
    2.1kmh
    0 %
    Fri
    42 °
    Sat
    43 °
    Sun
    43 °
    Mon
    44 °
    Tue
    43 °

    ସମ୍ବନ୍ଧିତ