Thursday, November 26, 2026
21.8 C
Odisha

    ସମ୍ ହସ୍ପିଟାଲ ମୁଖ୍ୟ ରାସ୍ତାରେ କଳା ସ୍କୋର୍ପିଓ ଆତଙ୍କ: ଘଟଣାସ୍ଥଳରେ ଜଣେ ମୃତ, ୪ରୁ ଅଧିକ ଗୁରୁତର

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ରାଜଧାନୀରେ ପୁଣି ହିଟ୍ ଆଣ୍ଡ ରନ୍ । ସମ୍ ହସ୍ପିଟାଲ ମୁଖ୍ୟ ରାସ୍ତାରେ କଳା ସ୍କର୍ପିଓ ଆତଙ୍କ । ଭରତପୁର ଥାନା ସାମପୁର ଅଞ୍ଚଳରେ ଘଟିଛି ସିରିଜ ଦୁର୍ଘଟଣା । ୧୦ରୁ ଊର୍ଦ୍ଧ୍ବ ଗାଡ଼ିକୁ ଧକ୍କାଦେଇଛି କଳା ସ୍କୋର୍ପିଓ ।

    ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଗୁରୁତର ହୋଇଛନ୍ତି । ମାମଲାରେ ଡ୍ରାଇଭରକୁ ଅଟକ ରଖି ଭରତପୁର ଥାନା ପୋଲିସର ତଦନ୍ତ କରୁଛି । ଦୁର୍ଘଟଣାସ୍ଥଳରେ ପହଞ୍ଚିଛନ୍ତି ଭୁବନେଶ୍ୱର ଡିସିପି ଡାକ୍ତର ଶର୍ବଣା ବିବେକ ଏମ୍ । ସ୍ଥାନୀୟ ଲୋକଙ୍କୁ ବୁଝାସୁଝା କରିବା ସହ ସ୍ଥିତି ନିୟନ୍ତ୍ରଣ କରିଛନ୍ତି ।

    ଘଟଣାର ତଦନ୍ତ ଆରମ୍ଭ ହୋଇଥିବା ବେଳେ ଖବର ପାଇବାର ମାତ୍ର ୫ ମିନିଟ୍ ମଧ୍ୟରେ ପୋଲିସ ପହଞ୍ଚିଥିବା କହିଛନ୍ତି ଡିସିପି । ଘଟଣାସ୍ଥଳରେ ବ୍ୟାପକ ପୋଲିସ ମୁତୟନ କରାଯାଇ ସ୍ଥିତିକୁ ନିୟନ୍ତ୍ରଣକୁ ନିଆଯାଇଛି । ସେପଟେ ଦୁର୍ଘଟଣା ପରେ ଉତ୍ତ୍ୟକ୍ତ ସ୍ଥାନୀୟ ଲୋକେ ଗାଡ଼ି ଚାଳକଙ୍କୁ ଆକ୍ରମଣ କରିଥିବା ସୂଚନା ମିଳିଛି । ଦୁଇ ଜଣ ଗୁରୁତର ହୋଇଛନ୍ତି । ଦୁର୍ଘଟଣା ଘଟାଇଥିବା ଗାଡ଼ି ଚାଳକଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    21.8 ° C
    21.8 °
    21.8 °
    67 %
    1.4kmh
    0 %
    Thu
    19 °
    Fri
    25 °
    Sat
    25 °
    Sun
    24 °
    Mon
    24 °

    ସମ୍ବନ୍ଧିତ