Sunday, April 5, 2026
28 C
Odisha

    ସ୍ବାଧୀନତା ଦିବସ ପାଳନ ପୂର୍ବରୁ ଦେଶବାସୀଙ୍କୁ ସମ୍ବୋଧିତ କଲେ ରାଷ୍ଟ୍ରପତି

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ସ୍ବାଧୀନତା ଦିବସ ଅବ୍ୟବହିତ ପୂର୍ବରୁ ବୁଧବାର ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ରାଷ୍ଟ୍ରପତି ତାଙ୍କ ଅଭିଭାଷଣରେ କହିଛନ୍ତି, ରାତି ପାହିଲେ ସାରା ଦେଶ ପାଳିବ ୭୮ତମ ସ୍ବାଧୀନତା ଦିବସ। ସେ କହିଛନ୍ତି, ଦେଶ ବିଦେଶରେ ଆମେ ସ୍ବତନ୍ତ୍ରତା ଦିବସ ପାଳନ କରିବାକୁ ଯାଉଛୁ। ଦେଶ ସ୍ବାଧୀନତା ପାଇଁ ବଳିଦାନ ଦେଇଥିବା ସେହି ମହାପୁରୁଷମାନଙ୍କୁ ପ୍ରଣାମ କରିବା। ଆଜିର ଦିନରେ ଦେଶ ବିଭାଜନ ହୋଇଥିଲା। କ୍ଷତ ମନରୁ ଲିଭିନି। ପ୍ୟାରିସ୍‌ ଅଲିମ୍ପିକ୍ସରେ ଭାରତ ବେଶ୍‌ ଭଲ ପ୍ରଦର୍ଶନ କରିବାରୁ ରାଷ୍ଟ୍ରପତି ଉଚ୍ଚ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, ଟି-୨୦ରେ ଭାରତୀୟ କ୍ରିକେଟ ଦଳ ମଧ୍ୟ ବିଶ୍ବ ଚାମ୍ପିୟନ ହୋଇଛି। ସବୁ ବର୍ଗର ଖେଳାଳିଙ୍କୁ ମୁଁ ଏଥିପାଇଁ ବଧେଇ ଜଣାଉଛି ବୋଲି ରାଷ୍ଟ୍ରପତି ତାଙ୍କ ଅଭିଭାଷଣରେ କହିଛନ୍ତି।
    ପ୍ରଧାନମନ୍ତ୍ରୀ ଅନ୍ନ କଲ୍ୟାଣ ଯୋଜନାରେ ଲୋକଙ୍କୁ ମାଗଣା ରାଶନ ଦିଆଯାଉଛି। ଜି-୨୦ର ସଫଳ ଆୟୋଜନ କରି ବିଶ୍ବରେ ପରାକାଷ୍ଠା ଦେଖାଇଛି ଭାରତ। ବିବିଧତା ଭିତରେ ଏକତା ରଖି ଆମେ ଆଗକୁ ନିରନ୍ତର ବଢ଼ୁଛୁ। ସାମାଜିକ ନ୍ୟାୟ ସରକାରଙ୍କର ପ୍ରାଥମିକତା ହୋଇଛି ବୋଲି ରାଷ୍ଟ୍ରପତି କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    28 ° C
    28 °
    28 °
    51 %
    2.6kmh
    33 %
    Sun
    30 °
    Mon
    38 °
    Tue
    37 °
    Wed
    38 °
    Thu
    36 °

    ସମ୍ବନ୍ଧିତ