Tuesday, April 28, 2026
42.4 C
Odisha

    ସ୍ୱାମୀର ଗୁଳିମାଡରେ ଚାଲିଗଲା ସ୍ତ୍ରୀର ଜୀବନ

    ଆଗକୁ ପଢନ୍ତୁ

    କଳାହାଣ୍ଡି: ସ୍ୱାମୀର ଗୁଳି ମାଡରେ ସ୍ତ୍ରୀ ମୃତ ।କଳାହାଣ୍ଡି ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଥୁଆମୂଲ୍ ରାମପୁର ବ୍ଲକ ରରପୁ କର୍ଲାପାଟ ଥାନା ଅନ୍ତର୍ଗତ ରଣପୁର ଗାଁରେ ଘଟିଛି ଏପରି ଅଭାବନୀୟ ଘଟଣା । ସ୍ୱାମୀର ଗୁଳି ମାଡରେ ସ୍ତ୍ରୀର ମୃତ୍ୟୁ ହୋଇଥିବା ବେଳେ ଝିଅର ଅବସ୍ଥା ସଙ୍କଟାପନ୍ନ ରହିଥିବା ସୂଚନା। ରଣପୁର ଗାଁର ବନ ମାଝୀଙ୍କ ଚାଷ ଜମିରେ ପଶି କିଛି ଗାଈ ଧାନ ଫସଲ ନଷ୍ଟ କରିଥିଲେ । ଏଥିରେ ବନ ମାଝୀ ରାଗି ଯାଇ ଦେଶୀ ବନ୍ଧୁକରେ ଗାଈଙ୍କୁ ଗୁଳି କରିବା ବେଳେ ତାଙ୍କ ସ୍ତ୍ରୀ ଜେମାଦେଇ ଏବଂ ଝିଅ ବିଦ୍ୟା ତାଙ୍କୁ ଅଟକାଇଥିଲେ। ହେଲେ ଏହି ସମୟରେ ଦେଶୀ ବନ୍ଧୁକର ଗୁଳି ଫୁଟିବାରୁ ତାଙ୍କ ସ୍ତ୍ରୀ ଏବଂ ଝିଅ ଦେହରେ ବାଜିଥିଲା। ଗୁଳିମାଡ ପରେ ଉଭୟ ଗୁରୁତରଙ୍କୁ ପ୍ରଥମେ ଭବାନୀପାଟଣା ସହିଦ ରେଣ୍ଡୋମାଝୀ ମେଡିକାଲ୍ କଲେଜରେ ଭର୍ତ୍ତି କରାଯାଇଥିଲା। ହେଲେ ଅବସ୍ଥା ସଙ୍କଟାପନ୍ନ ହେବାରୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ସ୍ତ୍ରୀ ଜେମାଦେଇ ମାଝୀଙ୍କ ମୃତ୍ୟୁ ହୋଇଥିବାବେଳେ ଝିଅର ଅବସ୍ଥା ସଙ୍କଟାପନ୍ନ ରହିଛି। ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ସ୍ଵାମୀ ବନ ମାଝୀଙ୍କୁ ଗିରଫ କରି ତଦନ୍ତ ଜାରି ରଖିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    42.4 ° C
    42.4 °
    42.4 °
    17 %
    4.7kmh
    69 %
    Tue
    44 °
    Wed
    43 °
    Thu
    43 °
    Fri
    42 °
    Sat
    41 °

    ସମ୍ବନ୍ଧିତ