Thursday, April 30, 2026
39.7 C
Odisha

    ୧୩୬୩ ଜୁନିଅର ରେଭେନ୍ୟୁ ଆସିଷ୍ଟାଣ୍ଟ୍ ପଦବୀରେ ହେବ ନିଯୁକ୍ତି, ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ରାଜସ୍ୱ ସଚିବ

    ଆଗକୁ ପଢନ୍ତୁ

    ଭୁବନେଶ୍ବର  : ରାଜ୍ୟର ରାଜସ୍ବ ପ୍ରଶାସନକୁ ଆହୁରି ସୁଦୃଢ କରିବା ନିମନ୍ତେ ଓଡିଶା ସରକାରଙ୍କ ଦ୍ୱାରା ୧୩୬୩ ଜୁନିଅର  ଆସିଷ୍ଟାଣ୍ଟ୍ ପଦବୀକୁ ସିଧାସଳଖ ନିଯୁକ୍ତି ମାଧ୍ୟମରେ ପୂରଣ କରିବାକୁ ସ୍ୱୀକୃତି ମିଳିଛି। ଏହି ନିଯୁକ୍ତି ନିମନ୍ତେ ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିର ବୈଠକରେ ଉକ୍ତ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏ ସମ୍ପର୍କରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ ପାଢୀ ଜିଲ୍ଲାପାଳମାନଙ୍କୁ ଚିଠି ଲେଖିଛନ୍ତି l ଏହି ପଦବୀଗୁଡ଼ିକୁ ରାଜ୍ୟର ୩୦ଟି ଜିଲ୍ଲାରେ ସିଧାସଳଖ ନିଯୁକ୍ତି ପ୍ରକ୍ରିୟା ମାଧ୍ୟମରେ ପୂରଣ କରାଯିବ। ଜିଲ୍ଲା ଭିତ୍ତିକ ଖାଲି ଥିବା ପଦବୀ ସଂଖ୍ୟା ସହିତ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଏବଂ ସାମାଜିକ ଓ ଶିକ୍ଷାଗତ ପଛୁଆ ବର୍ଗ ସହ ମହିଳା, ଦିବ୍ୟାଙ୍ଗ, ଏକ୍ସ ସର୍ଭିସମ୍ଯାନ୍ ଏବଂ କ୍ରୀଡ଼ାବିତଙ୍କ ପାଇଁ ଆବଶ୍ୟକୀୟ ସଂରକ୍ଷଣ ନିମନ୍ତେ ଏହି ଚିଠିରେ ଉଲ୍ଲେଖ ଅଛି l ଏହି ନିଯୁକ୍ତି ସମ୍ବନ୍ଧରେ ଜିଲ୍ଲାପାଳମାନଙ୍କୁ ଓଡ଼ିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗ (OSSSC) ସହ ଆଲୋଚନା କରି ଶୀଘ୍ର ଅନଲାଇନ୍ ଆବେଦନ ଦାଖଲ କରିବାକୁ ନିର୍ଦ୍ଦେଶ ରହିଛି l ରାଜ୍ୟ ସରକାରଙ୍କ ଏହି ପଦକ୍ଷେପ ରାଜସ୍ୱ ପ୍ରଶାସନର କ୍ଷମତା ବୃଦ୍ଧି ସହ ଜନସେବା ପ୍ରଦାନକୁ ଅଧିକ ସୁଦୂରପ୍ରସାରୀ କରିପାରିବ ବୋଲି ରାଜସ୍ୱ ସଚିବ ଆଶା ପ୍ରକାଶ କରିଛନ୍ତି l

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    39.7 ° C
    39.7 °
    39.7 °
    18 %
    5.7kmh
    5 %
    Thu
    42 °
    Fri
    39 °
    Sat
    42 °
    Sun
    41 °
    Mon
    39 °

    ସମ୍ବନ୍ଧିତ