Tuesday, April 21, 2026
29.4 C
Odisha

    ୨୦୨୭ରେ ‘ଚନ୍ଦ୍ରଯାନ-୪’, ପୃଥିବୀକୁ ଆସିବ ଚନ୍ଦ୍ରପୃଷ୍ଠର ନମୁନା

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ୨୦୨୭ରେ ଲଞ୍ଚ୍‌ ହେବ ‘ଚନ୍ଦ୍ରଯାନ ଅଭିଯାନ ୪’। ‘ଚନ୍ଦ୍ରଯାନ-୪’କୁ ଲଞ୍ଚ୍‌ କରିବାକୁ ପ୍ରସ୍ତୁତି ଚଳାଇଛି ଭାରତ। ଏନେଇ ସୂଚନା ଦେଇଛନ୍ତି ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଜିତେନ୍ଦ୍ର ସିଂହ। ଏହି ମିଶନ ମାଧ୍ୟମରେ ଚନ୍ଦ୍ରରପୃଷ୍ଠର ଚଟାଣର ନମୁନା ପୃଥିବୀକୁ ଅଣାଯିବ। ସେ କହିଛନ୍ତି, ‘ଚନ୍ଦ୍ରଯାନ ୪’ରେ ଉଚ୍ଚ କ୍ଷମତା ସମ୍ପନ୍ନ ଏଲଭିଏମ ୩ ରକେଟ୍‌ ଦୁଇଟି ପୃଥକ ଉତକ୍ଷେପଣ ପରେ ପାଞ୍ଚଟି ଭିନ୍ନ ଭିନ୍ନ ଉପାଦାନ ବହନ କରି କକ୍ଷପଥକୁ ଯିବ। ଏଗୁଡ଼ିକୁ ପୃଥିବୀର କକ୍ଷପଥରେ ଏକାଠି କରାଯିବ।କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ‘ଚନ୍ଦ୍ରଯାନ ୪’ ମିଶନର ଉଦ୍ଦେଶ୍ୟ ହେଉଛି ଚନ୍ଦ୍ର ପୃଷ୍ଠରୁ ନମୁନା ସଂଗ୍ରହ କରି ପୃଥିବୀକୁ ଆଣିବା। ଗଗନଯାନ ମିଶନକୁ ଆସନ୍ତା ବର୍ଷ ଲଞ୍ଚ୍ କରାଯିବ। ଏଥିରେ ଭାରତୀୟ ମହାକାଶଚାରୀମାନଙ୍କୁ ଏକ ସ୍ୱତନ୍ତ୍ର ଯାନରେ ମହାକାଶର ପୃଥିବୀର ନିମ୍ନ କକ୍ଷପଥକୁ ପଠାଯିବ ଏବଂ ସେମାନଙ୍କୁ ନିରାପଦରେ ପୃଥିବୀକୁ ଫେରାଇ ଅଣାଯିବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    29.4 ° C
    29.4 °
    29.4 °
    31 %
    2.3kmh
    96 %
    Mon
    30 °
    Tue
    42 °
    Wed
    43 °
    Thu
    43 °
    Fri
    44 °

    ସମ୍ବନ୍ଧିତ